www.samajalive.in
Sunday, December 14, 2025
14.1 C
Bhubaneswar

ହ୍ୟାଣ୍ଡବଲ ଖେଳାଳୀଙ୍କ ଉଦ୍ଦେଶ୍ୟରେ ୱାଟର ଚିଲର ଓ ପ୍ୟୁରିଫାୟର ଦାନ କଲେ ରୋଟାରୀ କ୍ଲବ

କେନ୍ଦୁଝରଗଡ଼଼: କେନ୍ଦୁଝର ହ୍ୟାଣ୍ଡବଲ ପଡ଼ିଆରେ ମଙ୍ଗଳବାର ଠାରୁ ୩୯ତମ ଜାତୀୟ ସବ୍‌‌ଜୁନିୟର ହ୍ୟାଣ୍ଡବଲ ପ୍ରତିଯୋଗିତା ଆରମ୍ଭ ହୋଇଥିବା ବେଳେ ଏହି ପରୀପ୍ରେକ୍ଷୀରେ କେନ୍ଦୁଝର ରୋଟାରୀ କ୍ଲବ ପକ୍ଷରୁ ଖେଳାଳୀଙ୍କ ଉଦ୍ଦେଶ୍ୟରେ ଏକ ୱାଟର ଚିଲର ଓ ଫ୍ୟୁରିଫାୟର ପ୍ରଦାନ କରାଯାଇଛି। ରୋଟାରୀ କ୍ଲବ କେନ୍ଦୁଝରଗଡ଼ର ସଭାନେତ୍ରୀ ରାଜଲକ୍ଷ୍ମୀ ସ୍ୱାଇଁଙ୍କ କରକମଳରେ ଜିଲା ହ୍ୟାଣ୍ଡବଲ୍‌‌ ଆସୋସିଏସନକୁ ଫ୍ୟୁରିଫାୟର ପ୍ରଦାନ ଅବସରରେ ହ୍ୟାଣ୍ଡବଲ୍‌‌ ଆସୋସିଏସନ କାର୍ଯ୍ୟନିର୍ବାହୀ ନିର୍ଦ୍ଦେଶକ ଆନନ୍ଦେଶ୍ୱର ପାଣ୍ଡେ, ବୈଷୟିକ କମିଟିର ଅଧ୍ୟକ୍ଷ ଅତନୁ ମଜୁମଦାର, ଓଡ଼ିଶା ରାଜ୍ୟ ହ୍ୟାଣ୍ଡବଲ୍‌‌ ଆସୋସିଏସନ ସଭାପତି ବିପ୍ଳବ ଚୌଧୁରୀ ଓ ସମ୍ପାଦକ ମାନସ କୁମାର ସିଂହ ପ୍ରମୁଖ ଉପସ୍ଥିତ ଥିଲେ। କେନ୍ଦୁଝର ଜିଲା ହ୍ୟାଣ୍ଡବଲ୍‌‌ ଆସୋସିଏସନ ସଭାପତି ଇଂ ବସନ୍ତ କୁମାର ଦାନୀ, ସମ୍ପାଦକ ରିତିକ ଅଧିକାରୀ, କୋଷାଧ୍ୟକ୍ଷ ଦୟାସାଗର ପଣ୍ଡା, ରୋଟାରିଆନ ଡ.ସୁରେଶ କୁମାର ଖଟୋଇ, ଇଂ ଦେବବ୍ରତ ସ୍ୱାଇଁ, ବସନ୍ତ କୁମାର ପୃଷ୍ଟି, ସଞ୍ଜୟ ମହାପାତ୍ର, ଗଜେନ୍ଦ୍ର ପ୍ରସାଦ ବେହେରା, ଅମୀୟ କୁମାର ବେହେରା, ସବିତା ବେହେରା, ବିଜୟନାଥ କପୁର ଏବଂ କୃତିସୁନ୍ଦର ନାୟକ ପ୍ରମୁଖଙ୍କ ସହଯୋଗରେ ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ସୂଚନାଯୋଗ୍ୟ ଯେ, ୨୦୧୩ରେ ରୋଟାରୀ କ୍ଲବ ପକ୍ଷରୁ ଇନଡୋର ଷ୍ଟାଡିୟମରେ ମଧ୍ୟ ଏକ ୱାଟର ପ୍ୟୁରିଫାୟର ପ୍ରଦାନ କରାଯାଇôଥବା ବେଳେ ଏହା ଆଜି ମଧ୍ୟ କାର୍ଯ୍ୟକ୍ଷମ ହୋଇ ଖେଳାଳୀଙ୍କ ବ୍ୟବହାରରେ ଆସିପାରିଛି। ବିଶୁଦ୍ଧ ପାନୀୟଜଳର ଆବଶ୍ୟକତାକୁ ପୂରଣ କରିପାରିବା ପାଇଁ ରୋଟାରୀ କ୍ଲବ କେନ୍ଦୁଝର ଶାଖା ପକ୍ଷରୁ ଜନଗହଳିପୂର୍ଣ୍ଣ ସ୍ଥାନ ମାନଙ୍କରେ ଏଭଳି ଜନହିତକର କାର୍ଯ୍ୟକ୍ରମ ହାତକୁ ନିଆଯିବ ବୋଲି ରୋଟାରୀ କ୍ଲବ ସଭାନେତ୍ରୀ ଶ୍ରୀମତୀ ସ୍ୱାଇଁ କହିଛନ୍ତି।

Hot this week

ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ବଙ୍ଗଳା ନେବା ଅଭିଯୋଗ ଉଠାଇଲା ବିଜେଡି

ଭୁବନେଶ୍ବର : ସ୍ବତନ୍ତ୍ର ଓଡ଼ିଶା ଗଠନ ହେବା ପରଠାରୁ ମୋହନ ଚରଣ...

ନବମ ଶ୍ରେଣୀ ଛାତ୍ର ଠାରୁ ବନ୍ଧୁକ ଜବତ

ଗରଦପୁର : କେନ୍ଦ୍ରାପଡ଼ା ଜିଲା ଗରଦପୁର ବ୍ଲକ କୋରୁଆ ସରକାରୀ ଉଚ୍ଚ...

୨୦୨୬ରେ ଏହି ରାଶିଙ୍କ ଚମକିବ ଭାଗ୍ୟ: ଯାହାବି କରିବେ ସଫଳ ହେବେ, ପ୍ରଚୁର ଧନ ବର୍ଷା ହେବ

ସମାଜ ଡିଜିଟାଲ ଡେସ୍କ: ଗ୍ରହମାନଙ୍କର ସ୍ଥିତି ଏବଂ ଗତି ବ୍ୟକ୍ତିବିଶେଷଙ୍କ ଜୀବନକୁ...

ଭତ୍ତା ଅପେକ୍ଷାରେ ୭,୨୮,୭୨୯

ଭୋଟର କାର୍ଡରେ ତ୍ରୁଟିପୂର୍ଣ୍ଣ ବୟସ ଭୁବନେଶ୍ବର : ୬୦ ବର୍ଷ ପୂରଣ କରିଥିବା...

ସୁଭଦ୍ରା ନା ବାର୍ଦ୍ଧକ୍ୟ ଭତ୍ତା : ଆଶଙ୍କାରେ ୯୪ହଜାର ଆଶାୟୀ

ଓକାକ୍‌କୁ ତଥ୍ୟ ଅପଲୋଡ ନିର୍ଦେଶ ଅଯୋଗ୍ୟଙ୍କୁ ଭତ୍ତା ପ୍ରଦାନ ନିୟମ...

Related Articles

Popular Categories