www.samajalive.in
Sunday, December 7, 2025
14.1 C
Bhubaneswar

ପିକକ୍ ପକ୍ଷରୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଳିତ

ପାଟଣା: ଅଗ୍ରଣୀ ସ୍ଵେଛାସେବୀ ସଙ୍ଗଠନ ‘ପିକକ୍’ ପକ୍ଷରୁ ଆଜି ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ପାଟଣା ଓ ଘଟଗାଁ ବ୍ଲକ୍ ଅଞ୍ଚଳର ବିଭିନ୍ନ ଗ୍ରାମରେ କୋଭିଡ୍ କଟକଣା ନିୟମ ମାନି ପାଳନ କରାଯାଇଛି। ଘଟଗାଁ ବ୍ଲକ ଅନ୍ତର୍ଗତ କୁଣ୍ଡାପିଠା, ବାଇଗଣପାଳ, ମୂର୍ଗାପାହାଡି ଓ ଦେହୁରିପଶି ଗ୍ରାମରେ ପିକକ୍ ସଂଗଠନ ପକ୍ଷରୁ ଶିଶୁକନ୍ୟାମାନଙ୍କୁ ନେଇ ଚିତ୍ରାଙ୍କନ ପ୍ରତିଯୋଗିତା, ପୋଷ୍ଟର ପ୍ରତିଯୋଗିତା ସହ କୋଭିଡ୍-୧୯ ସମୟରେ କିପରି ସାମାଜିକ ଓ ଶାରୀରିକ ଦୂରତା ରକ୍ଷା କରାଯିବ ସେ ନେଇ ଶିଶୁକନ୍ୟା ମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା । ସଂଗଠନ ପକ୍ଷରୁ ହରିହର ବଳବନ୍ତରାୟ ଓ ସମର ଦାସଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ କାର୍ୟ୍ୟକ୍ରମ ଅନୁଷ୍ଠିତ ହୋଇଛି। ସେହିପରି ପାଟଣା ବ୍ଲକର ବଡଧନୁର୍ଜୟପୁର, ଗାଲଫୁଲା, ମାଧପୁର, ଅଙ୍ଗିକଳା, ବାରଡାଙ୍ଗୁଆ, ଶରଧାପୁର ଓ ଜଡିଚାତର ଗ୍ରାମରେ ପିକକ୍ ପକ୍ଷରୁ ଅନ୍ତର୍ଜାତୀୟ ଶିଶୁକନ୍ୟା ଦିବସ ଅବସରରେ ଶିଶୁକନ୍ୟା ମାନଙ୍କୁ ନେଇ ପୁଚି ପ୍ରତିଯୋଗୀତା, ସାଧାରଣଜ୍ଞାନ, ଦୌଡ଼ିଡିଆଁ, ବକ୍ତୃତା ପ୍ରତିଯୋଗୀତା ସହ ନୃତ୍ୟ ପ୍ରତିଯୋଗୀତା ଅନୁଷ୍ଠିତ ହୋଇଛି। ବର୍ତ୍ତମାନ ସମୟରେ ମାସ୍କ ବ୍ୟବହାର, ସାମାଜିକ ଦୁରତ୍ଵ ମାନିବା ସହ ହାତ ସଫା ରଖିବା ଉପରେ ଶିଶୁକନ୍ୟାମାନଙ୍କୁ ସଚେତନତା ବାର୍ତ୍ତା ଦିଆଯାଇଥିଲା। କାର୍ୟ୍ୟକ୍ରମ ସଂଯୋଜକ ସତ୍ୟନାରାୟଣ ମହାନ୍ତଙ୍କ ସହ ଦ୍ରୌପଦୀ ବେଜ ଓ ରୀନାରାଣୀ ଦାସ କାର୍ୟ୍ୟକ୍ରମ ପରିଚାଳନା କରିଥିଲେ।

Hot this week

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

ଏଏନ୍‌ଏମ ପ୍ରଶ୍ନପତ୍ର ପ୍ରଘଟ ପ୍ରସଙ୍ଗରେ ବିଜେଡିର ସମାଲୋଚନା

ଭୁବନେଶ୍ବର : ଏଏନଏମ ପ୍ରଶ୍ନପତ୍ର ପ୍ରଘଟ ଓ ଶେଷ ମୁହୂର୍ତ୍ତରେ ଏହି...

Related Articles

Popular Categories