ସର୍ବଭାରତୀୟ ପୁଲିସ ହକି: ୟୁପିଠାରୁ ହାରିଲା ଓଡ଼ିଶା

କଟକ: ଓଡ଼ିଶା ପୁଲିସ ଆନୁକୂଲ୍ୟରେ କଳିଙ୍ଗ ଷ୍ଟାଡ଼ିୟମ ହକି କ​‌େ​‌ମ୍ପ୍ଲକ୍ସରେ ଚାଲିଥିବା ୭୩ତମ ସର୍ବଭାରତୀୟ ପୁଲିସ ହକି ଚମ୍ପିଆନସିପ୍​ର‌େ​‌ର ବୁଧବାର ୭ଟି ମ୍ୟାଚ ଖେଳାଯାଇଥିଲା। ଏଥିରେ ଉତ୍ତରାଖଣ୍ଡ ପୁଲିସ, ଆଇଟିବିପି, ମଣିପୁର ପୁଲିସ ଓ ପଶ୍ଚିମବଙ୍ଗ ପୁଲିସ ,ମହିଳାରେ ଏସ୍‌ଏସ୍‌ବି, ଉତ୍ତରପଦେଶ ପୁଲିସ ଓ ଜାମ୍ମୁ କାଶ୍ମୀର ପୁଲିସ ବିଜୟୀ ହୋଇଛନ୍ତି। କଳିଙ୍ଗ ଷ୍ଟାଡ଼ିୟମରେ ପୁରୁଷ ବିଭାଗରେ ