www.samajalive.in
Saturday, December 6, 2025
15.1 C
Bhubaneswar

ସମ୍ବଲପୁର ବିଶ୍ୱବିଦ୍ୟାଳୟ କର୍ମଚାରୀ ଦୀନବନ୍ଧୁ ମିଶ୍ର ଆତ୍ମହତ୍ୟା ମାମଲା, ଅଦାଲତରେ ଶୁଣାଣି ଆରମ୍ଭ

ସମ୍ବଲପୁର: ସମ୍ବଲପୁର ବିଶ୍ୱବିଦ୍ୟାଳୟର ଅସ୍ଥାୟୀ କର୍ମଚାରୀ ଦୀନବନ୍ଧୁ ମିଶ୍ର ଗତ ୨୦୨୧ ମସିହା ଏପ୍ରିଲ ମାସରେ କୂଳପତିଙ୍କ ପ୍ରକୋଷ୍ଠ ସମ୍ମୁଖରେ ନିଜ ଦେହରେ ନିଆଁ ଲଗାଇ ଜୀବନ ହାରି ଯାଇଥିଲେ। ଏହି ମାମଲାରେ ଜିଲା ଅଦାଲତ ପକ୍ଷରୁ ଇତି ମଧ୍ୟରେ ଶୁଣାଣି ଆରମ୍ଭ ହୋଇଯାଇଛି। ଅଦାଲତ ବିଭିନ୍ନ ପକ୍ଷ ଏବଂ କାର୍ଯ୍ୟକାରୀ ମାଜିଷ୍ଟ୍ରେଟ ତଥା ଅତିରିକ୍ତ ତହସିଲଦାର ସଦର ସମ୍ବଲପୁର ଦ୍ୱାରା ରେକର୍ଡ କରାଯାଇଥିବା ବୟାନକୁ ଶୁଣିବା ପରେ ଏହି ଘଟଣାରେ ତତ୍କାଳୀନ କୂଳପତି ସଞ୍ଜୀବ ମିତ୍ତଲ, ଅବିନାଶ କର ଓ ବିଶ୍ୱଜିତ ଶତପଥୀଙ୍କୁ ସମନ ଦେଇ ଅଦାଲତରେ ହାଜର ହେବାକୁ ନିର୍ଦ୍ଦେଶ ଦେଇଛନ୍ତି। ଅଦାଲତ ଏହି ମାମଲାରେ ନିଜର ପକ୍ଷ ରଖିବା ପାଇଁ ସଞ୍ଜୀବ ମିତ୍ତଲ, ଅବିନାଶ କର ଓ ବିଶ୍ୱଜିତ ଶତପଥୀଙ୍କୁ ଆଗାମୀ ୨୮ ଅଗଷ୍ଟ ୨୦୨୪ରେ ଅଦାଲତ ସମ୍ମୁଖରେ ଉପସ୍ଥାପନ ଦେଇ ନିଜର ପକ୍ଷ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସୁଚନାଯୋଗ୍ୟ ଯେ, ସ୍ୱର୍ଗତ ମିଶ୍ରଙ୍କୁ ୧୯୯୩ ମସିହାରେ ସମ୍ବଲପୁର ବିଶ୍ୱବିଦ୍ୟାଳୟ ଟେକ୍ନିକାଲ ସହାୟକ (କମ୍ପ୍ୟୁଟର) ପଦରେ ତାଙ୍କୁ ନିଯୁକ୍ତି ମିଳିଥିଲା। ଜଣେ ନିଷ୍ଠାପର ଓ କର୍ମଠ କର୍ମଚାରୀ ରୂପେ ତାଙ୍କର ସୁଖ୍ୟାତି ରହିଥବା ଏବଂ ସିଣ୍ଡିକେଟର ନିଷ୍ପତ୍ତି ସତ୍ୱେ ତାଙ୍କୁ ସ୍ଥାୟୀ ନିଯୁକ୍ତି ମିଳି ନ ଥିଲା। ଏଥି ପାଇଁ ସେ ଦୀର୍ଘ ବର୍ଷ ହେବ ସଂଗ୍ରାମ କରି ଆସୁଥିଲେ। ବହୁମୁଖୀ ପ୍ରତିଭାର ଧନୀ ଥିବା ସ୍ୱର୍ଗତ ମିଶ୍ର ଅଭିନୟ, ଅନଲାଇନ ସାହିତ୍ୟ ମଞ୍ଚ, ପୁସ୍ତକ ରଚନା, ଆଦି ବିଭିନ୍ନ କ୍ଷେତ୍ରରେ ନିଜର ଦକ୍ଷତା ପ୍ରତିପାଦନ କରିଥିଲେ ଏବଂ ଅନେକ ଅନୁଷ୍ଠାନ ଦ୍ୱାରା ସମ୍ବର୍ଦ୍ଧିତ ମଧ୍ୟ ହୋଇଥିଲେ। ତାଙ୍କର ମୃତ୍ୟୁର ମାତ୍ର କିଛି ଦିନ ପୁର୍ବରୁ ଚିଠି ଲେଖି ବିଶ୍ୱବିଦ୍ୟାଳୟରେ ଚାଲିଥିବା ଦୁର୍ନୀତି ସମ୍ପର୍କରେ ସ୍ୱର ଉତ୍ତୋଳନ କରିଥିଲେ। ଏହି ଦୁର୍ନୀତିରେ ସଂପୃକ୍ତ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ନିଆଯିବା ପରିବର୍ତ୍ତେ ତାଙ୍କୁ ଅପମାନିତ କରାଯାଇଥିଲା। ସେ ଆତ୍ମଦାହ ପୁର୍ବରୁ କୂଳ ସଚିବଙ୍କୁ ଉଦ୍ଦେଶ୍ୟରେ ଲେଖିଥିବା ଏକ ଚିଠିରେ ଘଟଣା ଗୁଡିକ ସମ୍ପର୍କରେ ବିସ୍ତୃତ ଉଲ୍ଲେଖ୍ୟ କରିଥିଲେ। ନିଜର ମୃତ୍ୟୁ ପାଇଁ ସେ ସମୟର କୂଳପତି ସଞ୍ଜୀବ ମିତ୍ତଲ ଓ ତାଙ୍କ ୨ ଘନିଷ୍ଠ ସହଯୋଗୀଙ୍କୁ ଦାୟୀ କରିଥିଲେ। ଦୀନବନ୍ଧୁଙ୍କ ପୁତ୍ରଙ୍କ ଅଭିଯୋଗ କ୍ରମେ ବୁର୍ଲା ଥାନାରେ ପୁଲିସ ମାମଲା ରୁଜୁ କରିଥିଲା। ମୃତ୍ୟୁ ପୂର୍ବରୁ ଲେଖିଥିବା ଚିଠି, ମାଜିଷ୍ଟ୍ରେଟଙ୍କ ଉପସ୍ଥିତିରେ ମୃତ୍ୟୁକାଳୀନ ଜମାନବନ୍ଦୀ ସତ୍ୱେ ଅଭିଯୁକ୍ତ ମାନଙ୍କୁ ସେ ସମୟରେ ପୁଲିସ ଗିରଫ ନ କରି ଜାଣିଶୁଣି ବିଳମ୍ବ କରି ଅଭିଯୁକ୍ତ ମାନଙ୍କୁ ଉଚ୍ଚ ନ୍ୟାୟାଳୟରୁ ଆଗୁଆ ଜାମିନ ଆଣିବା ପାଇଁ ସୁଯୋଗ ସୃଷ୍ଟି କରିଥିଲା ବୋଲି ମଧ୍ୟ ଅଭିଯୋଗ ହୋଇଥିଲା।

- Advertisement -

ଅଧିକ ସମ୍ବାଦ ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://samajalive.in

ମୋବାଇଲରେ ସମ୍ବାଦ ପାଇବା ପାଇଁ ଏହି ଲିଙ୍କରେ କ୍ଲିକ କରି ଆମ ହ୍ଵାଟସ ଆପ ଗୃପରେ ଜଏନ କରନ୍ତୁ: https://chat.whatsapp.com/8tkc88wC0L7089V56S8SyG

ସମାଜ ଡିଜିଟାଲ ନିଉଜ ଅପଡେଟ ଚ୍ୟାନେଲରେ ଫଲୋ କରିବା ପାଇଁ ଏହି ଲିଙ୍କରେ କ୍ଲିକ କରନ୍ତୁ: https://whatsapp.com/channel/0029VaKt8Sq0gcfMSlTf6B43

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories