କମ୍ ଦାମରେ ଇନଫିନିକ୍ସ ଆଣିଲା ଫ୍ଲିପ୍ ଫୋନ୍, ରହିଛି ଅନେକ ଫିଚର୍

ନୂଆଦିଲ୍ଲୀ : ଇନଫିନିକ୍ସ ନିଜ ପ୍ରଥମ ଫ୍ଲିପ୍ ଫୋନ୍ ବଜାରକୁ ନେଇଆସିଛି । ଏହାର ନାଁ ଇନଫିନିକ୍ସ ଜିରୋ ଫ୍ଲିପ୍ । ଏଥିରେ ୧୨୦ ହର୍ଜ ଡୁଆଲ ଡିସପ୍ଲେ, ମିଡିଆଟେକ୍ ଡାଇମେନସିଟି ୮୦୨୦ ଚିପସେଟ୍ ମିଳୁଛି । ଇନଫିନିକ୍ସ ଜିରୋ ଫ୍ଲିପରେ ୬.୯ ଇଞ୍ଚର ଫୁଲ ଏଚଡି ପ୍ଲସ୍ ଆମୋଲେଡ୍ ମେନ୍ ଡିସପ୍ଲେ ଏବଂ ୩.୬୪ ଇଞ୍ଚର ଆମୋଲେଡ୍ କଭର ଡିସପ୍ଲେ ରହିଛି । ଉଭୟ ଡିସପ୍ଲେ ୧୨୦ ହର୍ଜ ରିଫ୍ରେଶ୍ ରେଟର ସପୋର୍ଟ ସହିତ ଆସେ । ଏଥିରେ ୧୬ ଜିବି ରାମ୍ ସହିତ ୫୧୨ ଜିବି ପର୍ଯ୍ୟନ୍ତ ଷ୍ଟୋରେଜ୍ ମିଳୁଛି ।

ଏହାର ଦାମ୍ ୫୦ ହଜାର ଟଙ୍କା ରଖିଛି କମ୍ପାନୀ । ଏହା ୨ ପ୍ରକାର ରଙ୍ଗ ବିକଳ୍ପ ସହିତ ଆସିବ । ଏହି ଫୋନ୍ ଏବେ କିଛି ଦେଶରେ ବିକ୍ରି ହେଉଛି । ଖୁବ ଶୀଘ୍ର ଏହା ଭାରତକୁ ଆସିବ । ଫୋନରେ ୨ଟି କ୍ୟାମେରା ରହିଛି । ୫୦ ମେଗାପିକ୍ସେଲର ମେନ୍ କ୍ୟାମେରା ଓ ୫୦ ମେଗାପିକ୍ସେଲର ଅଲ୍ଟ୍ରା-ଓ୍ବାଇଡ୍ କ୍ୟାମେରା ରହିଛି । ଫ୍ରଣ୍ଟରେ ୫୦ ଏମପିର କ୍ୟାମେରା ରହିଛି । ଏଥିରେ ୪କେ ରେକର୍ଡ କରିହେବ । ଏଥିରେ ୪୭୨୦ ଏମଏଏଚର ବ୍ୟାଟେରୀ ରହିଛି । ମାତ୍ର ୭୦ ମିନିଟରେ ଫୋନ୍ ଫୁଲ ଚାର୍ଜ ହୋଇଯିବ । ଏହି ମଡେଲ ସାମସଙ୍ଗ ଜେଡ୍ ଫ୍ଲିପ୍ ଓ ମୋଟୋ ରେଜର ସହ ମୁକାବିଲା କରିବ ।

Comments are closed.