www.samajalive.in
Sunday, December 7, 2025
26.1 C
Bhubaneswar

ଡାକ୍ତରାଣୀଙ୍କଠାରୁ ସୁନା ଚେନ୍ ଲୁଟ୍ ଘଟଣା: ଜଣେ ନାବାଳକଙ୍କ ସମେତ ୫ ଗିରଫ

ଗୋପାଳପୁର : ଡାକ୍ତରାଣୀଙ୍କଠାରୁ ସୁନା ଚେନ୍ ଓ ଲକେଟ ଝାମ୍ପିବା ମାମଲାରେ ଗୋପାଳପୁର ପୁଲିସ ୫ ଜଣଙ୍କୁ ପୁଲିସ ଧରିଛି । ସେମାନଙ୍କ ମଧ୍ୟରେ ଜଣେ ନାବାଳକ ମଧ୍ୟ ରହିଛି । ସମ୍ପୃକ ନାବାଳକକୁ ଜୁଭେନାଲ ଜଷ୍ଟିସ ବୋର୍ଡରେ ହାଜର କରି ବାଳ ସୁଧାର ଗୃହକୁ ପଠାଯାଇଛି। ଅନ୍ୟ ୪ ଅଭିଯୁକ୍ତଙ୍କୁ ପୁଲିସ କୋର୍ଟ ଚାଲାଣ କରିଛି। ଗିରଫ ଅଭିଯୁକ୍ତ ମାନେ ହେଲେ ସୁକୁଣ୍ଡାର ଦିପୁନ ଗୌଡ଼,ବେନ୍ଦାଳିଆ ଶ୍ରୀନୁ ଡାକୁଆ, ହରଡ଼ାଖଣ୍ଡି ଅଞ୍ଚଳର ସୁଦାମ ଚୌଧୁରୀ,ଗେଟ ବଜାରର ଦୀପକ ପାତ୍ର ବୋଲି ପୁଲିସ କହିଛି । ପୁଲିସ ସେମାନଙ୍କ ନିକଟରୁ ଲୁଟ୍ ହୋଇଥିବା ସୁନା ଚେନ୍ ସହ ଲକେଟ,ଅଭିଯୁକ୍ତଙ୍କ ୫ଟି ମୋବାଇଲ ଓ ଘଟଣାରେ ବ୍ୟବହାର ହୋଇଥିବା ମୋଟର ସାଇକେଲ କୁ ପୁଲିସ ଜବତ କରିଛି । ଅଭିଯୁକ୍ତମାନେ ରାତିସାରା ଗୋପାଳପୁର ଓ ଆଖପାଖ ଅଞ୍ଚଳରେ ଦଣ୍ଡନାଚ ଦେଖିବା ସହ ସକାଳୁ ଲୁଟ କରିବାକୁ ଯୋଜନା ପ୍ରସ୍ତୁତ କରି ଗୋପାଳପୁର ବେଳାଭୂମି କୁ ଯାଇଥିଲେ। ମୈାକା ଦେଖି ଏପରି କାଣ୍ଡ ଭିଆଇ ଥିବା ପୁଲିସ ନିକଟରେ ଅଭିଯୁକ୍ତ ମାନେ ବୟାନ ଦେଇଥିବା ପୁଲିସ କହିଛି। କଟକ ଚୌଦ୍ୱାର ଥାନା ଇଏସଆଇ ହସ୍ପିଟାଲରେ କାର୍ଯ୍ୟରତ ଡ଼ା ସଂଘମିତ୍ରା ଜେନା ନିଜ ପରିବାର ଲୋକଙ୍କ ସହ ଗତ ୪ ରାତିରେ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଆସି ସ୍ଥାନୀୟ ପାନ୍ଥନିବାସରେ ରହୁଥିଲେ। ଗତ ୬ ତାରିଖ ସକାଳେ ସାଢେ ୬ଟା ସମୟରେ ସଂଘମିତ୍ରା ପ୍ରାତଃ ଭ୍ରମଣ ଲାଗି ବେଳାଭୂମିକୁ ଯାଇଥିଲେ। ଏଠାରେ ଚଲାବୁଲା କରୁଥିବା ସମୟରେ ଦୁଇ ଜଣ ଦୁର୍ବୃତ୍ତ ଦିପୁନ ଓ ନାବାଳକ ଜଣକ ୨୫ ଗ୍ରାମର ସୁନା ଚେନ୍ ସହ ଲକେଟ ଝାମ୍ପି ଥିବା ବେଳେ ସେଠାରେ ରହିଥିବା ଅନ୍ୟ ୩ ଜଣ ସହଯୋଗୀ ସୁଦାମ,ଦୀପକ ଏବଂ ପ୍ରେମ କୁମାର ସାହୁ ସେଠାରୁ ଚମ୍ପଟ ମାରିଥିଲେ । ପରେ ଏ ନେଇ ଡାକ୍ତରାଣୀ ଜଣକ ଗୋପାଳପୁର ଥାନାରେ ଅଭିଯୋଗ କରିଥିଲେ। ଅଭିଯୋଗକୁ ଆଧାର କରି ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିଛି।

Hot this week

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

ଅପରାହ୍ନ ୧ଟା ମୁଖ୍ୟ ଖବର

() ଗୋଆ ନାଇଟ୍ କ୍ଲବ୍ ଅଗ୍ନିକାଣ୍ଡ ଘଟଣାରେ ୨୫ ମୃତ...ମୃତକଙ୍କ ପରିବାରକୁ...

Related Articles

Popular Categories