www.samajalive.in
Monday, December 15, 2025
24.1 C
Bhubaneswar

ସୀମାରେ ପ୍ରବଳ ଗୁଳି ବିନିମୟ ; ୫ଟି ପାକିସ୍ତାନୀ ଆଗୁଆ ଘାଟି ଧ୍ୱସଂ

ନୂଆଦିଲ୍ଲୀ : ଜାମ୍ମୁ କାଶ୍ମୀରର ରାଜୌରୀ ଏବଂ ପୁଞ୍ଚ ସେକ୍ଟରରେ ମଙ୍ଗଳବାର ରାତିରେ ଭାରତୀୟ ସେନା ୫ଟି ପାକିସ୍ତାନୀ ଆଗୁଆ ଘାଟିକୁ ଧ୍ୱସଂ କରିଦେଇଛି। ପାକିସ୍ତାନ ପକ୍ଷରୁ ପ୍ରବଳ ଗୁଳିଗୋଳା ବିନିମୟ ହୋଇଥିବା ଜଣାପଡିଛି ।  ଅସ୍ତ୍ର ବିରତୀ ଉଲଂଘନ କରି ସୀମାବର୍ତ୍ତୀ ପ୍ରାୟ ୧୨ରୁ ୧୫ଟି ସ୍ଥାନରେ ପାକିସ୍ତାନ ପକ୍ଷରୁ ମୋର୍ଟାର ଏବଂ କ୍ଷେପଣାସ୍ତ୍ର ମାଡ କରାଯାଇଥିବା ଜଣାପଡିଛି । ତେବେ ଭାରତୀୟ ସେନା ଏହାର ଦୃଢ଼ ଜବାବ ଦେଇଛନ୍ତି।ବହୁ ସଂଖ୍ୟାରେ ପାକିସ୍ତାନୀ ସେନା ମୃତାହତ ହୋଇଥିବା ଅନୁମାନ କରାଯାଉଛି ।  ଅନ୍ୟ ପକ୍ଷରେ ୫ ଜଣ ଭାରତୀୟ ଯବାନ ଆହତ ହୋଇଥିବା ଜଣାପଡିଛି । ରାଜୌରୀ ଜିଲ୍ଲାରେ ନିୟନ୍ତ୍ରଣ ରେଖା ନିକଟବର୍ତ୍ତୀ ୫କି.ମି ମଧ୍ୟରେ ଥିବା ସ୍କୁଲକୁ ବୁଧବାର ବନ୍ଦ ରଖାଯାଇଛି।
ବାରମୁଲା ଜିଲ୍ଲାର ଉରି ସେକ୍ଟରେ ମଧ୍ୟ ଗୁଳି ଗୋଳା ବିନିମୟ ହୋଇଥିବା ସୂଚନା ମିଳିଛିି।
ସେହିପରି ସୋପିଆଁ ଜିଲ୍ଲାର ମେନ୍ଧାରରେ ଆତଙ୍କବାଦୀ ଏବଂ ସୁରକ୍ଷାକର୍ମୀଙ୍କ ମଧ୍ୟରେ ବିଳମ୍ବିତ ରାତିରେ ଗୁଳିବିନିମୟ ହୋଇଛି। ଆତଙ୍କବାଦୀ ଲୁଚି ରହିଥିବା ଖବର ପାଇ ସେନାବାହିନୀ, ସିଆରପି ଏବଂ ପୁଲିସ ପକ୍ଷରୁ ଏହି ମିଳିତ ଅଭିଯାନ ଆରମ୍ଭ କରାଯାଇଥିଲା। ଦୁଇରୁ ତିନିଜଣ ଆତଙ୍କବାଦୀ  ସେଠାରେ ଫସି ରହିଥିବା ଅନୁମାନ କରାଯାଉଛି।

Hot this week

ମିଥ୍ୟା ପିନ୍ଧିଥାଏ ବସନ….

ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଦାୟିତ୍ୱ ନେବା ପରଠାରୁ ବର୍ତ୍ତମାନ ପର୍ଯ୍ୟନ୍ତ...

ଶ୍ରମଜୀବୀ ନା ଶ୍ରମଯୋଗୀ

ଖଣିଜ ପଦାର୍ଥ ସମୃଦ୍ଧ ରାଜ୍ୟ ମଧ୍ୟରେ ଅବିଭକ୍ତ ବିହାର ଓ ଓଡ଼ିଶା...

ଆଜିର ପଞ୍ଚାଙ୍ଗ: ସତର୍କ ରୁହନ୍ତୁ, ୧ଘଣ୍ଟା ପାଇଁ ରହିବ ରାହୁକାଳ

ସମାଜ ଡିଜିଟାଲ ଡେସ୍କ: ସନାତନ ଧର୍ମର ଅନୁଗାମୀମାନଙ୍କ ପାଇଁ ସଫଲା ଏକାଦଶୀର...

ଚିନ୍ତାକଳ୍ପ : ସ୍ଥିତପ୍ରଜ୍ଞ ମହାତ୍ମା

ଏକଦା ତୀର୍ଥଙ୍କର ମହାବୀର ପୂର୍ବ ଦିଗକୁ ମୁହଁକରି ଆଖିବୁଜି ଧ୍ୟାନସ୍ଥ ଥାଆନ୍ତି।...

ସମ୍ପାଦକୀୟ : ଷ୍ଟାମ୍ପ ଡ୍ୟୁଟି ସଂଶୋଧନ

ସାଧାରଣଙ୍କୁ ସୁହାଇବା ଉଚିତ ନିଜର ଗୋଟିଏ ଘର ତୋଳିବା କିମ୍ବା ଛୋଟ ଜମିଟିଏ...

Related Articles

Popular Categories