ଆଇପିଏଲ୍  ​କ୍ରିକେଟ : ଆଜି ବାଙ୍ଗାଲୋର ଓ ହାଇଦରାବାଦ ମଧ୍ୟରେ ମୁକାବିଲା

0

ବାଙ୍ଗାଲୋର : ଆଇପିଏଲ୍  କ୍ରିକେଟ ୨୦୧୮ର ୫୧ ତମ  ମ୍ୟାଚ ଗୁରୁବାର ରାତି ୮ ଟାରେ  ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ଓ ସନ୍ ରାଇଜର୍ସ  ହାଇଦରାବାଦ ମଧ୍ୟରେ ବାଙ୍ଗାଲୋର ଠାରେ ମୁକାବିଲା ଅନୁଷ୍ଠିତ ହେବ । ସନ୍ ରାଇଜର୍ସ  ହାଇଦରାବାଦ ୧୨ଟି ମ୍ୟାଚ ଖେଳି ୯ଟି ବିଜୟ ୩ଟି ପରାଜୟ ସହିତ ୧୮ ପଏଣ୍ଟ ପାଇ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି। ଅନ୍ୟପକ୍ଷରେ ରୟାଲ ଚାଲେଞ୍ଜର୍ସ ବାଙ୍ଗାଲୋର ୧୨ଟି ମ୍ୟାଚ ଖେଳି ୫ଟି ବିଜୟ ଓ ୭ଟି ପରାଜୟ ସହିତ ୧୦ ପଏଣ୍ଟ ପାଇ ୭ମ ସ୍ଥାନରେ ରହିଛି।

ତେବେ ଚେନ୍ନଇ ସୁପର କିଙ୍ଗସ୍ ୧୨ଟି ମ୍ୟାଚ ଖେଳି ୮ଟି ବିଜୟ ୪ଟି ପରାଜୟ ସହିତ ୧୬ ପଏଣ୍ଟ ପାଇ ପଏଣ୍ଟ ତାଲିକାର  ୨ୟ ସ୍ଥାନରେ ରହିଛି। ସେହିପରି  କଲକାତା ନାଇଟ ରାଇଡର୍ସ ୧୩ଟି ମ୍ୟାଚ ଖେଳି ୭ଟି ବିଜୟ ଓ ୬ଟି ପରାଜୟ ସହିତ ୧୪ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୩ୟ ସ୍ଥାନରେ ରହିଛି।

ଅନ୍ୟପକ୍ଷରେ  ମୁମ୍ବଇ ଇଣ୍ଡିଆନ୍ସ ବୁଧବାର ଆଇପିଏଲ୍‍ର ୫୦ତମ ମ୍ୟାଚରେ ପଞ୍ଜାବକୁ ୩ ରନରେ  ପରାସ୍ତ କରି ପ୍ଲେଅଫ୍‍ର ନିକଟତର ହୋଇଛି । ଏହି ବିଜୟ ସହିତ ମୁମ୍ବଇ ପଏଣ୍ଟ ତାଲିକାରେ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ଷଷ୍ଠରୁ ୪ର୍ଥ ସ୍ଥାନକୁ ଉନ୍ନିତ ହୋଇଛି।  ରାଜସ୍ଥାନ ରୟାଲସ୍ ୧୩ଟି ମ୍ୟାଚ ଖେଳି ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ୫ମ ସ୍ଥାନରେ ରହିଛି। କିଙ୍ଗସ୍ ଇଲେଭେନ୍ ପଞ୍ଜାବ  ବୁଧବାର ମୁମ୍ବଇ ଠାରୁ ପରାସ୍ତ ହୋଇ ୧୩ଟି ମ୍ୟାଚରୁ  ୬ଟି ବିଜୟ ଓ ୭ଟି ପରାଜୟ ସହିତ ୧୨ ପଏଣ୍ଟ ପାଇ ପଏଣ୍ଟ ତାଲିକାର ପଞ୍ଚମରୁ  ଷଷ୍ଠ ସ୍ଥାନକୁ ଖସିଛି।

ତେବେ ଦିଲ୍ଲୀ ଡେୟାର ଡେଭିଲସ୍ ୧୨ଟି ମ୍ୟାଚ ଖେଳି ୩ଟି ବିଜୟ ଓ ୯ଟି ପରାଜୟ ସହିତ ୬ ପଏଣ୍ଟ ପାଇ ୮ମ ସ୍ଥାନରେ ରହିଛି।

Leave A Reply