www.samajalive.in
Sunday, December 7, 2025
23.1 C
Bhubaneswar

ପାକିସ୍ତାନକୁ କଡ଼ା ଜବାବ ଦେଲା ଭାରତ, ୩ ପାକ୍‌ ସୈନ୍ୟ ନିହତ

ପୁଞ୍ଚ: ଜାମ୍ମୁ-କାଶ୍ମୀରର ପୁଞ୍ଚ ସେକ୍ଟରରେ ପାକ୍‌ ସେନା ପକ୍ଷରୁ ହେଉଥିବା ବାରମ୍ବାର ଅସ୍ତ୍ରବିରତି ଉଲ୍ଲଂଘନର କଡ଼ା ଜବାବ ଦେଇଛି ଭାରତ। ଭାରତୀୟ ସେନାର ଆକ୍ରମଣରେ ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଛନ୍ତି। ଏହା ସହିତ ଅନ୍ୟ ୮ ସୈନ୍ୟ ଆହତ ହୋଇଛନ୍ତି। ସେହିପରି ପାକ୍‌ ସେନାର କେତେକ ଧ୍ଵଂସ ହୋଇଥିବା ସୂଚନା ମିଳିଛି।

ସୂଚନା ଅନୁସାରେ, ପାକିସ୍ତାନୀ ସେନା ଏଲଓସିର ମେଣ୍ଢର ଅନ୍ତର୍ଗତ ମନକୋଟ ସେକ୍ଟରରେ ସୋମବାର ସକାଳେ ଗୁଳି ଓ ମୋର୍ଟାର ମାଡ଼ କରିଥିଲା। ଭାରତୀୟ ସେନା ପକ୍ଷରୁ ଏହାର କଡ଼ା ଜବାବ ଦିଆଯିବା ପରେ ପାକିସ୍ତାନ ପଟୁ ଗୁଳିମାଡ଼ ବନ୍ଦ ହୋଇଯାଇଥିଲା। କିନ୍ତୁ ପୁଣି ରାତି ୧୦ଟାରେ ପାକ୍‌ ସେନା ପକ୍ଷରୁ ମେଣ୍ଢର ସେକ୍ଟରରେ ଗୁଳିମାଡ଼ ଆରମ୍ଭ ହୋଇଥିଲା। ଭାରତୀୟ ସେନା ପକ୍ଷରୁ ପ୍ରତିଆକ୍ରମଣ କରାଯିବା ଫଳରେ ପିଓକେର ହାଜିପୀର, ଛମ୍ବ ଏବଂ ରଖଚିକଡୀ ସେକ୍ଟରରେ ଥିବା ପାକିସ୍ତାନ ଶିବିରକୁ ବହୁ କ୍ଷତି ସହିବାକୁ ପଡ଼ିଥିଲା। ଏହି ଶିବିରଗୁଡ଼ିକରେ ମୁତୟନ ଥିବା ପାକ୍‌ ସେନାର ୩ ସୈନ୍ୟ ନିହତ ହୋଇଥିବାବେଳେ ୮ ଆହତ ହୋଇଥିବା ଜଣାପଡ଼ିଛି।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories