www.samajalive.in
Thursday, December 11, 2025
18.1 C
Bhubaneswar

ଆର୍ଥିକବର୍ଷ ୨୦୨୪ ପାଇଁ ବୀମା ପ୍ରସ୍ତୁତି : ସଂଚୟକୁ ନଭାଙ୍ଗି ସୃଷ୍ଟି କରନ୍ତୁ ଆର୍ଥକ ସ୍ଥିରତା

ଭୁବନେଶ୍ୱର: ଆମେ ସମସ୍ତେ ଧନ ସଂଚୟ କରିବାକୁ ଇଚ୍ଛା କରିଥାଉ ଏବଂ ଆର୍ଥିକ ଅନୁଶାସନ ହେଉଛି ଏହାର ଚାବିକାଠି । ତେଣୁ ଏକ ସୁଚିନ୍ତିତ ଆର୍ôଥକ ଯୋଜନା ପାଇଁ ପ୍ରସ୍ତୁତି ଗୁରୁତ୍ୱପୂର୍ଣ୍ଣ । ଆମେ ପ୍ରସ୍ତୁତ ରହିବା ଦ୍ୱାରା ସମ୍ପତି ନିର୍ମାଣ କେନ୍ଦ୍ରିତ ବିନିଯୋଗ ଏବଂ ବୀମା କ୍ରୟ ଦୁହେଁ ଏକା ସାଥିରେ ବିନା କୌଣସି ବାଧାରେ କରାଯାଇପାରିବ । ସ୍ୱାସ୍ଥ୍ୟ ଏବଂ ଜୀବନ ବୀମା ମଧ୍ୟ ୮୦ଡି ଏବଂ ୮୦ ସି ଅଧୀନରେ ଟିକସ ସୁବିଧା ପ୍ରଦାନ କରେ । ଏହା ସମ୍ପର୍କରେ ଫୋନପେ ଇନ୍ସ୍ୟୁରାନ୍ସ ବ୍ରୋକିଙ୍ଗ ସର୍ଭିସ, ସିଇଓ ଶ୍ରୀ ବିଶାଲ ଗୁପ୍ତା କହିଛନ୍ତି ଯେ, ଫୋନପେରେ ଆମେ ଭାରତୀୟମାନଙ୍କୁ ପ୍ରଭାବଶାଳୀ ଭାବରେ ‘ସେମାନଙ୍କ ସଂଚୟକୁ ସଂଚୟ’ କରିବାରେ ସାହାଯ୍ୟ କରିବା ଉପରେ ଧ୍ୟାନ ଦେଉଛୁ । ଏଥିପାଇଁ ନିବେଶ ଯୋଜନାରେ ବୀମାର ଭୂମିକା ବିଷୟରେ ବିଶେଷ କରି ନୂଆ ବର୍ଷ ୨୦୨୪ ପାଇଁ ଗଭୀର ବୁଝାମଣା ରହିବା ଜରୁରୀ ।

