ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ ଲଢ଼ିବେ ଲୋକସଭା ନିର୍ବାଚନ

ଡେସ୍କ: ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ହତ୍ୟାକାରୀର ପୁଅ ସରବଜିତ ସିଂହ (୪୫) ପଞ୍ଜାବର ଫରିଦକୋଟ ନିର୍ବାଚନ ମଣ୍ଡଳୀରୁ ଆଗାମୀ ଲୋକସଭା ନିର୍ବାଚନ ପାଇଁ ପ୍ରାର୍ଥୀ ହେବା ନେଇ ଘୋଷଣା କରିଛନ୍ତି। ସରବଜିତ୍ ସିଂହ ହେଉଛନ୍ତି ଇନ୍ଦିରା ଗାନ୍ଧୀଙ୍କ ଅନ୍ୟତମ ହତ୍ୟାକାରୀ ବିଅନ୍ତ ସିଂହଙ୍କ ପୁଅ।

https://youtu.be/BgOEzzVSLj4

୧୯୮୪ ମସିହା ଅକ୍ଟୋବର ୩୧ ତାରିଖରେ ସତୱନ୍ତ ସିଂହଙ୍କ ସହ ମିଶି ବିଅନ୍ତ ସିଂହ ତାଙ୍କୁ ତାଙ୍କ ବାସଭବନରେ ଗୁଳି କରି ହତ୍ୟା କରିଥିଲେ। ଫରିଦକୋଟରେ ଅନେକ ଲୋକ ନିର୍ବାଚନ ଲଢ଼ିବା ପାଇଁ ନିବେଦନ କରିବା ପରେ ସେ ଏହି ନିଷ୍ପତ୍ତି ନେଇଥିବା ସରବଜିତ କହିଛନ୍ତି। ଆମ୍ ଆଦମୀ ପାର୍ଟି ଏହି ଆସନ ପାଇଁ କରମଜିତ ଅନମୋଲଙ୍କୁ ପ୍ରାର୍ଥୀ କରିଛି। କରମଜିତଙ୍କୁ ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନଙ୍କ ଘନିଷ୍ଠ ବୋଲି ବିବେଚନା କରାଯାଏ।

୨୦୧୯ ଲୋକସଭା ନିର୍ବାଚନରେ କଂଗ୍ରେସ ପ୍ରାର୍ଥୀ ମହମ୍ମଦ ସାଦିକ ଏହି ଆସନରେ ବିଜୟୀ ହୋଇଥିଲେ। ୨୦୧୪ରେ ଶିରୋମଣି ଅକାଳୀ ଦଳ ଜିତିଥିବା ବେଳେ ୨୦୦୯ରେ ପରମଜିତ କୌର ଗୁଲସନ ଶିରୋମଣି ଅକାଳୀ ଦଳ ଟିକେଟରେ ବିଜୟୀ ହୋଇଥିଲେ। ଏହା ପୂର୍ବରୁ ୨୦୦୪ରେ ଶିରୋମଣି ଅକାଳୀ ଦଳର ସୁଖବୀର ସିଂହ ବାଦଲ ଏଠାରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ।

ସିଡନୀର ଏକ ମଲରେ ଛୁରା ମାଡ଼, ୬ ମୃତ ଆଶଙ୍କା

ସରବଜିତ ସିଂହ ୨୦୦୪ରେ ଭଟିଣ୍ଡା ନିର୍ବାଚନ ମଣ୍ଡଳୀରୁ ଲୋକସଭା ନିର୍ବାଚନ ଲଢ଼ିଥିଲେ ଏବଂ ୧.୧୩ ଲକ୍ଷ ଭୋଟ୍ ପାଇ ବିଫଳ ହୋଇଥିଲେ। ସେ ୨୦୦୭ରେ ଭଦୋର ଆସନରୁ ପଞ୍ଜାବ ବିଧାନସଭା ନିର୍ବାଚନ ଲଢ଼ିଥିଲେ କିନ୍ତୁ ପରାଜୟର ସମ୍ମୁଖୀନ ହୋଇଥିଲେ। ୨୦୧୪ ଲୋକସଭା ନିର୍ବାଚନରେ ସରବଜିତ୍ ଫତେଗଡ଼ ସାହିବ ଆସନରୁ ପୁଣି ଭାଗ୍ୟ ପରୀକ୍ଷା କରିଥିଲେ ମଧ୍ୟ ପୁଣି ଥରେ ପରାଜିତ ହୋଇଥିଲେ।

ଅସଲି ନୁହେଁ, ସାର୍କ ଟ୍ୟାଙ୍କରେ ଦିଆଯାଉଥିବା ଚେକ୍ ‘ନକଲି’ – ଅମିତ ଜୈନ

ତାଙ୍କ ମା’ ବିମଳ କୌର ୧୯୮୯ରେ ରୋପର ଆସନରୁ ସାଂସଦ ଭାବେ ନିର୍ବାଚିତ ହୋଇଥିଲେ। ଜୁନ୍ ପହିଲାରେ ପଞ୍ଜାବର ୧୩ଟି ଲୋକସଭା ଆସନ ପାଇଁ ମତଦାନ ହେବ। ଆମ୍ ଆଦମୀ ପାର୍ଟି (ଆପ୍) ଫରିଦକୋଟ ଲୋକସଭା ଆସନରୁ ଅଭିନେତା କରମଜିତ୍ ଅନମୋଲଙ୍କୁ ପ୍ରାର୍ଥୀ କରିଥିବା ବେଳେ ବିଜେପି ଗାୟକ ହଂସରାଜ ହଂସଙ୍କୁ ପ୍ରାର୍ଥୀ କରିଛି।

ଅଡୁଆରେ ନିର୍ବାଚନ କମିଶନ, ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ

Comments are closed.