www.samajalive.in
Saturday, December 6, 2025
15.1 C
Bhubaneswar

ସୁଭଦ୍ରାଙ୍କ ରଥଟଣା ବେଳେ ଡାକ୍ତରଙ୍କୁ ପିଟିଲେ ପୁଲିସ୍

ପୁରୀ : ରଥଯାତ୍ରା ବେଳେ ପୁରୀରେ ଡାକ୍ତରଙ୍କୁ ମାଡ଼ ମରାଯାଇଥିବା ଅଭିଯୋଗ ହୋଇଛି। ସୋମବାର ମଧ୍ୟାହ୍ନରେ ମା ସୁଭଦ୍ରାଙ୍କ ଦର୍ପଦଳନ ରଥ ଆସି ଡାକ୍ତରଖାନା ଛକରେ ପହଞ୍ଚିଥିଲା। ଏହି ସମୟରେ ଜିଲା ମୁଖ୍ୟ ଚିକିତ୍ସାଳୟର ଜଣେ ଡାକ୍ତର ଡ.ଶାନ୍ତନୁ ପାଢ଼ୀ ରଥ ଟାଣିବା ପାଇଁ ଦଉଡ଼ି ନିକଟକୁ ଯାଇଥିଲେ। ତେବେ ସୁରକ୍ଷା ଦାୟିତ୍ବରେ ଥିବା ୧୦ଜଣ ପୁଲିସ କର୍ମଚାରୀ ତାଙ୍କୁ ଅଟକାଇଥିଲେ। ଡାକ୍ତର ଜଣକ ନିଜ ପରିଚୟ ଦେବା ସହ ପରିଚୟପତ୍ର ଦେଖାଇଥିଲେ। କିନ୍ତୁ ପୁଲିସ କର୍ମଚାରୀମାନେ ତାଙ୍କୁ ବଳପୂର୍ବକ ଅଟକାଇ ପ୍ରବଳ ମାଡ଼ ମାରିଥିଲେ। ଏହାକୁ ନେଇ ଡାକ୍ତର ଜଣକ ଅପମାନବୋଧ କରିବା ସହ ରଥଯାତ୍ରା ସ୍ବତନ୍ତ୍ର ଦାୟିତ୍ବରେ ଥିବା ଡାକ୍ତର ପ୍ରଣବ ଶଙ୍କର ଦାଶଙ୍କ ସମେତ ଅନ୍ୟ ଅଧୀକାରୀଙ୍କୁ ଅବଗତ କରିଥିଲେ। ପରମୁହୂର୍ତ୍ତରେ ଡାକ୍ତର ଜଣକ ତାଙ୍କୁ ମାଡ଼ ମାରିଥିବା ପୁଲିସ କର୍ମଚାରୀଙ୍କୁ ଚିହ୍ନଟ କରିବାକୁ ଦର୍ପଦଳନ ରଥ ନିକଟକୁ ପୁନଶ୍ଚ ଯାଇଥିଲେ। ଏହି ସମୟରେ ଦର୍ପଦଳନର ସୁରକ୍ଷା ଦାୟିତ୍ବରେ ଥିବା ପୁଲିସ କର୍ମଚାରୀ ଅମରେଶ ପଣ୍ଡା ତାଙ୍କୁ କର୍ଡ଼ନ ଦଉଡ଼ି ଭିତରକୁ ଟାଣି ନେଇ ଆକ୍ରମଣ କରିଥିଲେ। ପୁଲିସ କର୍ମଚାରୀଙ୍କ କବଳରୁ ଡାକ୍ତର ଜଣକ କୌଣସି ପ୍ରକାରେ ଖସି ଆସି ଅନ୍ୟ ଡାକ୍ତରଙ୍କୁ ସୂଚନା ଦେବା ସହ ଗଣମାଧ୍ୟମ ପ୍ରତିନିଧିଙ୍କୁ ଘଟଣା ସମ୍ପର୍କରେ ଜଣାଇଥିଲେ। ଏନେଇ ଡାକ୍ତର ଜଣକ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ଫାଣ୍ଡିରେ ଅଭିଯୋଗ କରିଥିବା ସୂଚନା ମିଳିଛି।

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories