କୁଳଭୂଷଣଙ୍କୁ କୂଟନୈତିକ ସହାୟତାର ସୁଯୋଗ ଦେବାକୁ ମନାକଲା ପାକିସ୍ତାନ

ଇସଲାମାବାଦ/ନୂଆଦିଲ୍ଲୀ : ପାକିସ୍ତାନ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତା ପ୍ରଦାନ ପାଇଁ ଭାରତ ଦ୍ୱାରା ରଖାଯାଇଥିବା ସର୍ତ୍ତକୁ ଅଗ୍ରାହ୍ୟ କରିଦେଇଛି। ଜାମ୍ମୁ କାଶ୍ମୀରକୁ ସ୍ୱତନ୍ତ୍ର ମାନ୍ୟତା ପ୍ରଦନା କରୁଥିବା ଧାରା ୩୭୦ ଉଚ୍ଛେଦକୁ ବିରୋଧ କରି ପାକିସ୍ତାନ ଏଭଳି ପଦକ୍ଷେପ ନେଇଥିବା କୁହାଯାଉଛି। ଫଳରେ କୁଳଭୂଷଣଙ୍କ ସହିତ ଭାରତୀୟ କୂଟନୀତିଜ୍ଞ, ଦୂତାବାସ କର୍ମଚାରୀ ଓ ଅଧିକାରୀଙ୍କର କୌଣସି ପ୍ରକାର ଯୋଗାଯୋଗ ହୋଇପାରିବନାହିଁ ।

ସୂଚନା ଅନୁସାରେ ପାକିସ୍ତାନ ଜେଲରେ ବନ୍ଦୀ ଥିବା ଭାରତୀୟ ନୌସେନାର ପୂର୍ବତନ ଅଧିକାରୀ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତାର ସୁଯୋଗ ଦେବା ପାଇଁ ପାକିସ୍ତାନ କିଛି ସର୍ତ୍ତ ରଖିଛି। ପାକିସ୍ତାନ କ୍ୟାମେରା ନିରୀକ୍ଷଣରେ କୁଳଭୂଷଣ ଯାଦବଙ୍କୁ କୂଟନୈତିକ ସହାୟତାର ସୁଯୋଗ ଦେବାକୁ କହୁଥିବାବେଳେ ଭାରତ ଏଥିରେ ରାଜି ହୋଇନାହିଁ। କୂଟନୈତିକ ସହାୟତା ପହଞ୍ଚାଇବା ସମ୍ପୂର୍ଣ୍ଣ ରୂପେ ଗୋପନୀୟ ଓ ବ୍ୟକ୍ତିଗତ ହେବା ଆବଶ୍ୟକ ବୋଲି ଭାରତ ପକ୍ଷରୁ କୁହାଯାଇଛି। ପାକିସ୍ତାନ ଭାରତ ସହ ସମସ୍ତ କୂଟନୈତିକ ସମ୍ପର୍କ ଚ୍ଛିନ୍ନ କରିଥିବାରୁ ଏବେ ଏହା ଜଟିଳ ହୋଇଯାଇଛି ।

prayash

ଅନ୍ତର୍ଜାତୀୟ ନ୍ୟାୟିକ ଅଦାଲତ (ଆଇସିଜେ) ରାୟ ଅନୁସାରେ ପାକିସ୍ତାନ ଜୁଲାଇ ୨୦ରେ କୁଳଭୂଷଣ ଯାଦବଙ୍କୁ ଦୂତାବାସ ସମ୍ପର୍କ ସ୍ଥାପନ ବା କୂଟନୈତିକ ଯୋଗାଯୋଗ ସୁବିଧା ପ୍ରଦାନକୁ ଅନୁମୋଦନ କରିଥିଲେ । ଆଇସିଜେ ରାୟକୁ ସମ୍ମାନ ଜଣାଇ ଏବଂ ଭିଏନ୍ନା ରାଜିନାମାର ଧାରା ୩୬, ପାରା-୧(ବି) ଆଧାରରେ କୁଳଭୂଷଣଙ୍କୁ ଏହି ସୁଯୋଗ ଦିଆଯିବ ବୋଲି ପାକିସ୍ତାନ ବିଦେଶ ମନ୍ତ୍ରଣାଳୟ ପକ୍ଷରୁ ଘୋଷଣା କରାଯାଇଥିଲା । ମାତ୍ର ଏବେ ପାକିସ୍ତାନ କୂଟନୈତିକ ସହାୟତା ପ୍ରଦାନ ପାଇଁ ସର୍ତ୍ତ ରଖିଛି ।

ପ୍ରକାଶ ଯେ ଆଇସିଜେ ଜୁଲାଇ ୧୭ରେ କୁଳଭୂଷଣ ମାମଲାରେ ରାୟ ଦେଇଥିଲେ । ଆଇସିଜେ ନିଜ ରାୟରେ ଭାରତୀୟ ନାଗରିକ କୁଳଭୂଷଣ ଯାଦବଙ୍କ ମୃତ୍ୟୁଦଣ୍ଡ ଉପରେ ରହିତାଦେଶ ଲଗାଇବା ପୂର୍ବକ ଭିଏନା କନଭେନସନ ଅନୁସାରେ ମୃତ୍ୟୁଦଣ୍ଡର ପୁନଃ ବିଚାର କରିବା ପାଇଁ ପାକିସ୍ତାନକୁ କହିଥିଲେ । ଏହାସହ କୁଳଭୂଷଣଙ୍କୁ ସମସ୍ତ ପ୍ରକାର କୂଟନୈତିକ ସହାୟତାର ପ୍ରଦାନ ପାଇଁ ଭାତତକୁ ସୁଯୋଗ ଦେବାକୁ ନିର୍ଦେଶ ଦେଇଥିଲେ । ଆଇସିଜେର ୧୬ ସଦସ୍ୟ ମଧ୍ୟରୁ ୧୫ ଜଣ ଭାରତର ସପକ୍ଷରେ ରାୟ ଦେଇଥିଲେ । ଉଲ୍ଲେଖଯୋଗ୍ୟ ଯେ ଗୁପ୍ତଚର ଅଭିଯୋଗରେ ପାକିସ୍ତାନର ଏକ ସାମରିକ ଅଦାଲତ ଭାରତର ପୂର୍ବତନ ନୌସେନା ଅଧିକାରୀ କୁଳଭୂଷଣଙ୍କୁ ମୃତ୍ୟୁଦଣ୍ଡାଦେଶ ଶୁଣାଇଛି। ଭାରତ ଏହି ରାୟ ବିରୋଧରେ ଆଇସିଜେର ଦ୍ୱାରସ୍ଥ ହେବା ପରେ କୁଳଭୂଷଣଙ୍କ ଦଣ୍ଡାଦେଶ ଉପରେ ଅସ୍ଥାୟୀ ରୋକ୍‍ ଲଗାଯାଇଥିଲା। ଏବେ ଏହା ବଳବତ୍ତର ରହିଛି ।

kalyan agarbati

Comments are closed.