www.samajalive.in
Saturday, December 6, 2025
26.1 C
Bhubaneswar

କଟକ ‘ଏ’କୁ ହରାଇ କଳାହାଣ୍ଡି କପ୍‌ ଜିତିଲା ସୁନ୍ଦରଗଡ଼

କଟକ: ଓଡ଼ିଶା କ୍ରିକେଟ ଆସୋସିଏସନ୍‌ (ଓସିଏ) ପକ୍ଷରୁ ଆୟୋଜିତ ଆନ୍ତଃଜିଲା ବରିଷ୍ଠ ପୁରୁଷ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ କଳାହାଣ୍ଡି କପ୍‌ରେ ଚମ୍ପିଆନ୍‌ ହୋଇଛି ସୁନ୍ଦରଗଡ଼। ବୁଧବାର ବାରବାଟୀ ଷ୍ଟାଡିୟମ୍‌ରେ ଖେଳା ଯାଇଥିବା ଫାଇନାଲରେ ପୂର୍ବ ଚମ୍ପିଆନ କଟକ ‘ଏ’କୁ ୪ ୱିକେଟ୍‌ରେ ସୁନ୍ଦରଗଡ଼ ପରାସ୍ତ କରିଛି। ସୁନ୍ଦରଗଡ଼ ବୋଲରଙ୍କ ସଫଳତା ଯୋଗୁଁ କଟକ ‘ଏ’ ୪୫.୨ ଓଭରରେ ୧୩୨ ରନ୍‌କରି ଅଲ୍‌ଆଉଟ ହୋଇଥିଲା। ପରେ ୩୧.୪ ଓଭରରେ ୬ ୱିକେଟ୍‌ ହରାଇ ସୁନ୍ଦରଗଡ଼ ବିଜୟୀ ହୋଇଥିଲା।
ଟସ୍ ଜିତି କଟକ ‘ଏ’ ବ୍ୟାଟିଂକରି ନିୟମିତ ବ୍ୟବଧାନରେ ୱିକେଟ୍‌ ହରାଇଥିଲା। କଟକ ‘ଏ’ର ସମ୍ବିତ କୁମାର ବେଜ ୪୪ ବଲ୍‌ରୁ ସର୍ବାଧିକ ୪୭ ରନ୍‌ କରିଥିଲେ। ଅମିନ୍‌ ଖାଁ ୧୭, ଅଧିନାୟକ ବିକ୍ରମ ସାମଲ ୧୫ ଓ ପ୍ରିନ୍‌ସ ବେହେରା ୧୦ ରନ୍‌ କରିଥିଲେ। ସୁନ୍ଦରଗଡ଼ର ସାହିଲ ପ୍ରସାଦ ୩ଟି ଏବଂ ୱାଲ୍‌ଟର ଟପ୍ପୋ ଓ ଅମିତ ଦାସ ୨ଟି ଲେଖାଏଁ ୱିକେଟ୍‌ ନେଇଥିଲେ। ୧୩୩ ରନ୍‌ ଲକ୍ଷ୍ୟ ନେଇ ବ୍ୟାଟିଂ କରିଥିବା ସୁନ୍ଦରଗଡ଼ ପାଇଁ ସୌମ୍ୟରଞ୍ଜନ ଲେଙ୍କା ୨୪ ବଲ୍‌ରୁ ୨ଟି ଛକା ଓ ୪ଟି ଚୌକା ସହ ସର୍ବାଧିକ ୩୩ ରନ୍‌ କରିଥିଲେ। ଆଦିତ୍ୟ ଆନନ୍ଦ ୨୬, ୱାଲ୍‌ଟର ଟପ୍ପୋ ୨୧ ଏବଂ ଅଙ୍କିତ ସିଂହ ଓ ଉମେଶ ଗୌତମ ୧୩ ରନ୍‌ ଲେଖାଏଁ କରିଥିଲେ। କଟକ ‘ଏ’ର ବିଶ୍ବଜିତ ମହାପାତ୍ର ୪ଟି ୱିକେଟ୍‌ ନେଇଥିଲେ। ସୁନ୍ଦରଗଡ଼ର ସାହିଲ ପ୍ରସାଦ ପ୍ଲେୟର ଅଫ୍ ଦି ଫାଇନାଲ ହୋଇଥିଲେ। ପୁରସ୍କାର ବିତରଣ ଉତ୍ସବରେ ଅତିଥି ଭ​‌ାବେ କଟକ ଜିଲାପାଳ ଦତ୍ତାତ୍ରୟ ଭାଉସାହେବ ସିନ୍ଦେ, ଓଡ଼ିଶା ଅଲିମ୍ପିକ୍‌ସ ଆସୋସିଏସନର ସଭାପତି ସମୀର ମହାନ୍ତି, ସମ୍ପାଦକ ଅଭିଜିତ ପାଲ, ଓସିଏ ସଭାପତି ପଙ୍କଜ ଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରା ଉପସ୍ଥିତ ଥିଲେ। ଚମ୍ପିଆନ୍ ସୁନ୍ଦରଗଡ଼ ଦଳକୁ ୨ ଲକ୍ଷ ଓ ରନର୍ସଅପ୍ କଟକ ‘ଏ’ ଦଳକୁ ୧ ଲକ୍ଷ ଟଙ୍କା ପୁରସ୍କାର ମିଳିଥିଲା। ଓସିଏ ସଦସ୍ୟ ସୁଶାନ୍ତ କୁମାର ମହାନ୍ତି, ଅଞ୍ଜନ କୁମାର ଖୁଣ୍ଟିଆ, ଶିବବ୍ରତ ମଲ୍ଲିକ, ଅମିତ ବେହେରା, ନିର୍ବାଣ ରାୟ, ସନ୍ତୋଷ ଦାସ, ତଡ଼ିତ ରାଉତ, ଗୌତମ ଗଜପତି, ନୃସିଂହ ଚରଣ ଚୌଧୁରୀ ପ୍ରମୁଖ ଉପସ୍ଥିତ ଥିଲେ।

