www.samajalive.in
Sunday, December 7, 2025
23.1 C
Bhubaneswar

୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ, ଭାଗ ନେବେ ୬ଟି ଦଳ

ସମାଜ ଡିଜିଟାଲ ଡେସ୍କ: ଦୀର୍ଘ ୧୨୮ ବର୍ଷ ପରେ ୨୦୨୮ ଅଲିମ୍ପିକ୍ସରେ ସାମିଲ ହେବ କ୍ରିକେଟ। ଲସ ଏଞ୍ଜେଲ୍‌ସରେ ହେବାକୁ ଥିବା ଅଲିମ୍ପିକ୍ସରେ କ୍ରିକେଟ ମ୍ୟାଚ ଆୟୋଜନ ହେବା ନେଇ ଆୟୋଜକଙ୍କ ପକ୍ଷରୁ ବୁଧବାର ଗୁରୁତ୍ଵପୂର୍ଣ୍ଣ ଘୋଷଣା କରାଯାଇଛି। ଉଭୟ ମହିଳା ଏବଂ ପୁରୁଷ ବର୍ଗରେ ମ୍ୟାଚ ଆୟୋଜନ କରାଯିବ। ତେବେ ଅଲିମ୍ପିକ୍ସରେ କ୍ରିକେଟର ୩ଟି ଫର୍ମାଟରୁ କେବଳ ଟି-୨୦ ମ୍ୟାଚ ଅନୁଷ୍ଠିତ ହେବ। ଉଭୟ ବର୍ଗର ୬ଟି ଲେଖାଏ ଦଳ ଅଂଶଗ୍ରହଣ କରିବେ।

ଶେଷଥର ଲାଗି ୧୯୦୦ ମସିହାରେ ପ୍ୟାରିସ ଅଲିମ୍ପିକ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହୋଇଥିଲା। ସେତେବେଳେ ବ୍ରିଟେନ ଏବଂ ଫ୍ରାନ୍ସ ମଧ୍ୟରେ ଦୁଇ ଦିନିଆ ମ୍ୟାଚ ହୋଇଥିଲା। ଏବେ ଲସ ଏଞ୍ଜେଲ୍ସରେ କ୍ରିକେଟ ଖେଳ ଅନୁଷ୍ଠିତ ହେବ। ଆୟୋଜକମାନେ ଗୋଟିଏ ଟିମରେ ସର୍ବାଧିକ ୧୫ ଜଣ ଖେଳାଳି ରହିବେ। ଅନ୍ତର୍ଜାତୀୟ କ୍ରିକେଟ ପରିଷଦ(ଆଇସିସି)ରେ ବର୍ତ୍ତମାନ ୧୨ଟି ନିୟମିତ ଏବଂ ୯୪ ସହଯୋଗ ସଦସ୍ୟ ରହିଛନ୍ତି। ନିୟମିତ ସଦସ୍ୟମାନଙ୍କ ମଧ୍ୟରେ ଭାରତ, ଆଫଗାନିସ୍ତାନ, ଅଷ୍ଟ୍ରେଲିଆ, ବାଂଲାଦେଶ, ଇଂଲଣ୍ଡ, ଭାରତ, ଆୟର୍ଲାଣ୍ଡ, ନ୍ୟୁଜିଲାଣ୍ଡ, ପାକିସ୍ତାନ, ଦକ୍ଷିଣ ଆଫ୍ରିକା, ଶ୍ରୀଲଙ୍କା, ଓ୍ବେଷ୍ଟ ଇଣ୍ଡିଜ ଏବଂ ଜିମ୍ବାଓ୍ବେ ରହିଛନ୍ତି। ତେବେ ଅଲିମ୍ପିକ୍ସରେ ଭାଗନେବା ଲାଗି ଚୟନ ପ୍ରକ୍ରିୟା ସମ୍ପର୍କରେ କିଛି କୁହାଯାଇନାହିଁ। ତେବେ ଆମେରିକା ଆୟୋଜକ ହୋଇଥିବାରୁ ଏହାର ଟିମ ଆୟୋଜକ କୋଟାରେ ଅଲିମ୍ପିକ୍ସରେ ଭାଗନେବା ଏକ ପ୍ରକାର ନିଶ୍ଚିତ ବୋଲି କୁହାଯାଉଛି। ଏହାର ଅର୍ଥ ଆମେରିକା ବ୍ୟତୀତ ଅନ୍ୟ ୫ଟି ଟିମ ଏଥିରେ ଅଂଶଗ୍ରହଣ କରିବେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories