www.samajalive.in
Friday, December 5, 2025
20.1 C
Bhubaneswar

ସେନା ଗାଡି ଉପରେ ଆତଙ୍କବାଦୀ ଆକ୍ରମଣ; ୫ ଯବାନ ସହିଦ, ୫ଆହତ

ସମାଜ ଡିଜିଟାଲ ଡେସ୍କ: ଜମ୍ମୁ-କାଶ୍ମୀର କାଠୁଆ ଜିଲ୍ଲାର ମାଚେଡି ଅଞ୍ଚଳରେ ଆତଙ୍କବାଦୀଙ୍କ ଆକ୍ରମଣରେ ଜୁନିୟର କମିଶନ ଅଫିସର(ଜେସିଓ)ଙ୍କ ସମେତ ୫ଜଣଙ୍କ ଯବାନ ସହିଦ ହୋଇଛନ୍ତି । ଏହି ଆକ୍ରମଣରେ ଅନ୍ୟ ୫ଜଣ ଯବାନ ଆହତ ହୋଇଥିବା ସୂଚନା ମିଳିଛି । ସୂଚନା ଅନୁସାରେ ସେନା ଗାଡିକୁ ଟାର୍ଗେଟ କରି ଆତଙ୍କବାଦୀମାନେ ଗ୍ରେନେଡ ମାଡ କରିଥିଲେ । ଅଧିକାରୀ ମାନେ କହିଛନ୍ତି ଯେ କାଠୁଆ ସହରଠାରୁ ୧୫୦ କିଲୋମିଟର ଦୂରରେ ଥିବା ମାଚେଡି-କିଣ୍ଡଲି-ମହ୍ଲାର ରାସ୍ତାରେ ସେନା ଗାଡି ନିୟମିତ ପାଟ୍ରୋଲିଂ କରୁଥିବା ବେଳେ ସୋମବାର ଏଭଳି ଘଟଣା ଘଟିଥିଲା । ଗତକିଛି ଦିନ ହେବ ଘାଟିରେ ସେନା ଓ ଆତଙ୍କୀଙ୍କ ମଧ୍ୟରେ ଗୁଳିବିନିମୟ ଜାରି ରହିଛି । ସୋମବାର ଆକ୍ରମଣ ପୂର୍ବରୁ ଜୁନ ୧୨ ଓ ୧୩ରେ ଦୁଇ ଜଣ ଆତଙ୍କବାଦୀଙ୍କୁ ଏନକାଉଣ୍ଟର କରିଥିଲା ସେନା । ଏଥିରେ ଜଣେ ସିଆରପିଏଫ ଯବାନ ସହିଦ ହୋଇଥିଲେ । ଅନ୍ୟ ଆତଙ୍କବାଦୀମାନେ ନିକଟ ଜଙ୍ଗଲକୁ ପଳାଇ ଯାଇଥିବା ସେନା ଖବର ପାଇ ଲଗାତାର ନଜର ରଖିଥିଲା । ଏହିକ୍ରମରେ ସେନା ଗାଡିକୁ ଲକ୍ଷ୍ୟ କରି ଗୁଳି ଚଳାଇଥିଲେ ଆତଙ୍କବାଦୀ ।

Hot this week

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

ଆଜି ଇଣ୍ଡିଗୋର ୧ ହଜାରରୁ ଊର୍ଦ୍ଧ୍ବ ବିମାନ ରଦ୍ଦ, ତଦନ୍ତ କମିଟି ଗଠନ କଲେ ସରକାର

ସମାଜଲାଇଭ ଡେସ୍କ: ଇଣ୍ଡିଗୋ ବିମାନର ପରିଚାଳନାଗତ ସଙ୍କଟ ଜାରି ରହିଛି। ଇଣ୍ଡିଗୋ...

ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ

କଟକ :ସାରଥିଙ୍କ ବିରୋଧରେ ଚାର୍ଜଫ୍ରେମ । ଜାତିଆଣ ଆକ୍ଷେପ ଓ ଧର୍ମୀୟ...

ଜାତିସଂଘରେ ଭାରତର ସ୍ଥାୟୀ ସଦସ୍ୟତାକୁ ପୁଟିନଙ୍କ ସମର୍ଥନ

ସମାଜଲାଇଭ ଡେସ୍କ: ଭାରତ-ରୁଷ ମଧ୍ୟରେ ଶୁକ୍ରବାର ଶିଖର ସମ୍ମିଳନୀ ଶେଷ ହୋଇଛି।...

Related Articles

Popular Categories