ଆର୍ଥିକ ବର୍ଷ ପାଇଁ ସୁରକ୍ଷା ବଳୟ ପ୍ରସ୍ତୁତି ଉପରେ ମତ ପ୍ରକାଶ କରି ଶ୍ରୀ ବିଶାଲ ଗୁପ୍ତା କହିଛନ୍ତି ଯେ, ଭାରତରେ ବ୍ୟାଙ୍କରେ ଭୌତିକ ସମ୍ପତି ଏବଂ ସ୍ଥାୟୀ ଜମା ପାଇଁ ପାରମ୍ପରିକ ପ୍ରାଧାନ୍ୟ ଧୀରେ ଧୀରେ ମ୍ୟୁଚୁଆଲ ଫଣ୍ଡ ଏବଂ ଷ୍ଟକ ଭଳି ଆର୍ôଥକ ସମ୍ପତିରେ ନିବେଶ ଆଡକୁ ଗତି କରୁଛି । କ୍ରିସିଲ ମାର୍କେଟ ଇଂଟେଲିଜେନ୍ସ ଆଣ୍ଡ ଆନାଲିଟିକ୍ସ ପକ୍ଷରୁ ରିପୋର୍ଟ ହୋଇଥବା ଏହା ଏକ ଉଲ୍ଲେଖନୀୟ ପରିବର୍ତନ । ଆଶ୍ଚର୍ଯ୍ୟର କଥା ହେଉଛି, ଏହି ଧାରା ଷ୍ଟକ ବଜାରରେ ବଢୁଥିବା ଅଂଶଗ୍ରହଣରେ ପ୍ରତିଫଳିତ ହେଉଛି, ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) ଡିମାଟ୍‌ ଆକାଉଂଟରେ ବାର୍ଷିକ ୨୬ଧ ବୃଦ୍ଧି ରେକର୍ଡ କରିଛି, ଯାହା ଅଗଷ୍ଟ ୨୦୨୩ ସୁଦ୍ଧା ୧୨୭ ନିୟୁତରେ ପହଂଚିଛି । ଯଦିଓ ଏଭଳି ଆର୍ôଥକ ଆକାଂକ୍ଷାରେ ଆଖିଦୃଶିଆ ବୃଦ୍ଧି ଘଟିଛି, ତଥାପି ଅନେକ ସେମାନଙ୍କର ସାମଗ୍ରିକ ନିବେଶ ରଣନୀତିର ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ଭାବରେ ବୀମାକୁ ଅଣଦେଖା କରନ୍ତି । ଏହା ଆର୍ôଥକ ସୁରକ୍ଷାର ଗୁରୁତ୍ୱ ସମ୍ପର୍କରେ ଅଧିକ ସଚେତନତାର ଆବଶ୍ୟକତା ଉପରେ ଆଲୋକପାତ କରୁଛି ।

- Advertisement -

ଶ୍ରୀ ଗୁପ୍ତା କହିଛନ୍ତି ଯେ, ସର୍ବଦା ସ୍ୱାସ୍ଥ୍ୟ, ଜୀବନ ପର୍ଯ୍ୟାୟ ଏବଂ ନିବେଶ ପ୍ରତିଶ୍ରୁତି ଆଧାରରେ ପର୍ଯ୍ୟାପ୍ତ ସ୍ୱାସ୍ଥ୍ୟ ବୀମା ସୁନିଶ୍ଚିତ କରନ୍ତୁ । ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଡାକ୍ତରୀ ମୁଦ୍ରାସ୍ଫୀତି ଏବଂ ବର୍ତମାନ ଓ ଭବିଷ୍ୟତର ଚିକିତ୍ସା ଖର୍ଚ୍ଚ ଉପରେ ଆଧାର କରି ସ୍ୱାସ୍ଥ୍ୟ ବୀମା ସଠିକ୍‌ ପରିମାଣରେ ସୁନିଶ୍ଚିତ କରିବା ଆବଶ୍ୟକ । କଭର ରାଶି ୫୦ ଲକ୍ଷ ଟଙ୍କା କିମ୍ବା ତା’ଠାରୁ ଅଧିକ ହେବ ବୋଲି ମଧ୍ୟ ଚିନ୍ତା କରାଯାଇପାରେ । ଆଶ୍ଚର୍ଯ୍ୟର କଥା ହେଉଛି କଭର ରାଶିରେ ୫ ଗୁଣ ବୃଦ୍ଧି ହେଲେ ମଧ୍ୟ ମୋଟ ପ୍ରିମିୟମରେ ୨ ଗୁଣ ବୃଦ୍ଧି ଘଟିବ । ସରଳ ଭାଷାରେ କହିବାକୁ ଗଲେ, ଏକ ଜୀବନଶୈଳୀ ପାଇଁ ସଠିକ୍‌ ବୀମା କଭର ବାଛନ୍ତୁ ଯାହା କୌଣସି ଚିକିତ୍ସା ଖର୍ଚ୍ଚ କ୍ଷେତ୍ରରେ ଅନ୍ୟ ନିବେଶ ଏବଂ ସମ୍ପତି ସୃଷ୍ଟି ଯୋଜନା ସହିତ ସାଲୀସ କରିବ ନାହିଁ ।

ଆପଣଙ୍କ ଅନୁପସ୍ଥିତିରେ ମଧ୍ୟ ଆପଣଙ୍କ ପରିବାରର ଜୀବନଶୈଳୀରେ ସ୍ଥିରତା ସୁନିଶ୍ଚିତ କରିବା ପାଇଁ ଟର୍ମ ପ୍ଲାନ୍‌ ଅମୂଲ୍ୟ ସାବ୍ୟସ୍ତ ହୁଏ ବୋଲି ଶ୍ରୀ ବିଶାଲ ଗୁପ୍ତା ମତପ୍ରକାଶ କରିଛନ୍ତି । ଆଦର୍ଶ ଭାବରେ, ଆପଣଙ୍କ ବର୍ତମାନର ବାର୍ଷିକ ଆୟର ୧୫-୨୦ ଗୁଣ କିମ୍ବା ଅତି କମରେ, ଋଣ, ଏବଂ ଜୀବନଶୈଳୀ ଖର୍ଚ୍ଚ ପରି କୌଣସି ବକେୟା ଆର୍ôଥକ ଦାୟୀତ୍ୱ ବହନ କରିବା ପାଇଁ ଯଥେଷ୍ଟ ହୋଇଥିବା କଭରେଜ୍‌ ଚୟନ କରିବା ପାଇଁ ସୁପାରିଶ କରାଯାଇଛି । ଆପଣ ଆଗାମୀ ବର୍ଷରେ ଏକ ଟର୍ମ ପ୍ଲାନ୍‌ ପାଇଁ ଚିନ୍ତା କରୁଛନ୍ତି କିମ୍ବା ଆପଣଙ୍କ ବର୍ତମାନର କଭରେଜ୍‌ ରେ ଅଧିକ ଯୋଡ଼ୁଥିଲେ, ଏହାକୁ ଆପଣଙ୍କ ପରିବାରର ବର୍ତମାନର ଜୀବନଶୈଳୀ ସହିତ ଯୋଡ଼ିବା ଗୁରୁତ୍ୱପୂର୍ଣ୍ଣ ଅଟେ । ଯାହାଦ୍ୱାରା ଦୁର୍ଭାଗ୍ୟଜନକ ପରିସ୍ଥିତି କାରଣରୁ ସମ୍ଭାବ୍ୟ ଆର୍ôଥକ ବୋଝର ପ୍ରଭାବରୁ ସେମାନଙ୍କୁ ରକ୍ଷା କରାଯାଇପାରିବ ।

ଭାରତର ବୀମା ଅଭିବୃଦ୍ଧି ଉପରେ ଆଲୋକପାତ କରି ଶ୍ରୀ ବିଶାଲ ଗୁପ୍ତା କହିଛନ୍ତି ଯେ, ଅତୀତରେ ସୂଚନା ର ଅଭାବ ଏବଂ ଅନ୍ୟାନ୍ୟ ଦସ୍ତାବିଜ ସମସ୍ୟା କାରଣରୁ ବୀମା କ୍ରୟ କରିବା ପ୍ରାୟତଃ ଏକ କଷ୍ଟକର ପ୍ରକ୍ରିୟା ଥିଲା । ଭାରତୀୟ ବୀମା ନିୟାମକ ଏବଂ ବିକାଶ ପ୍ରାଧିକରଣ (ଆଇଆରଡିଏଆଇ) ବୀମା ପ୍ରଦାନକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଅନେକ ପରିବର୍ତନ ଆଣିଛନ୍ତି । ଯାହା ଦ୍ୱାରା ୨୦୪୭ ସୁଦ୍ଧା ସମସ୍ତଙ୍କ ପାଇଁ ବୀମା’ର ଲକ୍ଷ୍ୟ ହାସଲ ହୋଇପାରିବ । ଏହି ଲକ୍ଷ୍ୟ ହାସଲ କରିବା ପାଇଁ, ଏହା ଗୁରୁତ୍ୱପୂର୍ଣ୍ଣ ହେବ ଯେ ବୀମା ଉତ୍ପାଦଗୁଡିକ ବୁଝିବା ସହଜ, କିଣିବା ରେ ସହଜ ଏବଂ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହେଉଛି ଏହା ସମସ୍ତଙ୍କ ଆବଶ୍ୟକତାକୁ ପୂରଣ କରୁଥିବ ।

