www.samajalive.in
Wednesday, December 10, 2025
16.1 C
Bhubaneswar

କମ୍ ଦାମରେ ଇନଫିନିକ୍ସ ଆଣିଲା ଫ୍ଲିପ୍ ଫୋନ୍, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଇନଫିନିକ୍ସ ନିଜ ପ୍ରଥମ ଫ୍ଲିପ୍ ଫୋନ୍ ବଜାରକୁ ନେଇଆସିଛି । ଏହାର ନାଁ ଇନଫିନିକ୍ସ ଜିରୋ ଫ୍ଲିପ୍ । ଏଥିରେ ୧୨୦ ହର୍ଜ ଡୁଆଲ ଡିସପ୍ଲେ, ମିଡିଆଟେକ୍ ଡାଇମେନସିଟି ୮୦୨୦ ଚିପସେଟ୍ ମିଳୁଛି । ଇନଫିନିକ୍ସ ଜିରୋ ଫ୍ଲିପରେ ୬.୯ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଆମୋଲେଡ୍ ମେନ୍ ଡିସପ୍ଲେ ଏବଂ ୩.୬୪ ଇଞ୍ଚର ଆମୋଲେଡ୍ କଭର ଡିସପ୍ଲେ ରହିଛି । ଉଭୟ ଡିସପ୍ଲେ ୧୨୦ ହର୍ଜ ରିଫ୍ରେଶ୍ ରେଟର ସପୋର୍ଟ ସହିତ ଆସେ । ଏଥିରେ ୧୬ ଜିବି ରାମ୍ ସହିତ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି ।

ଏହାର ଦାମ୍ ୫୦ ହଜାର ଟଙ୍କା ରଖିଛି କମ୍ପାନୀ । ଏହା ୨ ପ୍ରକାର ରଙ୍ଗ ବିକଳ୍ପ ସହିତ ଆସିବ । ଏହି ଫୋନ୍ ଏବେ କିଛି ଦେଶରେ ବିକ୍ରି ହେଉଛି । ଖୁବ ଶୀଘ୍ର ଏହା ଭାରତକୁ ଆସିବ । ଫୋନରେ ୨ଟି କ୍ୟାମେରା ରହିଛି । ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ଓ ୫୦ ମେଗାପିକ୍ସେଲର ଅଲ୍ଟ୍ରା-ଓ୍ବାଇଡ୍ କ୍ୟାମେରା ରହିଛି । ଫ୍ରଣ୍ଟରେ ୫୦ ଏମପିର କ୍ୟାମେରା ରହିଛି । ଏଥିରେ ୪କେ ରେକର୍ଡ କରିହେବ । ଏଥିରେ ୪୭୨୦ ଏମଏଏଚର ବ୍ୟାଟେରୀ ରହିଛି । ମାତ୍ର ୭୦ ମିନିଟରେ ଫୋନ୍ ଫୁଲ ଚାର୍ଜ ହୋଇଯିବ । ଏହି ମଡେଲ ସାମସଙ୍ଗ ଜେଡ୍ ଫ୍ଲିପ୍ ଓ ମୋଟୋ ରେଜର ସହ ମୁକାବିଲା କରିବ ।

Hot this week

ଯୁକ୍ତଦୁଇ ନାମଲେଖାରୁ ବଞ୍ଚିତ ପିଲାଙ୍କୁ ସୁଯୋଗ ପ୍ରଦାନ : ଆଜିଠୁ ୧୪ ଯାଏ ଆବେଦନ

ଭୁବନେଶ୍ବର: ବିଦ୍ୟାଳୟ ବାହାରେ ଥିବା ପିଲାଙ୍କୁ ଶିକ୍ଷା ବ୍ୟବସ୍ଥାର ସାମିଲ ଉଦ୍ୟମ...

ମିଳିଲା ମହିଳାଙ୍କ କଟାମୁଣ୍ଡ

ମାଲକାନଗିରି : କନ୍ୟା ଆଶ୍ରମ ନିକଟ ପୋଟେରୁ ନଦୀକୂଳରୁ ମିଳିଲା କଟାମୁଣ୍ଡ।...

ସୁନା ଓ ରୂପା ଏତିକି ଟଙ୍କା ହେଲା ଶସ୍ତା

ସମାଜ ଡିଜିଟାଲ ଡେସ୍କ: ସୁନା ଓ ରୂପା ମୂଲ୍ୟରେ ସାମାନ୍ୟ ହ୍ରାସ...

ସ୍ବତନ୍ତ୍ର ସିନ୍ଧ୍‌ ଦେଶ ଗଠନ ଦାବି; ପାକିସ୍ତାନରେ ହିଂସା

କରାଚି: ବେଲୁଚିସ୍ତାନ ପରେ ପାକିସ୍ତାନରେ ଏବେ ସ୍ବତନ୍ତ୍ର ସିନ୍ଧ୍‌ଦେଶ ଗଠନ ଦାବି...

ଭୋଟ ଚୋରି ଜାତୀୟତା ବିରୋଧୀ କାର୍ଯ୍ୟ: ରାହୁଲ

ନୂଆଦିଲ୍ଲୀ: ନିର୍ବାଚନ ଆୟୋଗଙ୍କ ପକ୍ଷରୁ ଦେଶର ବିଭିନ୍ନ ରାଜ୍ୟରେ ଚାଲିଥିବା ସ୍ବତନ୍ତ୍ର...

Related Articles

Popular Categories