Hot this week

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

ହଷ୍ଟେଲ ଭିତରେ ପଶି ଆଖିବୁଜା ଗୁଳିମାଡ଼: ୧୧ ମୃତ, ୧୪ ଆହତ

ସମାଜଲାଇଭ ଡେସ୍କ: ଏକ ଶିକ୍ଷାନୁଷ୍ଠାନ ହଷ୍ଟେଲ ଭିତରେ ପଶି ୩ ଅଜ୍ଞାତ...

କଟକସ୍ଥିତ ସମାଜ ମୁଖ୍ୟ କାର୍ଯ୍ୟାଳୟରେ ବାବୁଜୀଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ

କଟକ: ଆଜି ମହାନ ମୁକ୍ତି ସଂଗ୍ରାମୀ ,ସମାଜ ସଂସ୍କାରକ, ଦୈନିକ ଖବରକାଗଜ...

‘ରାଧାନାଥ ରଥ ଥିଲେ ଅନନ୍ୟ ପ୍ରଜ୍ଞାଦୀପ୍ତ ପ୍ରତିଭା’

ଆଠଗଡ: ପଦ୍ମଭୂଷଣ ଡ.ରାଧାନାଥ ରଥ ଥିଲେ ଜଣେ ବିରଳ ବ୍ୟକ୍ତିତ୍ବ ଏବଂ...

ମୋବାଇଲ ଟାୱାରରେ ଚଢି ଯୁବକଙ୍କ ଆତ୍ମହତ୍ୟା ଉଦ୍ୟମ

ସୋର: ସୋର ଥାନା ମୁବାରକପୁର ଗାଁରେ ଅଘଟଣ। ପାରିବାରିକ କଳହକୁ କେନ୍ଦ୍ର...

Related Articles

Popular Categories