www.samajalive.in
Monday, December 15, 2025
24.1 C
Bhubaneswar

ମହିଳା ଟି୨୦ ବିଶ୍ୱକପ: ଆଜି ଭାରତ-ନ୍ୟୁଜିଲାଣ୍ଡ ମୁକାବିଲା

ଦୁବାଇ: ୟୁଏଇରେ ମହିଳା ଟ୍ୱେଣ୍ଟି-୨୦ ବିଶ୍ୱକପର ନବମ ସଂସ୍କରଣ ଗୁରୁବାରଠାରୁ ଆରମ୍ଭ ହୋଇଛି। ଆଜି ଭାରତୀୟ ଦଳ ଗ୍ରୁପ-ଏରେ ନ୍ୟୁଜିଲାଣ୍ଡ ବିପକ୍ଷରେ ପ୍ରଥମ ମ୍ୟାଚ ଖେଳି ଅଭିଯାନ ଆରମ୍ଭ କରିବ। ଆଜି ସନ୍ଧ୍ୟା ୭ଟା ୩୦ରୁ ଆରମ୍ଭ ହେବ ମ୍ୟାଚ। ଭାରତ ଗ୍ରୁପ-ଏ ରେ ନ୍ୟୁଜିଲାଣ୍ଡ, ଅଷ୍ଟ୍ରେଲିଆ, ପାକିସ୍ତାନ ଓ ଶ୍ରୀଲଙ୍କା ସହ ରହିଛି। ମହିଳା ଟି-୨୦ ବିଶ୍ୱକପର ଇତିହାସକୁ ଦେଖିଲେ ଭାରତ ଥରେ ମାତ୍ର ଫାଇନାଲକୁ ଉନ୍ନୀତ ହୋଇଛି। ଭାରତ ୨୦୨୦ରେ ଅଷ୍ଟ୍ରେଲିଆରେ ଆୟୋଜିତ ବିଶ୍ୱକପର ଫାଇନାଲରେ ପହଞ୍ଚି ୮୫ରନରେ ଅଷ୍ଟ୍ରେଲିଆଠାରୁ ପରାଜିତ ହୋଇଥିଲା। ହରମନପ୍ରୀତ କୌରଙ୍କ ନେତୃତ୍ୱାଧିନ ଭାରତୀୟ ଦଳ ୟୁଏଇରେ ପ୍ରଥମ ଥର ପାଇଁ ଟାଇଟଲ ଜିତିବା ଲକ୍ଷ୍ୟ ରଖିଛନ୍ତି। ଦଳରେ ବ୍ୟାଟର ଭାବେ ସ୍ମୃତି ମାନ୍ଧାନା, ଶେଫାଳି ବର୍ମା, ହରମନପ୍ରୀତ କୌର, ୟାସ୍ତିକା ଭାଟିଆ, ରିଚା ଘୋଷ, ଜେମିମା ରଡ୍ରିଗ୍ୱେଜ ପ୍ରମୁଖ ଥିବାବେଳେ ବୋଲିଂରେ ରେଣୁକା ସିଂହ, ଅରୁନ୍ଧତି ରେଡ୍ଡି, ପୂଜା ବତ୍ସାକର, ରାଧା ଯାଦବ ରହିଛନ୍ତି। ଅଲରାଉଣ୍ଡର ଭବେ ଶ୍ରୀୟଙ୍କା ପାଟିଲ, ଦାପ୍ତି ଶର୍ମା, ଓ ଆଶା ଶୋଭନା ରହିଛନ୍ତି। ସେପଟେ ନ୍ୟୁଜିଲାଣ୍ଡ ମହିଳା ଦଳ ମଧ୍ୟ କୌଣସି ଗୁଣରେ କମ ନାହାଁନ୍ତି। ଦଳ ଟି୨୦ ବିଶ୍ୱକପ ଟ୍ରଫି ଜିତିବାରେ ଏପର୍ଯ୍ୟନ୍ତ ବିଫଳ ହୋଇଥିଲେ ମଧ୍ୟ ଦୁଇଥର ରନର୍ସଅପ ହୋଇଛି। ଚଳିତ ମ୍ୟାଚ ଜିତିବାକୁ ଦଳ ସମସ୍ତ ପ୍ରୟାସ କରିବ।

 

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories