www.samajalive.in
Saturday, December 6, 2025
14.1 C
Bhubaneswar

ବଦଳିଲା ସେନାର ଫିଟ୍‌ନେସ୍‌ ନିୟମ; ଏଣିକି ଓଜନ ବଢିଲେ କଟିବ ଛୁଟି

ନୂଆଦିଲ୍ଲୀ: ଭାରତୀୟ ସେନା ଏଣିକି ମୋଟାପଣ କିମ୍ବା ଖରାପ ଜୀବନଶୈଳୀ ଆପଣାଉଥିବା ସୈନିକମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାକୁ ଯାଉଛି। ଖବର ମୁତାବକ, ସେନାରେ ଏବେ ନୂତନ ନୀତି ଲାଗୁ କରାଯାଇଛି, ଯେଉଁଥିରେ ଅନେକ ନୂଆ ପରୀକ୍ଷା ନିରୀକ୍ଷା ଅନ୍ତର୍ଭୁକ୍ତ କରାଯାଇଛି।

ବିଶେଷ କଥା ହେଉଛି ଯେଉଁ ସୈନିକମାନେ ନୂତନ ମାନଦଣ୍ଡ ପୂରଣ କରୁନାହାଁନ୍ତି ସେମାନଙ୍କୁ ସୁଧାର ପାଇଁ ପ୍ରଥମେ ୩୦ ଦିନ ସମୟ ଦିଆଯିବ ଏବଂ ଏହାପରେ ବି ଯଦି କୌଣସି ପରିବର୍ତ୍ତନ ନ ହୁଏ, ତେବେ ସେମାନଙ୍କ ଛୁଟି କମାଇବା ଭଳି ପଦକ୍ଷେପ ଗ୍ରହଣ କରାଯାଇପାରେ। ନୂତନ ନିୟମ ଅନୁଯାୟୀ, ପ୍ରତ୍ୟେକ କର୍ମଚାରୀଙ୍କୁ ଏପିଏସି ଅର୍ଥାତ୍ ଆର୍ମି ଫିଜିକାଲ୍ ଫିଟନେସ୍ ଆସେସମେଣ୍ଟ କାର୍ଡ ମଧ୍ୟ ପ୍ରସ୍ତୁତ ରଖିବାକୁ ପଡ଼ିବ। ଜାତୀୟ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଛି ଯେ, ସମସ୍ତ କମାଣ୍ଡକୁ ଏହି ପତ୍ର ପଠାଯାଇଛି। ଏଥିରେ କୁହାଯାଇଛି ଯେ, ଯାଞ୍ଚ ପ୍ରକ୍ରିୟାରେ ସମାନତା ଆଣିବା, ଶାରୀରିକ ଅକ୍ଷମତା କିମ୍ବା ମେଦବହୁଳତା ଏବଂ ଜୀବନଶୈଳୀ ଦ୍ବାରା ହେଉଥିବା ରୋଗର ମୁକାବିଲା କରିବା ହେଉଛି ଏହି ନୂଆ ନୀତିର ଉଦ୍ଦେଶ୍ୟ।

- Advertisement -

ରିପୋର୍ଟ ଅନୁଯାୟୀ, ନୂତନ ନିୟମ ଅନୁଯାୟୀ ବ୍ରିଗେଡିୟର୍ ରାଙ୍କ୍‌ର ଅଧିକାରୀଙ୍କ ସହିତ ଦୁଇ କର୍ଣ୍ଣେଲ ଏବଂ ଜଣେ ମେଡିକାଲ୍ ଅଧିକାରୀ ପ୍ରତି ତିନି ମାସରେ ମୂଲ୍ୟାଙ୍କନ କରିବେ। ବିପିଇଟି(ବ୍ୟାଟେଲ ଫିଜିକାଲ ଏଫିସିଏନ୍‌ସି ଟେଷ୍ଟ) ଓ ପିପିଟ(ଫିଜିକାଲ ପ୍ରୋଫିସିଏନ୍‌ସି ଟେଷ୍ଟ) ବ୍ୟତୀତ ସୈନିକମାନଙ୍କୁ ଆହୁରି କିଛି ପରୀକ୍ଷା ଦେବାକୁ ପଡ଼ିବ। ଏଥିରେ ୧୦ କିଲୋମିଟର ସ୍ପିଡ୍ ମାର୍ଚ ଓ ପ୍ରତି ୬ ମାସରେ ୩୨ କିଲୋମିଟର ରୁଟ୍ ମାର୍ଚ ସାମିଲ। ଏଥିସହ ୫୦ ମିଟର ସନ୍ତରଣ ପରୀକ୍ଷା ମଧ୍ୟ ଦେବାକୁ ପଡ଼ିବ।

ରିପୋର୍ଟରେ ଏହା ମଧ୍ୟ କୁହାଯାଇଛି ଯେ, ଯେଉଁ ସୈନିକମାନେ ଏହି ମାନଦଣ୍ଡ ପୂରଣ କରୁ ନଥିବେ କିମ୍ବା ସେମାନଙ୍କ ଓଜନ ଅଧିକ ହୋଇଥିବ, ସେମାନଙ୍କୁ ସ୍ବାସ୍ଥ୍ୟ ସୁଧାରିବାକୁ ୩୦ ଦିନ ସମୟ ଦିଆଯିବ। ଯଦି ଏହି ଅବଧି ମଧ୍ୟରେ କୌଣସି ଉନ୍ନତି ନହୁଏ, ତେବେ ସେମାନଙ୍କ ଛୁଟି କଟାଯିବ।

 

Hot this week

ବାପା_ମା_ଭଉଣୀକୁ_ହାଣି_ପକାଇଲା ପୁଅ

ଭୁବନେଶ୍ବର :ଏୟାରଫିଲ୍‌ଡ ଅଞ୍ଚଳରେ ଅଭାବନୀୟ ଘଟଣା । ପରିବାରବର୍ଗଙ୍କୁ ଗୋଡ଼ାଇ ଗୋଡ଼ାଇ...

ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍‌ଆଇଆର୍

ଭୁବନେଶ୍ୱର :ଗତ ନ‌ଭେମ୍ବର ୨୪ ତାରିଖରେ PR-PADM- OM-PG-064-2025/4232 ପତ୍ର ସଂଖ୍ୟା...

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

Related Articles

Popular Categories