www.samajalive.in
Sunday, December 7, 2025
23.1 C
Bhubaneswar

ସର୍ବଭାରତୀୟ ପୁଲିସ ହକି: ମହାରାଷ୍ଟ୍ରକୁ ହରାଇଲା ଓଡ଼ିଶା

କଟକ: ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡିୟମ ହକି କଂପ୍ଲେକ୍ସରେ ଚାଲିଥିବା ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍ – ୨୦୨୫ର ଶୁକ୍ରବାର ୭ଟି ମ୍ୟାଚ ଖେଳାଯାଇଥିଲା। ପୁରୁଷ ବିଭାଗରେ କର୍ଣ୍ଣାଟକ ପୁଲିସ ୪-୨ ଗୋଲରେ ଜାମ୍ମୁ କାଶ୍ମୀର ପୁଲିସ ଦଳକୁ, ମଣିପୁର ପୁଲିସ ୮-୨ ଗୋଲରେ ଛତିଶଗଡ଼ ପୁଲିସ ଦଳକୁ, ଝାଡ଼ଖଣ୍ଡ ପୁଲିସ ଦଳ ୩-୨ ଗୋଲରେ ପଶ୍ଚିମବଙ୍ଗ ପୁଲିସ ଦଳକୁ, ରାଜସ୍ଥାନ ପୁଲିସ ୧୪-୦ ଗୋଲରେ ଚଣ୍ଡୀଗଡ ପୁଲିସ ଦଳକୁ ପରାସ୍ତ କରିଛି। ମହିଳା ବିଭାଗରେ ସିଆରପିଏଫ ୮-୦ ଗୋଲରେ ହରିୟାନା ପୁଲିସ ଦଳକୁ, ଘରୋଇ ଓଡିଶା ପୁଲିସ ଦଳ ୩-୨ ଗୋଲରେ ମହାରାଷ୍ଟ୍ର ପୁଲିସ ଦଳକୁ ଓ ସିଆଇଏସଏଫ ୧୨-୦ ଗୋଲରେ ହରିୟାନା ପୁଲିସ ଦଳକୁ ପରାସ୍ତ କରିଛି।
ଅତିଥି ଭାବେ ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ମୁକେଶ ମହାଲିଙ୍ଗ, ପଞ୍ଚାୟତିରାଜ ଏବଂ ପାନୀୟ ଜଳ ବିଭାଗ ମନ୍ତ୍ରୀ ରବି ନାରାୟଣ ନାୟକ, ଅର୍ଥ ବିଭାଗର ସ୍ବତନ୍ତ୍ର ସଚିବ ୟାମିନୀ ଷଡଙ୍ଗୀ, ଆରକ୍ଷୀ ମହାନିର୍ଦେଶକ ସୁଶାନ୍ତ କୁମାର ନାଥ, ଅତିରିକ୍ତ ଆରକ୍ଷୀ ମହାନିର୍ଦେଶକ (ଆଇନ ଓ ଶୃଙ୍ଖଳା) ସଞ୍ଜୟ କୁମାର, ପରିବହନ କମିଶନର ଅମିତାଭ ଠାକୁର, ଡିଆଇଜି (ଏସଆଇଡବ୍ଲୁ) ଡ଼ା କନୱର ବିଶାଲ ସିଂ, ଏସପି (କଟକ) ପ୍ରତୀକ ସିଂ ପ୍ରମୁଖ ଯୋଗ ଦେଇଥିଲେ।

Hot this week

ଗୋଆ ଅଗ୍ନିକାଣ୍ଡ: ମୃତକଙ୍କ ପରିବାରକୁ ୨ଲକ୍ଷ ଟଙ୍କାର ଅନୁକମ୍ପା ଘୋଷଣା କଲେ ପ୍ରଧାନମନ୍ତ୍ରୀ

ସମାଜ ଲାଇଭ ଡ଼େସ୍କ : ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ...

ଅଲାସ୍କା-କାନାଡାର ସୀମାବର୍ତ୍ତୀ ଅଞ୍ଚଳରେ ଭୂକମ୍ପ ଝଟ୍‌କା

ନୂଆଦିଲ୍ଲୀ: ଅଲାସ୍କା ଏବଂ କାନାଡିୟ ଅଞ୍ଚଳ ୟୁକୋନ ସୀମା ନିକଟବର୍ତ୍ତୀ ଅଞ୍ଚଳରେ...

ଘରର ଏହି ଦିଗରେ ରଖନ୍ତୁ ଏହି ଖାସ୍‌ ଜିନିଷ : ଜୀବନରେ ଆସିବ ଉନ୍ନତି , ହେବ ଧନ ବର୍ଷା

ନୂଆଦିଲ୍ଲୀ : ବାସ୍ତୁ ଶାସ୍ତ୍ର ଅନୁଯାୟୀ ଘରେ କିଛି ଖାସ୍ ବସ୍ତୁ...

ଅହୋରାତ୍ର ଧାରଣାରେ ପ୍ରାଥମିକ ଶିକ୍ଷକ ମହାସଂଘ

ଭୁବନେଶ୍ୱର,୬ା୧୨(ନି.ପ୍ର): ଗାନ୍ଧୀମାର୍ଗରେ ପ୍ରାଥମିକ ଶିକ୍ଷକ ମହାସଂଘର ଅହୋରାତ୍ର ଆନ୍ଦୋଳନ ଜାରି ରହିଛି।...

ବାଚସ୍ପତିଙ୍କ ରୁଲିଂ ଦାବି କଲେ ପ୍ରମିଳା

ଭୁବନେଶ୍ୱର : ରାଜ୍ୟରେ ମାନବ ଚାଲାଣ ଓ ଶିଶୁ ନିର୍ଯାତନା ଚିନ୍ତାଜନକ...

Related Articles

Popular Categories