ଅଡୁଆରେ ନିର୍ବାଚନ କମିଶନ, ଲିଖିତ ସ୍ପଷ୍ଟୀକରଣ ଦେବାକୁ ନିର୍ଦ୍ଦେଶ

ଡେସ୍କ: ନିର୍ବାଚନ ସମୟରେ ଇଲେକ୍ଟ୍ରୋନିକ୍ ଭୋଟିଂ ମେସିନ୍ (ଇଭିଏମ୍) ଏବଂ ଭୋଟର ଭେରିଫାଏବଲ୍ ପେପର ଅଡିଟ୍ ଟ୍ରେଲ୍ (ଭିଭିପିଏଟି)ର ବିଶ୍ୱସନୀୟତା ସମ୍ପର୍କରେ ସୂଚନା ଅଧିକାର (ଆରଟିଆଇ) ପ୍ରଶ୍ନର ଉତ୍ତର ନିର୍ବାଚନ ଆୟୋଗ ଦେଇନଥିବାରୁ କେନ୍ଦ୍ରୀୟ ସୂଚନା ଆୟୋଗ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ସିଆଇସି ଏହାକୁ ଆଇନର ଘୋର ଉଲ୍ଲଂଘନ ବୋଲି କହିବା ସହ ନିର୍ବାଚନ କମିଶନଙ୍କୁ ଲିଖିତ ସ୍ପଷ୍ଟୀକରଣ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ଅସଲି ନୁହେଁ, ସାର୍କ ଟ୍ୟାଙ୍କରେ ଦିଆଯାଉଥିବା ଚେକ୍ ‘ନକଲି’ – ଅମିତ ଜୈନ

୨୦୨୨ ମେ’ ୨ ତାରିଖରେ ବିଶିଷ୍ଟ ନାଗରିକମାନେ ଇଭିଏମ୍ ଓ ଭିଭିପାଟ୍ ମେସିନର ବିଶ୍ୱସନୀୟତା ନେଇ ନିର୍ବାଚନ କମିସନଙ୍କ ନିକଟରେ ଏକ ଦାବିପତ୍ର ଦେଇଥିଲେ। ନଭେମ୍ବର ୨୨, ୨୦୨୨ରେ ପୂର୍ବତନ ଆଇଏଏସ୍ ଅଫିସର ଏମଜି ଦେବ ସହାୟମ ନିର୍ବାଚନ କମିଶନଙ୍କ ନିକଟରେ ଏକ ଆରଟିଆଇ ଆବେଦନ ଦାଖଲ କରିଥିଲେ ଯେଉଁଥିରେ କେଉଁ ବ୍ୟକ୍ତି ଏବଂ ସରକାରୀ କର୍ତ୍ତୃପକ୍ଷଙ୍କ ନିକଟକୁ ପ୍ରତିନିଧିତ୍ୱ ପଠାଯାଇଥିଲା, ଏହି ପ୍ରସଙ୍ଗରେ ହୋଇଥିବା କୌଣସି ବୈଠକର ବିବରଣୀ ଏବଂ ସମସ୍ତ ପ୍ରାସଙ୍ଗିକ ଫାଇଲ୍ ନୋଟିଂ ବିଷୟରେ ଜାଣିବାକୁ ଚାହିଁଥିଲେ। ବାଧ୍ୟତାମୂଳକ ୩୦ ଦିନ ମଧ୍ୟରେ ନିର୍ବାଚନ କମିଶନ କୌଣସି ପ୍ରତିକ୍ରିୟା ଦେଇନଥିଲେ ଏବଂ ବରିଷ୍ଠ ଅଧିକାରୀମାନଙ୍କୁ ଦେବ ସହାୟମଙ୍କ ପ୍ରଥମ ଆବେଦନର ମଧ୍ୟ ଶୁଣାଣି ହୋଇନଥିଲା। ଏହାପରେ ସେ ଦ୍ୱିତୀୟ ଆବେଦନରେ ସିଆଇସିଙ୍କ ଦ୍ୱାରସ୍ଥ ହୋଇଥିଲେ ଏବଂ ନିର୍ବାଚନ କମିଶନଙ୍କ ଠାରୁ କୌଣସି ପ୍ରତିକ୍ରିୟା ମିଳିନଥିବା ଦର୍ଶାଇଥିଲେ।

ସିଡନୀର ଏକ ମଲରେ ଛୁରା ମାଡ଼, ୬ ମୃତ ଆଶଙ୍କା

ମୁଖ୍ୟ ସୂଚନା କମିଶନର ହୀରାଲାଲ ସାମରିଆ ନିର୍ବାଚନ କମିଶନଙ୍କ ନିକଟରେ ଏହି ପ୍ରସଙ୍ଗ ଉଠାଇଥିଲେ ମଧ୍ୟ ନିର୍ବାଚନ କମିଶନଙ୍କ କେନ୍ଦ୍ରୀୟ ଲୋକ ସୂଚନା ଅଧିକାରୀ (ସିପିଆଇଓ) ଦେବ ସହାୟମଙ୍କୁ କାହିଁକି କୌଣସି ଜବାବ ଦିଆଗଲା ନାହିଁ ସେ ନେଇ ସନ୍ତୋଷଜନକ ଉତ୍ତର ଦେବାରେ ବିଫଳ ହୋଇଥିଲେ।

ମାମଲାର ରେକର୍ଡ ଓ ଶୁଣାଣି ସମୟରେ ଦିଆଯାଇଥିବା ଯୁକ୍ତିକୁ ଅନୁଧ୍ୟାନ କରିବା ପରେ ଆରଟିଆଇ ଆଇନ ଅନୁଯାୟୀ ନିର୍ଦ୍ଧାରିତ ସମୟ ସୀମା ମଧ୍ୟରେ ଆରଟିଆଇ ଆବେଦନର କୌଣସି ଉତ୍ତର ଦେଇ ନଥିବାରୁ ତତ୍କାଳୀନ ପିଆଇଓଙ୍କ ଆଚରଣକୁ ନେଇ କମିଶନ ତୀବ୍ର ଅସନ୍ତୋଷ ପ୍ରକାଶ କରିଛନ୍ତି। ତେଣୁ ଆରଟିଆଇର ଘୋର ଉଲ୍ଲଂଘନ ପାଇଁ ଲିଖିତ ସ୍ପଷ୍ଟୀକରଣ ଦେବାକୁ କମିଶନ ବର୍ତ୍ତମାନର ପିଆଇଓଙ୍କ ଜରିଆରେ ତତ୍କାଳୀନ ପିଆଇଓଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

https://youtu.be/BgOEzzVSLj4

ଯଦି ଅନ୍ୟମାନେ ମଧ୍ୟ ଏହି ତ୍ରୁଟି ପାଇଁ ଦାୟୀ, ତେବେ ସିପିଆଇଓ ସେମାନଙ୍କ ଉପରେ ଆଦେଶର ଏକ ନକଲ ପ୍ରଦାନ କରିବେ ଏବଂ ଏଭଳି ଲୋକଙ୍କ ଲିଖିତ ତଥ୍ୟ ସିଆଇସିଙ୍କ ନିକଟକୁ ପଠାଇବା ସୁନିଶ୍ଚିତ କରିବେ ବୋଲି ସାମରିଆ କହିଛନ୍ତି ଏବଂ ୩୦ ଦିନ ମଧ୍ୟରେ ଆରଟିଆଇ ଆବେଦନର ସବୁ ପ୍ରଶ୍ନର ଜବାବ ପ୍ରଦାନ କରିବାକୁ ନିର୍ବାଚନ କମିଶନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି।

Comments are closed.