www.samajalive.in
Tuesday, December 9, 2025
26.1 C
Bhubaneswar

ଆଇପିଏଲ କ୍ରିକେଟ : ପଞ୍ଜାବ-ମୁମ୍ବଇ ଏବଂ ଦିଲ୍ଲୀ-କଲକାତା ମଧ୍ୟରେ ମୁକାବିଲା

ମୋହାଲି/ନୂଆଦିଲ୍ଲୀ : ଆଇପିଏଲ କ୍ରିକେଟରେ ଶନିବାର ୨ଟି ମ୍ୟାଚ ଖେଳାଯାଉଛି । ଆଜି ଅପରାହ୍ଣରେ ମୋହାଲିଠାରେ କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ଓ ମୁମ୍ବଇ ଇଣ୍ଡିଆନ୍‍ସ ମଧ୍ୟରେ ମୁକାବିଲା ହେଉଛି। କିଙ୍ଗ୍‍ସ ଇଲେଭେନ୍‍ ପଞ୍ଜାବ ଟସ୍ ଜିତି ବୋଲିଂ କରିବାକୁ ନିଷ୍ପତ୍ତି ନେଇଛି। ମୁମ୍ବଇ ବ୍ୟାଟିଂ ଜାରି ରଖିଛି।
ସେହିପରି ରାତି ୮ଟାରେ ଦିଲ୍ଲୀରେ ଦିଲ୍ଲୀ କ୍ୟାପିଟାଲ୍‍ସ୍‍ କଲକାତା ନାଇଟ୍‍ ରାଇଡର୍ସ ମଧ୍ୟରେ ମୁକାବିଲା ଅନୁଷ୍ଠିତ ହେବ।

ଶୁକ୍ରବାର ରାତିରେ ହାଇଦରାବାଦରେ  ଅନୁଷ୍ଠିତ ଏକ ମ୍ୟାଚରେ ସନ୍‍ରାଇଜର୍ସ ହାଇଦରାବାଦ ରାଜସ୍ଥାନ ରୟାଲ୍‍ସ୍‍କୁ ୫ ୱିକେଟ୍‍ରେ ପରାସ୍ତ କରିଛି । ହାଇଦରାବାଦ  ୧୯୯ ରନ୍‍ ବିଜୟ ଲକ୍ଷ୍ୟର ପିଛା କରି ୧୯ ଓଭରରେ ବିଜୟ ହାସଲ କରିଥିଲା। ଦଳ ପକ୍ଷରୁ ଡେଭିଡ଼୍‍ ୱାର୍ଣ୍ଣର୍‍ ୩୭ଟି ବଲ୍‍ରୁ ୬୯ ରନ୍‍ ଏବଂ ଜନି ବେୟାରଷ୍ଟୋ ୨୮ ବଲ୍‍ରୁ ୪୫ ରନ୍‍ ସଂଗ୍ରହ କରିଥିଲେ। ପୂର୍ବରୁ ରାଜସ୍ଥାନ ରୟାଲ୍‍ସ୍‍ ଦଳ ଅଧିନାୟକ ଅଜିଙ୍କ୍‍ ରାହାଣେଙ୍କ ୭୦ ରନ୍‍ ଏବଂ ସଞ୍ଜୁ ସାମସନ୍‍ଙ୍କ ୫୫ ବଲ୍‍ରୁ ଅପରାଜିତ ୧୦୨ ରନ୍‍ ସହିତ ନିର୍ଦ୍ଧାରିତ ୨୦ ଓଭରରେ ଦୁଇ ୱିକେଟ୍‍ ହରାଇ ୧୯୮ ରନ୍‍ ସଂଗ୍ରହ କରିଥିଲେ। ଏଥି ସହିତ ହାଇଦ୍ରାବାଦ ତା’ର ପ୍ରଥମ ବିଜୟ ହାସଲ କରିଥିବାବେଳେ ରାଜସ୍ଥାନ ଦଳ କ୍ରମାଗତ ଦ୍ୱିତୀୟ ଥର ପାଇଁ ପରାସ୍ତ ହୋଇଛି।

Hot this week

ବିଧାୟକଙ୍କ ଦରମା ବୃଦ୍ଧି: ଭତ୍ତା ସହ ପାଇବେ ୩.୨୬ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭା ବାଚସ୍ପତି, ଉପବାଚସ୍ପତି, ମନ୍ତ୍ରୀ ଓ ସଦସ୍ୟମାନଙ୍କ ଦରମା,...

ଖୋଲିଲା ଦର୍ଶକ ଗ୍ୟାଲେରୀ ଗେଟ୍

କଟକ: ଆଉ ମାତ୍ର କିଛି ଘଣ୍ଟାର ଅପେକ୍ଷା। କଟକ ବାରବାଟୀ ଷ୍ଟାଡିୟମରେ...

ବଢ଼ିବନି ପାଚିକାଙ୍କ ଦରମା

ସମାଜଲାଇଭ ଡେସ୍କ: ପାଚିକାମାନଙ୍କ ଦରମା ଆଉ ବୃଦ୍ଧି କରାଯିବ ନାହିଁ। ବୁଧବାର...

ବାଚସ୍ପତି ଓ ଉପବାଚସ୍ପତିଙ୍କ ଦରମା ବଢ଼ିଲା: ଭତ୍ତା ସହ ପାଇ​‌ବେ ୪.୨୮ ଲକ୍ଷ

ସମାଜଲାଇଭ ଡେସ୍କ: ବିଧାନସଭାର ବାଚସ୍ପତି, ଉପବାଚସ୍ପତି ଏବଂ ବିଧାୟକମାନଙ୍କ ଦରମା ବୃଦ୍ଧି...

ଶିକାରୀ ଫାଶରେ କଲରାପତରିଆ ମୃତ

ଅନୁଗୁଳ : ଶିକାରୀ ଫାଶରେ ପଡି କଲରାପତରିଆ ବାଘ ମୃତ। ଅନୁଗୋଳ...

Related Articles

Popular Categories