ନୂଆଦିଲ୍ଲୀ : ଦେଶରେ ଅସହିଷ୍ଣୁତା ଓ ମାନବାଧିକାର ଉଲ୍ଲଙ୍ଘନ ବୃଦ୍ଧିପାଇବାରେ ଲାଗିଛି ବୋଲି ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀ କହିଛନ୍ତି। ଏହା ସହିତ ଦେଶରେ ଧନୀ ଓ ଦରିଦ୍ରଙ୍କ ମଧ୍ୟରେ ତାରତମ୍ୟ ବଢିବାରେ ଲାଗିଛି। ପ୍ରଣବ ମୁଖାର୍ଜୀ ଫାଉଣ୍ଡେସନ ଓ ସେଣ୍ଟର ଫର ରିସର୍ଚ୍ଚ ଫର ରୁରାଲ ଆଣ୍ଡ ଇଣ୍ଡଷ୍ଟ୍ରିଆଲ ଡେଭଲପମେଣ୍ଟ (ସିଆରଆରଆଇଡି)ର ମିଳିତ ଉଦ୍ୟମରେ ଆୟୋଜିତ ଏକ ଜାତୀୟ ଆଲୋଚନାଚକ୍ରରେ ଭାଗ ନେଇ ଶ୍ରୀ ମୁଖାର୍ଜୀ ଏହା କହିଛନ୍ତି। ସେ କହିଛନ୍ତି ଯେ ଭାରତ ମାଟି ବସୁଧୈବ କୁଟୁମ୍ବକମ୍ର ବାର୍ତ୍ତା ଦେଇଥାଏ। ଏହା ସହିତ ସହିଷ୍ଣୁତା, କ୍ଷମା, ସ୍ନେହ ପ୍ରେମର ବାର୍ତ୍ତା ମଧ୍ୟ ଦେଇଥାଏ; ମାତ୍ର ଭାରତରେ ଏହିସବୁ ମହନୀୟ ଗୁଣ ହ୍ରାସ ପାଇବାରେ ଲାଗିଛି ବୋଲି ମୁଖାର୍ଜୀ କହିଛନ୍ତି। ସହିଷ୍ଣୁତା, ବହୁବାଦକୁ ସମ୍ମାନ ଦେଉଥିବା ଦେଶରେ ଶାନ୍ତି ଓ ସଦ୍ଭାବ ବଜାୟ ରହିଥାଏ।
Popular Categories



