ଆଜି ପ୍ରକାଶ ପାଇବ ଆଇପିଏଲ୍ ଖେଳସୂଚୀ

ନୂଆଦିଲ୍ଲୀ : ଆଜି ପ୍ରକାଶ ପାଇବ ବହୁ ପ୍ରତିକ୍ଷିତ ଆଇପିଏଲର ଖେଳସୂଚୀ। ଏନେଇ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ସୂଚନା ଦେଇଛନ୍ତି। ଚଳିତ ଥର ଆଇପିଏଲର ଉଦଘାଟନୀ ମ୍ୟାଚ୍ ସେପ୍ଟେମ୍ବର ୧୯ରେ ହେବ।

ଚଳିତ ଆଇପିଏଲ୍ ୟୁଏଇର ୩ଟି ଷ୍ଟାଡିୟମ୍‌ ଦୁବାଇ, ସାରଜା ଏବଂ ଆବୁଧାବିରେ ସେପ୍ଟେମ୍ବର ୧୯ରୁ ନଭେମ୍ବର ୧୦ ପର୍ଯ୍ୟନ୍ତ ଖେଳାଯିବ ବୋଲି ଘୋଷଣା କରାଯାଇଥିଲା। ସଙ୍ଗରୋଧ ନିୟମ, ଅନ୍ତଃନଗର ଯାତାୟତ କଟକଣା, କୋଭିଡ୍‌-୧୯ ଜନିତ ନିୟମ ଓ ପ୍ରୋଟୋକଲ୍‌ ଆଦିକୁ ନେଇ ରହିଥିବା ସମସ୍ୟାର ସମାଧାନ କରାଯାଇଛି।

Comments are closed.