www.samajalive.in
Sunday, December 14, 2025
17.1 C
Bhubaneswar

ଦେଶର ପ୍ରଭାବଶାଳୀ ବ୍ୟକ୍ତି : ଶୀର୍ଷରେ ମୋଦୀ, ୧୦ମରେ ନବୀନ ଓ ଏକାଦଶରେ ପି.କେ ମିଶ୍ର

ନୂଆଦିଲ୍ଲୀ: ‘ଫେମ୍‌ ଇଣ୍ଡିଆ’ ପତ୍ରିକା ଓ ‘ଏସିଆ ପୋଷ୍ଟ’ ପକ୍ଷରୁ ଦେଶର ଶ୍ରେଷ୍ଠ ୫୦ଜଣ ପ୍ରଭାବଶାଳୀ ବ୍ୟକ୍ତିଙ୍କ ତାଲିକା ପ୍ରକାଶ ପାଇଛି। ତାଲିକାର ଶୀର୍ଷରେ ରହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ। ତାଲିକାର ୧୦ମ ସ୍ଥାନରେ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରହିଥିବାବେଳେ ଏକାଦଶ ସ୍ଥାନରେ ରହିଛନ୍ତି ପ୍ରଧାନମନ୍ତ୍ରୀଙ୍କ ପ୍ରମୁଖ ସଚିବ ପ୍ରମୋଦ କୁମାର ମିଶ୍ର। ୧୨ ହଜାର ବିଜ୍ଞ ବ୍ୟକ୍ତିଙ୍କ ମତ ଆଧାରରେ ପ୍ରକାଶିତ ପ୍ରସ୍ତୁତ ଏହି ସର୍ଭେ ରିପୋର୍ଟ ଅନୁସାରେ ମୋଦୀଙ୍କୁ ୯୯.୬ପ୍ରତିଶତ ମତଦାତା ସବୁଠୁ ପ୍ରଭାବଶାଳୀ ବୋଲି ଦର୍ଶାଇଛନ୍ତି। ଏହି ତାଲିକାର ଦ୍ବିତୀୟ ସ୍ଥାନରେ ରହିଛନ୍ତି ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ। ସେ ସ୍ବରାଷ୍ଟ୍ରମନ୍ତ୍ରୀ ଅମିତ ଶାହଙ୍କୁ ତୃତୀୟ ସ୍ଥାନକୁ ଠେଲିଦେଇଛନ୍ତି। ଲୋକପ୍ରିୟତା, ବ୍ୟକ୍ତିତ୍ବ, ନେତୃତ୍ବ, ବିକାଶମୂଳକ କାର୍ଯ୍ୟକ୍ରମ ଆଦିକୁ ନେଇ ଏହି ସର୍ଭେ କରାଯାଇଥିଲା ଏବଂ ଏଥିରେ ରାଜନୀତି, ପ୍ରଶାସନ, ଧର୍ମ, ବ୍ୟବସାୟ ଆଦି ପ୍ରତ୍ୟେକ କ୍ଷେତ୍ରରୁ ବ୍ୟକ୍ତିତ୍ବଙ୍କୁ ସାମିଲ କରାଯାଇଥିଲା। ଚତୁର୍ଥ ସ୍ଥାନରେ ଶିଳ୍ପପତି ରତନ ଟାଟା, ପଞ୍ଚମରେ ମୁକେଶ ଅମ୍ବାନୀ, ଷଷ୍ଠରେ କେରଳ ମୁଖ୍ୟମନ୍ତ୍ରୀ ପିନାରାଇ ବିଜୟନ, ୭ମରେ ଆଧ୍ୟାତ୍ମ ଗୁରୁ ଶ୍ରୀ ଶ୍ରୀ ରବିଶଙ୍କର, ୮ମରେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଓ ନବମରେ ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ରହିଛନ୍ତି। କଂଗ୍ରେସ ନେତା ରାହୁଲ ଗାନ୍ଧୀ ତାଲିକାର ୨୧ତମ ସ୍ଥାନରେ ଥିବାବେଳେ ଦ୍ବାଦଶ ସ୍ଥାନରେ ଝାଡ଼ଖଣ୍ଡ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ, ତ୍ରୟୋଦଶ ସ୍ଥାନରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜରିୱାଲ, ଷୋଡ଼ଶ ସ୍ଥାନରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର, ସପ୍ତଦଶ ସ୍ଥାନରେ ବିଜେପି ସଭାପତି ଜେ.ପି ନଡ୍ଡା, ଅଷ୍ଟାଦଶ ସ୍ଥାନରେ ସ୍ବାସ୍ଥ୍ୟମନ୍ତ୍ରୀ ଡା. ହର୍ଷ ବର୍ଦ୍ଧନ ରହିଛନ୍ତି। ତେଇଶିତମ ସ୍ଥାନରେ ଅଭିନେତା ଅକ୍ଷୟ କୁମାର ଅଛନ୍ତି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories