www.samajalive.in
Saturday, December 6, 2025
26.1 C
Bhubaneswar

ଡିଏସପିଙ୍କ ସାମ୍ନାରେ ଏସଆଇଙ୍କୁ ଗୁଳି କରି ହତ୍ୟା

ସମାଜ ଡିଜିଟାଲ ଡେସ୍କ: ଡିଏସପି ଏବଂ ଥାନା ଅଧିକାରୀଙ୍କ ସାମ୍ନାରେ ଜଣେ ପୁଲିସ ଏସଆଇଙ୍କୁ ଗୁଳି କରି ହତ୍ୟା କରାଯାଇଛି। ଏଭଳି ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ପଞ୍ଜାବର ଗୋବିନ୍ଦଓ୍ବାଲ ଥାନା ଅନ୍ତର୍ଗତ କୋଟ ମହମ୍ମଦ ଖାଁ ଗ୍ରାମରେ। କେବଳ ଏତିକି ନୁହେଁ, ଅଭିଯୁକ୍ତମାନେ ଜଣେ ଏଏସଆଇଙ୍କୁ ପିଟି ପିଟି ତାଙ୍କ ହାତ ଭାଙ୍ଗି ଦେଇଛନ୍ତି। ପୁଲିସ ଦୁଇ ପକ୍ଷଙ୍କ ବିବାଦର ସମାଧାନ କରିବାକୁ ଯାଇଥିବାବେଳେ ଏହି ଘଟଣା ଘଟିଛି। ହେଲେ ଏପର୍ଯ୍ୟନ୍ତ କାହାକୁ ଗିରଫ କରା ନ ଯିବା ପ୍ରଶ୍ନବାଚୀ ସୃଷ୍ଟି କରିଛି।

ସୂଚନା ଅନୁସାରେ, ଉକ୍ତ ଗ୍ରାମରେ ରହୁଥିବା ଆମ ଆଦମୀ ପାର୍ଟି ସମର୍ଥିତ ସରପଞ୍ଚ କୁଳଦୀପ ସିଂହଙ୍କ ପୁଅ ଏବଂ ଅର୍ଶଦୀପ ସିଂହ ନାମକ ଅନ୍ୟ ଜଣେ ଯବୁକଙ୍କ ମଧ୍ୟରେ ବିବାଦ ହୋଇଥିଲା। ଏ ନେଇ ଦୁଇ ପକ୍ଷ ଥାନାର ଦ୍ଵାରସ୍ଥ ହୋଇଥିଲେ। ବୁଧବାର ଅପରାହ୍ନ ପ୍ରାୟ ୪ଟାରେ ବିବାଦର ସମାଧାନ କରିବା ଲାଗି ପୁଲିସ ସେମାନଙ୍କୁ ଥାନାକୁ ଡକାଇଥିଲା। କିନ୍ତୁ କୁଳଦୀପଙ୍କ ପୁଅ ଏବଂ ତାଙ୍କ ସମର୍ଥକମାନେ ଗ୍ରାମରେ ଗୁଣ୍ଡାଗର୍ଦ୍ଦି ଆରମ୍ଭ କରିଦେଇଥିଲେ। ଅର୍ଶଦୀପଙ୍କୁ ଗାଳିଗୁଲଜ କରିବା ସହିତ ମାରପିଟ କରିବାକୁ ଉଦ୍ୟମ କରିଥିଲେ। ଫଳରେ ଅର୍ଶଦୀପ ପୁଲିସ ସହାୟତା ନମ୍ବର ଜରିଆରେ ଥାନାକୁ ଖବର ଦେଇଥିଲେ।

- Advertisement -

ଡିଏସପି ଅତୁଲ ସୋନୀ, ଥାନା ଅଧିକାରୀ ପ୍ରଭଜୀତ ସିଂହ ଗିଲ, ଅତିରିକ୍ତ ଥାନା ଅଧିକାରୀ ତଥା ଏସଆଇ ଚରଣଜିତ ସିଂହ, ଏଏସଆଇ  ଜସବୀର ସିଂହ ଓ ଅନ୍ୟ କର୍ମଚାରୀ ଗାଁକୁ ଯାଇଥିଲେ। ରାତିରେ ବିବାଦର ସମାଧାନ ପାଇଁ ଉଦ୍ୟମ ହୋଇଥିଲା। ରାତି ପ୍ରାୟ ୯ଟା ୩୫ରେ ବିବାଦ ଥମିମା ବଦଳରେ ବଢ଼ିଥିଲା। ସରପଞ୍ଚଙ୍କ ପୁଅ ଓ ତାଙ୍କ ସମର୍ଥକମାନେ ଅର୍ଶଦୀପଙ୍କୁ ମାଡ଼ ମାରିବାକୁ ଉଦ୍ୟମ କରିଥିଲେ। ଫଳରେ ଏସଆଇ ଚରଣଜିତ ସେମାନଙ୍କୁ ପଛକୁ ଠେଲିବାକୁ ଉଦ୍ୟମ କରିଥିଲେ। ଅଭିଯୁକ୍ତମାନେ ଚରଣଜିତଙ୍କ ପକେଟରୁ ବନ୍ଧୁକ ଛଡ଼ାଇ ନେଇ ତାଙ୍କୁ ଗୁଳି କରିଥିଲେ। ଏଏସଆଇ  ଜସବୀର ସେମାନଙ୍କୁ ଅଟକାଇବାରୁ ତାଙ୍କୁ ନିସ୍ତୁକ ମାଡ଼ ମାରିଥିଲେ। ସେଠାରେ ଉପସ୍ଥିତ ଡିଏସପି, ଥାନା ଅଧିକାରୀ ଏବଂ ଅନ୍ୟ କର୍ମଚାରୀ ଏସବୁ ଦେଖି ପଛକୁ ହଟିଯାଇଥିଲେ। ପରେ ଚରଣଜିତଙ୍କୁ ଡାକ୍ତରଖାନା ନିଆଯାଇଥିଲା। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ। ପୁଲିସ ସରପଞ୍ଚ, ତାଙ୍କ ପୁଅ ଓ ତାଙ୍କ ଗୋଷ୍ଠୀଙ୍କ ବିରୋଧରେ ମାମଲା ରୁଜୁ କରିଥିଲେ ହେଁ କାହାରିକୁ ଗିରଫ କରିନାହିଁ।

Hot this week

ନିୟମିତ କରନ୍ତୁ ଏହି ଯୋଗାସନ, ଦୂର ହେବ ମଧୁମେହ…

ନୂଆଦିଲ୍ଲୀ: ସୁସ୍ଥ ଏବଂ ନିରୋଗ ରହିବାକୁ ଲୋକେ ବିଭିନ୍ନ ଉପାୟ ଅବଲମ୍ବନ...

ଇଣ୍ଡିଗୋ ଅଚଳାବସ୍ଥା ଘଟଣାରେ ଦାୟୀବ୍ୟକ୍ତି କ୍ଷତି ଭରିବାକୁ ମନ୍ତ୍ରୀଙ୍କ ନିଷ୍ପତ୍ତି

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ଅଚଳାବସ୍ଥା ଘଟଣାରେ ବଡ...

ରସୁଣ ଏବଂ ମୂଳା ଚଟଣି: ଶୀତରେ ପାଟିକୁ ସୁଆଦିଆ

ସମାଜ ଡିଜିଟାଲ ଡେସ୍କ: ଶୀତ ଋତୁରେ ମୂଳା ବହୁଳ ଭାବରେ ବଜାରରେ...

୧୦ପିସ୍ତଲ ଓ ଗୋଟିଏ କାର୍ବାଇନ ସହ ବନ୍ଧୁକ ମାଫିଆ ଜବତ

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରରେ ଏକ ବଡ ଧରଣର ଆନ୍ତଃରାଜ୍ୟ...

ଅନ୍ତିମ ଦିନିକିଆ: ଟସ୍‌ ଜିତି ବୋଲିଂ କରୁଛି ଭାରତ

ବିଶାଖାପାଟଣା: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଅନ୍ତିମ ଦିନିକିଆ...

Related Articles

Popular Categories