
ବାତ୍ୟା ଆଶ୍ରୟସ୍ଥଳୀ ମରାମତିକୁ ନେଇ ଗଣ୍ଡଗୋଳ, ଥାନାରେ ମାମଲା

ବାସୁଦେବପୁର : ବହୁମୁଖୀ ବାତ୍ୟା ଆଶ୍ରୟସ୍ଥଳୀ ମରାମତି ସମୟରେ ବିଜେପି ଓ କଂଗ୍ରେସ ମୁହାଁମୁହିଁ, ବଚସା ଓ ପରେ ମାରପିଟକୁ ନେଇ ଥାନାରେ ମାମଲା ରୁଜୁ ହୋଇଛି। ଏମିତି ଘଟଣା କଷିଆ ସାମୁଦ୍ରୀକ ଥାନା ଅଧିନ ବିନୋବାଭାବେନଗର ପଞ୍ଚାୟତରେ ଘଟିଥିବା ଜାଣିବାକୁ ମିଳିଛି। ତେବେ ଥାନାରେ ମାମଲା ରୁଜୁ ହେବା ପରେ ୨ଜଣଙ୍କୁ ଅଟକ ରଖି ପୁଲିସ ପଚରା ଉଚୁରା କରୁଛି ଓ ତଦନ୍ତ ଜାରି ରହିଛି ବୋଲି ସୂଚନା ଦେଇଛି।
ବାସୁଦେବପୁର ପଞ୍ଚାୟତ ସମିତି ଅଧିନରେ ମୋଟ ୪୫ଗୋଟି ବାତ୍ୟା ଆଶ୍ରସ୍ଥଳୀ ଥିବା ବେଳେ ଏହାର ମରାମତି ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ବ୍ୟବରାଦ ପାଇଁ ନୋଟିସ ଜାରି କରାଯାଇଛି । ତେବେ କାର୍ଯ୍ୟାଦେଶ ପାଇବା ପୂର୍ବରୁ ପଞ୍ଚାୟତର କେତେକ ବ୍ୟକ୍ତି ସୂଚନାଫଳକ ନିର୍ମାଣ କରିବା ସମୟରେ ସ୍ଥାନୀୟ ସରପଞ୍ଚ ଆଦିତ୍ୟ ଗିରି ସେଠାରେ ପହଞ୍ଚିଥିଲେ । ଫଳରେ ବଚସା ଓ ଗଣ୍ଡଗୋଳର ରୁପ ନେଇଥିଲା । ଯାହାକୁ ନେଇ ନିକଟସ୍ଥ ଥାନାରେ ପୃଥକ ପୃଥକ ମାମଲା ଋଜୁ ହୋଇଛି । ଏହି ଘଟଣାରେ ଦୁଇଜଣଙ୍କୁ ଅଟକ ରଖି ଘଟଣାର ତଦନ୍ତ ଚାଲିଛି ବୋଲି ଥାନାଧିକାରୀ ସାବିତ୍ରୀ ପଣ୍ଡା ସୂଚନା ଦେଇଛନ୍ତି।
Comments are closed.