ଏ ସମ୍ପର୍କରେ ଏକ ଉଦାହରଣ ଦେଇ ଶ୍ରୀ ବିଶାଲ ଗୁପ୍ତା କହିଛନ୍ତି, କଳ୍ପନା କରନ୍ତୁ ଯେ ଶ୍ରୀଯୁକ୍ତ ରାମ ପଞ୍ଜାବର ଜଣେ ମଧ୍ୟବିତ କର୍ମଜୀବୀ ଅଟନ୍ତି । ସେ ନିଜର ଏକ ଘରର ସ୍ୱପ୍ନ ଦେଖୁଛନ୍ତି ଏବଂ ସେ କ୍ରମାଗତ ଭାବରେ ଡାଉନ ପେମେଂଟ ପାଇଁ ପାଣ୍ଠି ରଖୁଛନ୍ତି । କିନ୍ତୁ ଯଦି ଏହି ସଂଚୟ ସମୟରେ ୫-୧୦ ଲକ୍ଷ ଟଙ୍କା ମଧ୍ୟରେ ଏକ ଅପ୍ରତ୍ୟାଶିତ ସ୍ୱାସ୍ଥ୍ୟ ସଙ୍କଟ ସୃଷ୍ଟି ହୁଏ ତେବେ ସଂଚୟ କରିବା ପାଇଁ ଆବଶ୍ୟକ ସମୟ ଯଥେଷ୍ଟ ବୃଦ୍ଧି ବଢ଼ିଯାଇପାରେ । କିନ୍ତୁ ଯଦି ଶ୍ରୀ ରାମଙ୍କ ପାଖରେ ୧୦ ଲକ୍ଷ ଟଙ୍କାର ସ୍ୱାସ୍ଥ୍ୟ ବୀମା କଭରେଜ୍‌ ଅଛି, ଯାହା ମାସକୁ ପ୍ରାୟ ୭୦୦ ଟଙ୍କା ବା ବାର୍ଷିକ ପ୍ରାୟ ୮୦୦୦ ଟଙ୍କା ପଡ଼ିଥାଏ । ତେବେ ଏଭଳି ଅପ୍ରତ୍ୟାଶିତ ଚିକିତ୍ସା ଖର୍ଚ୍ଚକୁ ସେ ସହଜରେ ସମ୍ଭାଳିପାରିବେ ଏବଂ ନିଜ ସ୍ୱପ୍ନ ଦିଗରେ ଯାତ୍ରା ଜାରି ରଖିପାରିବେ ।

ସେହିଭଳି ଅନ୍ୟ ଏକ ଉଦାହରଣ ଦେଇ ସେ କହିଛନ୍ତି ଯେ ଚିନ୍ତା କରନ୍ତୁ ଯେ ତାମିଲନାଡୁର ବାସିନ୍ଦା ଶ୍ରୀନିବାସ ୧୫ ବର୍ଷର ଇଏମଆଇ ପ୍ଲାନ କୁ ଚୟନ କରି ୬୦ ଲକ୍ଷ ଟଙ୍କାର ଘରେ ଏକ ଗୁରୁତ୍ୱପୂର୍ଣ୍ଣ ନିବେଶ କରିଛନ୍ତି । ଇଏମଆଇ ପ୍ରତିଶ୍ରୁତିକୁ ନିଷ୍ଠାର ସହ ପୂରଣ କରିବାର ୬ ବର୍ଷ ପରେ, ତାଙ୍କ ଅକାଳ ବିୟୋଗ ତାଙ୍କ ପରିବାରକୁ ଅବଶିଷ୍ଟ ୯ ବର୍ଷ ପାଇଁ ଏହି ଇଏମଆଇ ସମାଧାନ କରିବାର ଆର୍ôଥକ ଦାୟିତ୍ୱ ସହ ସଂଘର୍ଷ କରିବାକୁ ପଡ଼ୁଛି । ଏହି ଅତିରିକ୍ତ ମାସିକ ଖର୍ଚ୍ଚ ତୁଲାଇବା ପାଇଁ ସେମାନଙ୍କର ଆର୍ôଥକ ପ୍ରସ୍ତୁତି ଅଭାବରୁ ତାଙ୍କୁ ଉଭୟ ନିଜ ଘର ଏବଂ ଶ୍ରୀ ଶ୍ରୀନିବାସଙ୍କୁ ଏକାସାଙ୍ଗରେ ହରାଇବାକୁ ପଡ଼ିଛି । ଏହି ଦୃଶ୍ୟ ଆମକୁ ଟର୍ମ ଇନସ୍ୟୁରାନ୍ସ କଭରେଜର ଗୁରୁତ୍ୱପୂର୍ଣ୍ଣ ଭୂମିକା ବିଷୟରେ ମନେପକାଇ ଦେଉଛି । ଏଭଳି କଭରେଜ୍‌ ପରିବାରଗୁଡ଼ିକୁ ଏକ ଅପ୍ରତ୍ୟାଶିତ କ୍ଷତିର ଆର୍ôଥକ ପ୍ରଭାବକୁ ପରିଚାଳନା କରିବା ଏବଂ ସେମାନେ ଭାବନାତ୍ମକ ଭାବରେ ଜଡ଼ିତ ସମ୍ପତିକୁ ସୁରକ୍ଷିତ ରଖିବା ପାଇଁ ଆବଶ୍ୟକ ସହାୟତା ପ୍ରଦାନ କରିପାରେ ।

ଞ୍ଚଉଦ୍ଧୃତ ସଂଖ୍ୟାଗୁଡିକ କେବଳ ମୋଟାମୋଟି ଆକଳନ ପାଇଁ ଅଟେ ଏବଂ ଏଥିରେ ସମ୍ପୃକ୍ତ ପ୍ରକୃତ ଖର୍ଚ୍ଚକୁ ପ୍ରତିନିଧିତ୍ୱ କରେ ନାହିଁ

Hot this week

ନାଗରିକତା ପାଇଥିବା ସମସ୍ତଙ୍କୁ ମିଳିବ ସରକାରୀ ସୁବିଧା , ୩୫ ଜଣଙ୍କୁ ନାଗରିକତା ପ୍ରମାଣ ପତ୍ର

ଭୁବନେଶ୍ୱର :ଜନଗଣନା ନିର୍ଦ୍ଦେଶାଳୟ ଓଡ଼ିଶା ଓ ଗୃହ ମନ୍ତ୍ରାଳୟ ଭାରତ ସରକାରଙ୍କ...

ହତ୍ୟାପରେ ପଡୋଶୀଙ୍କ ରକ୍ତ ପିଇଥିଲେ ଏହି ମହିଳା- ୫୦ ବର୍ଷ କାରା ଦଣ୍ଡାଦେଶ

ନ୍ୟୁୟର୍କ- ଆମେରିକାର ଜଣେ ମହିଳା ତାଙ୍କ ପଡୋଶୀଙ୍କୁ ରାଗରେ ହତ୍ୟା କରିଥିଲେ...

୨୦ ବର୍ଷ ପରେ ନୂଆ ଜୀବନ ପାଇଲେ ବିଶ୍ଵଭୂଷଣ

ଭୁବନେଶ୍ୱର: ଯୁବ ଅବସ୍ଥାରେ ଅଣ୍ଟା ଭାଙ୍ଗିପଡ଼ିଥିଲା। ୮୦ ବର୍ଷର ବୃଦ୍ଧ ପରି...

ହାତୀ ଆକ୍ରମଣରେ ମହିଳାଙ୍କ ମୃତ୍ୟୁ

କଣ୍ଟାବାଞ୍ଜି: ବଲାଙ୍ଗୀର ଜିଲ୍ଲା ତୁରେକେଲା ଥାନା ବଡବାଙ୍କୀ ପଞ୍ଚାୟତ ସାନବାଙ୍କି ଗ୍ରାମରେ...

ପରିବାରରୁ ଦୁର୍ନୀତି ବିରୋଧରେ ଶିକ୍ଷା ଦିଆଯାଉ: ଜଷ୍ଟିସ ନାୟକ

ଦୁର୍ନୀତି ମୁକ୍ତ ଓଡ଼ିଶା ସାମୂହିକ ସଂକଳ୍ପ ହେଉ: ରାଜ କୁମାର ଭୁବନେଶ୍ବର :...

Related Articles

Popular Categories