www.samajalive.in
Sunday, December 14, 2025
19.1 C
Bhubaneswar

ମୋବାଇଲ୍‍ରେ ମିଳିବ ଅଣସଂରକ୍ଷିତ ଯାତ୍ରା ଟିକଟ

ଭୁବନେଶ୍ୱର  : ଏଣିକି ଟ୍ରେନ୍‍ରେ ଯାତ୍ରା ଟିକଟ ନେବା ପାଇଁ ଆଉ ଟିକଟ କାଉଣ୍ଟର ପର୍ଯ୍ୟନ୍ତ ଯିବାକୁ ପଡିବ ନାହିଁ। ଅନ୍‍ରିଜର୍ଭଡ୍‍ ଟିକେଟିଂ ସିଷ୍ଟମ୍‍ (ୟୁଟିଏସ୍‍) ମୋବାଇଲ୍‍ ଆପ୍‍ ଜରିଆରେ ଅଣସଂରକ୍ଷିତ ଟିକଟ, ସିଜିନାଲ ଟିକଟ ଏବଂ ପ୍ଲାଟଫର୍ମ ଟିକଟ ହାସଲ କରିହେବ। ସଫଳତାର ସହ ଟିକଟ କାଟିବା ପରେ ମୋବାଇଲ୍‍ରେ ହିଁ ଯାତ୍ରା ଟିକଟ ଉପଲବ୍ଧ ହେବ ଏବଂ ଏହାକୁ ଟିଟିଇଙ୍କୁ ଦେଖାଯାଇ ପାରିବ। ପୂର୍ବତଟ ରେଳପଥ ପକ୍ଷରୁ ପ୍ରସ୍ତୁତ ହୋଇଥିବା ଏହି ମୋବାଇଲ୍‍ ଆପ୍‍କୁ ଆଜି ପୂର୍ବତଟ ରେଳପଥ ମୁଖ୍ୟାଳୟ ଠାରେ ମହାପ୍ରବନ୍ଧକ ଉମେଶ ସିଂହ ଲୋକାର୍ପିିତ କରିଛନ୍ତି। ଯେକୌଣସି ସ୍ମାର୍ଟଫୋନ୍‍ରେ ଏହି ଆପ୍‍ ଡାନ୍‍ଲୋଡ୍‍ କରି ବ୍ୟବହାର କରିହେବ ବୋଲି ରେଳବାଇ ପକ୍ଷରୁ କୁହାଯାଇଛି। ପୂର୍ବତଟ ରେଳପଥ ପ୍ରମୁଖ ମୁଖ୍ୟ ବାଣିଜ୍ୟ ପ୍ରବନ୍ଧକ ଅଜୟ କୁମାର ବେହେରା କହିଛନ୍ତି, ରେଳ ଷ୍ଟେସନରେ ପହଞ୍ଚିବାର ୨୦ ମିଟର୍‍ ପୂର୍ବରୁ ଓ ୨ କିମି ପରିସୀମା ଭିତରେ ହିଁ ଏହି ଆପ୍‍କୁ ଖୋଲି ଟିକଟ କିଣି ହେବ। କେବଳ ଯାତ୍ରା ଦିନ ଏବଂ ଟ୍ରେନ୍‍ ଛାଡ଼ିବାର ନିର୍ଦ୍ଧାରିତ ସମୟ ପୂର୍ବରୁ ଯାତ୍ରା ଟିକଟ ମିଳି ପାରିବ। ତେବେ ଟିକଟ ବାତିଲ୍‍ କରିହେବ ନାହିଁ କି ଟିକଟ ବାବଦ ଅର୍ଥ ଫେରସ୍ତ ମିଳିବ ନାହିଁ। ଟିକଟ କିଣିବା ପରେ ମୋବାଇଲ୍‍ ଆପ୍‍ରେ ‘ଶୋ ଟିକେଟ’ ଅପସନ୍‍କୁ ଗଲେ ଟିକଟ ଦେଖିହେବ। ଯାତ୍ରୀ ଚାହିଁଲେ ପୂର୍ବତଟ ରେଳପଥ ଅଧୀନରେ ଥିବା ୧୫ଟି ପ୍ରମୁଖ ରେଳ ଷ୍ଟେସନର ଟିକଟ କାଉଣ୍ଟରରୁ ତାହାର ପ୍ରିଣ୍ଟ ବାହାର କରି ନିଜ ସହ ରଖି ପାରିବେ। କିନ୍ତୁ ଯଦି ଯାତ୍ରୀ ମୋବାଇଲ୍‍ ଆପ୍‍ରେ ଟିକଟ ଦେଖାଇ ନପାରିବେ ତେବେ ସେ ବିନା ଟିକଟରେ ଯାତ୍ରା କରୁଛନ୍ତି ବୋଲି ବିବେଚନା କରାଯିବ।
ଗୁଗୁଲ୍‍ ପ୍ଲେ-ଷ୍ଟୋରରୁ ୟୁଟିଏସ୍‍ ଆପ୍‍ ଡାଉନ୍‍ଲୋଡ୍‍ କରିବା ପରେ ଆବଶ୍ୟକୀୟ ସୂଚନା ଦେଇ ଏଥିରେ ନିଜକୁ ପଞ୍ଜିକୃତ କରାଯିବ ଏବଂ ମୋବାଇଲ୍‍କୁ ଏସ୍‍ଏମ୍‍ଏସ୍‍ରେ ୪ ଅଙ୍କ ବିଶିଷ୍ଟ ପାସ୍‍ୱାର୍ଡ ଆସିବ, ଯାହାକୁ ବ୍ୟବହାର କରି ଆପ୍‍ରେ ଲଗ୍‍ ଇନ୍‍ କରିହେବ। ଯାତ୍ରୀ ଏହି ପାସ୍‍ୱାର୍ଡକୁ ବ୍ୟବହାର କରି ରେଲୱେ ୱାଲେଟ୍‍ ଅବା ଆର-ୱାଲେଟ୍‍ ଆରମ୍ଭ କରିବେ ଏବଂ ଟିକଟ କରିବା ପାଇଁ ଏଥିରେ ଅତିକମ୍‍ରେ ୧୦୦ ଟଙ୍କା ରହିବା ଜରୁରୀ। ଆର-ୱାଲେଟ୍‍ରେ ଅତିବେଶିରେ ୧୦୦୦୦ ଟଙ୍କା ପର୍ଯ୍ୟନ୍ତ ଅର୍ଥ ଜମା ରଖିହେବ। ଡେବିଟ୍‍ କାର୍ଡ, କ୍ରେଡିଟ୍‍ କାର୍ଡ, ନେଟ୍‍ ବ୍ୟାଙ୍କିଂ ଜରିଆରେ ଆର-ୱାଲେଟ୍‍ରେ ଅର୍ଥ ଭରିହେବ। ପୂର୍ବତଟ ରେଳପଥ ମହାପ୍ରବନ୍ଧକ ଉମେଶ ସିଂହ କହିଛନ୍ତି, ୟୁଟିଏସ୍‍ ଆପ୍‍ ପୂର୍ବତଟ ରେଳପଥର ଏକ ଅଭିନବ ପ୍ରୟାସ। ଆପ୍‍କୁ ପ୍ରସ୍ତୁତ କରିବା ସମୟରେ ଅନେକ ଦିଗକୁ ପ୍ରାଧାନ୍ୟ ଦିଆଯାଇଛି। ନଗଦ ବିହୀନ କାରବାର ଏବଂ କାଗଜର ବ୍ୟବହାର ହ୍ରାସ ପାଇଁ ଏହି ଆପ୍‍ ସଫଳ ହେବ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories