ଭାରତର ବିଶାଳ ବିଜୟ, ରାଜକୋଟ ଟେଷ୍ଟ ମ୍ୟାଚରେ ଇଂଲଣ୍ଡ ଧରାଶାୟୀ

ନୂଆଦିଲ୍ଲୀ : ଇଂଲଣ୍ଡକୁ ହରାଇଲା ଭାରତ । ରାଜକୋଟରେ ଚାଲିଥିବା ଚେଷ୍ଟ ମ୍ୟାଚରେ ୪ ଦିନରେ ହିଁ ଇଂଲଣ୍ଡକୁ ହରାଇ ଭାରତ ବୃହତ ବିଜୟ ହାସଲ କରିଛି । ଭାରତୀୟ ଟିମ୍ ଏହି ମ୍ୟାଚକୁ ୪୩୪ ରନର ବଡ ଅନ୍ତରରେ ଜିତି ୫ ମ୍ୟାଚର ଟେଷ୍ଟ ସିରିଜରେ ୨-୧ରେ ଆଗୁଆ ରହିଛି । ୫୫୭ ରନର ଲକ୍ଷ୍ୟର ପିଛା କରି ଇଂଲଣ୍ଡର ଟିମ୍ ଦ୍ବିତୀୟ ପାଳିରେ ୧୨୨ ରନ୍ କରି ଅଲଆଉଟ୍ ହୋଇଯାଇଛି । ଭାରତ ଏହି ମ୍ୟାଚକୁ ୪୩୪ ରନରେ ଜିତିଛି ।

ପୂର୍ବରୁ ୧୨୬ ରନରେ ଆଗୁଆ ରହି ବ୍ୟାଟିଂ କରି ଭାରତ ନିଜ ଦ୍ବିତୀୟ ପାଳିରେ ୪ ଓ୍ବିକେଟରେ ୪୩୦ ରନ୍ କରିଥିଲା । ପ୍ରଥମ ପାଳିରେ ୧୨୬ ରନ ଆଗୁଆ ଭାରତ ଇଂଲଣ୍ଡ ସାମ୍ନାରେ ୫୫୭ ରନର ଲକ୍ଷ୍ୟ ରଖିଥିଲା । ଭାରତ ତରଫରୁ ଦ୍ବିତୀୟ ପାଳିରେ ବ୍ୟାଟ୍ସମ୍ୟାନ୍ ୟଶସ୍ବୀ ଜାୟସଓ୍ବାଲ ନଟଆଉଟ୍ ରହି ୨୧୪ ରନ୍, ଶୁଭମନ ଗିଲ୍ ୯୧ ଏବଂ ସରଫରାଜ ଖାନ୍ ନଟଆଉଟ୍ ରହି ୬୮ ରନ୍ କରିଥିଲେ । ଇଂଲଣ୍ଡ ପ୍ରଥମ ପାଳିରେ ୩୧୯ ରନ୍ ସଂଗ୍ରହ କରିଥିଲା, ଯଦିଓ ଭାରତ ପ୍ରଥମ ପାଳିରେ ୪୪୫ ରନ୍ କରିଥିଲା ।

 

Comments are closed.