www.samajalive.in
Monday, December 15, 2025
26.1 C
Bhubaneswar

ଜାତୀୟ ସଙ୍ଗୀତ ଗାଇ ଗାଇ ଟଳିପଡ଼ିଲେ ଅବସରପ୍ରାପ୍ତ ସୈନିକ, କରତାଳି ମାରି ଚାଲିଥିଲେ ପିଲା

ସମାଜ ଡିଜିଟାଲ ଡେସ୍କ: ମୃତ୍ୟୁ କିପରି ଆସେ ତାହା କହିବା ଅସମ୍ଭବ। ଅନେକ ସମୟରେ ମଣିଷ ହସଖୁସି କରୁଥିବାବେଳେ ମୃତ୍ୟୁକୁ ସାମ୍ନା କରିଥାଏ। ଏଭଳି ଅନେକ ଘଟଣାର ନଜିର ରହିଛି। ସେହିପରି ଆଉ ଏକ ଘଟଣା ଦେଖିବାକୁ ମିଳିଛି ମଧ୍ୟପ୍ରଦେଶର ଇନ୍ଦୋରରେ। ଏକ ସ୍କୁଲ କାର୍ଯ୍ୟକ୍ରମରେ ଜଣେ ଅବସରପ୍ରାପ୍ତ ସୈନିକ ହସି ହସି ଜାତୀୟ ସଙ୍ଗୀତ ଗାନ କରୁଥିବାବେଳେ ଟଳିପଡ଼ିଛନ୍ତି। ଏପରି କି ସେଠାରେ ଉପସ୍ଥିତ ଅନ୍ୟ କର୍ମଚାରୀ କିମ୍ବା ଛାତ୍ରଛାତ୍ରୀ ଏହା ଜାଣିପାରି ନ ଥିଲେ। କିଛି ସମୟ ଧରି ପିଲାମାନେ ସଙ୍ଗୀତର ତାଳେ ତାଳେ କରତାଳି ମାରି ଚାଲିଥିଲେ। ସୈନିକ ଜଣକ ସଙ୍ଗୀତର ଅଭିନୟ କରି ତଳେ ପଡ଼ିଯାଇଥିବା ଅନୁମାନ କରିଥିଲେ। କିନ୍ତୁ ଅନେକ ସମୟ ପରେ ସୈନିକ ଜଣକ ନ ଉଠିବାରୁ କାର୍ଯ୍ୟକ୍ରମରେ ଉପସ୍ଥିତ ଲୋକମାନେ ତାଙ୍କ ନିକଟକୁ ଆସି ଉଠାଇବାକୁ ଚେଷ୍ଟା କରିଥିଲେ।


ହେଲେ ସେତେବେଳକୁ ବହୁ ବିଳମ୍ବ ହୋଇଯାଇଥିଲା। ତୁରନ୍ତ ତାଙ୍କୁ ହସ୍ପିଟାଲ ନିଆଯାଇଥିଲା। ମାତ୍ର ବାଟରେ ତାଙ୍କର ମୃତ୍ୟୁ ଘଟିଥିଲା। ଘଟଣାକୁ ନେଇ ଇନ୍ଦୋରରେ ଆଲୋଡ଼ନ ସୃଷ୍ଟି ହୋଇଛି। ଘଟଣାର ଏକ ଭିଡିଓ ସାମାଜିକ ଗଣମାଧ୍ୟରେ ଭାଇରାଲ ହେଉଛି।

Hot this week

ନିଆଁରେ ପୋଡି ହୋଇ ବୃଦ୍ଧା ଗୁରୁତର

କଲ୍ୟାଣସିଂହପୁର: ରାୟଗଡା ଜିଲ୍ଲା କଲ୍ୟାଣସିଂହପୁର ବ୍ଲକ ଧାମୁଣିପଙ୍ଗା ପଞ୍ଚାୟତର କତାଗୁଡା ଗ୍ରାମରେ...

ଫୁଙ୍କନଳୀରେ ପିଟି ପ୍ରେମିକାଙ୍କୁ ହତ୍ୟା

ନୟାଗଡ଼: ନୟାଗଡ଼ ଜିଲା ଶରଣକୁଳ ଥାନା ସାବିଦେଇପୁର ଅଞ୍ଚଳରେ ଏକ ଅଭାବନୀୟ...

ଦନ୍ତା ହାତୀର ମୃତ୍ୟୁ

ଅନୁଗୋଳ: ଅନୁଗୋଳ ବନଖଣ୍ଡ ଅନ୍ତର୍ଗତ ପୋକୁଣ୍ଡା ସେକ୍ସନ୍ ମାଣିକଯୋଡ଼ି ପଞ୍ଚାୟତ ବାଲିଆପଶିଠାରେ...

ରାଜ୍ୟପାଳଙ୍କ ଏଡିସି ଭାବେ ନିଯୁକ୍ତ ହେଲେ ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ

ଭୁବନେଶ୍ୱର: ନୌସେନା ଅଧିକାରୀ ଲେଫ୍ଟନାଣ୍ଟ ହର୍ଷିତ ଦେଓ ସୋମବାର ଦିନ ଓଡ଼ିଶା...

କୁହୁଡ଼ି ପାଇଁ ମୋଦୀଙ୍କ ବିମାନ ବିଳମ୍ବ

ସମାଜ ଲାଇଭ ଡ଼େସ୍କ : ଘନ କୁହୁଡ଼ି ଜାତୀୟ ଦିଲ୍ଲୀକୁ ଘେରି...

Related Articles

Popular Categories