ପୁଣି ‘ୟେତି’ ଚର୍ଚ୍ଚା: ପାଦଚିହ୍ନର ଫଟୋ ଉଠାଇଲେ ଭାରତୀୟ ଯବାନ
ନୂଆଦିଲ୍ଲୀ : ରହସ୍ୟମୟ ହିମମାନବ ବା ୟେତି ସମ୍ପର୍କରେ ଭାରତୀୟ ସେନା ପକ୍ଷରୁ ପ୍ରଥମ ଥର ପାଇଁ ସୂଚନା ପ୍ରଦାନ କରାଯାଇଛି। ନେପାଳ ଗସ୍ତରେ ଥିବା ସେନାର ପର୍ବତାରୋହୀ ଦଳ ମଙ୍ଗଳବାର ବରଫ ଉପରେ ୟେତିର ପାଦ ଚିହ୍ନ ଥିବା ଫଟୋ ଜାରି କରିଛନ୍ତି। ଏଥିରେ ପାଦଚିହ୍ନର ଆକାର ୩୨ ଇଞ୍ଚରେ ୧୫ ଇଞ୍ଚ ବା ୮୧/୩୮ ସେଣ୍ଟିମଟର ଦର୍ଶାଯାଇଛି। ନେପାଳ-ଚୀନ୍ ସୀମାନ୍ତ ମାକାଲୁ ପର୍ବତ ଅଞ୍ଚଳରୁ ଗତ ୯ ତାରିଖରେ ଏହି ଫେଟା ଉଠାଯାଇଥିବା ସେନା ପକ୍ଷରୁ କୁହାଯାଇଛି। ମାକାଲୁ ହେଉଛି ବିଶ୍ବର ଉଚ୍ଚତମ ପର୍ବତ ମଧ୍ୟରୁ ଗୋଟିଏ। ମାକାଲୁ-ବାରୁନ୍ ଉପତ୍ୟକାରେ ଅବସ୍ଥିତ ଏହି ପାହାଡ଼ର ବରଫାବୃତ୍ତ ପୃଷ୍ଠ ଭାଗରେ ରହସ୍ୟମୟ ପାଦଚିହ୍ନ ଦେଖି ସେନା ଯବାନ ଏହାର ଚିେତ୍ତ୍ରାଳନ କରିଛି। ଫଟୋ, ଭିଡିଓ ତଥା କ୍ଷତ୍ରୀୟ ପ୍ରମାଣ ଆଧାରରେ ୟେତିର ଉପସ୍ଥିତି ସମ୍ପର୍କରେ ସେମାନେ ବର୍ଣ୍ଣନା କରିଛନ୍ତି। ଅଧିକ ଗବେଷଣା ପାଇଁ ଏହାକୁ ବିଶେଷଜ୍ଞଙ୍କୁ ପ୍ରଦାନ କରାଯାଇଛି।
ହିମମାନବକୁ ବୈଜ୍ଞାନିକମାନେ ନେପାଳୀ କାହାଣୀର ଏକ କାଳ୍ପନିକ ଜୀବ ବୋଲି ଅଭିହିତ କରୁଥିବାବେଳେ ସମୟସମୟରେ ହିମାଳୟର ବରଫ ଚଦର ଉପରେ ବୃହଦାକାର ପାଦଚିହ୍ନ ୟେତି ସମ୍ପର୍କିତ ଚର୍ଚ୍ଚାକୁ ପୁନରୁଜ୍ଜୀବିତ କରିଆସିଛି। ୟେତି ଏକ ବିରାଟକାୟ ଲୋମଶ ପ୍ରାଣୀ। ଏହା ହିମାଳୟରେ ବୁଲୁଥାଏ। ଏହାକୁ କେହି ଦେଖି ନ ଥିଲେ ମଧ୍ୟ ବରଫରେ ଦେଖାଯାଉଥିବା ପାଦଚିହ୍ନରୁ ଅନେକ ଏଭଳି ଏକ ଜୀବର କାଳ୍ପନିକ ଚିତ୍ର ଆଙ୍କିଛନ୍ତି। ପର୍ବତାରୋହୀମାନେ ହିମାଳୟରେ ୟେତିର ଛାଇ ଦେଖିଥିବା ଦାବି କରିଛନ୍ତି; ତେବେ ୧୯୨୦ରୁ ଏହାର ଅନୁସନ୍ଧାନ ଜାରି ରହିଛି। ପ୍ରଥମ ଏଭରେଷ୍ଟ ବିଜୟୀ ଏଡ଼ମଣ୍ଡ ହିଲାରୀଙ୍କଠାରୁ ଆରମ୍ଭ କରି ଅଦ୍ୟାବଧି ସମେସ୍ତ ଏହାର ସନ୍ଧାନ ଚଳାଇଛନ୍ତି। ୨୦୦୮ରେ ଜାପାନୀ ପର୍ବତାରୋହୀ ଏହାର ପାଦଚିହ୍ନ ଦେଖିଥିବା ଦାବି କରିଥିଲେ; କିନ୍ତୁ ଅଦ୍ୟାବଧି କେହି କିଛି ପ୍ରମାଣ ପାଇ ନାହାନ୍ତି। ୨୦୦୮ରେ ଆମେରିକାର ଦୁଇ ପର୍ବତାରୋହୀ ଅଧା ମଣିଷ-ଅଧା ପଶୁ ଥିବା ଏକ ବିଚିତ୍ର ବୃହଦାକାର ଜୀବ ଦେଖିଥିବା ଓ ଏହା ଗରିଲା ଭଳି ଦୃଶ୍ୟମାନ ହେଉଥିବା ଦାବି କରିଥିଲେ। ଦୂରବୀକ୍ଷଣ ଯନ୍ତ୍ର କିମ୍ବା ଦୀର୍ଘ ଲେନ୍ସ ବିଶିଷ୍ଟ ଶକ୍ତିଶାଳୀ କ୍ୟାମେରା କୌଣସିଥିରେ ଏହି ରହସ୍ୟମୟ ଜୀବ ଧରାପଡ଼ୁ ନାହିଁ। ଅପରପକ୍ଷରେ ୨୦୧୭ରେ ବୈଜ୍ଞାନିକମାନେ ବିଭିନ୍ନ ତଥ୍ୟପ୍ରମାଣ ଉଦ୍ଧାର କରି ଏହା ହିମାଳୟରେ ବାସ କରୁଥିବା ବରଫ ଭାଲୁର ପାଦଚିହ୍ନ ବୋଲି କହିଛନ୍ତି।
Comments are closed.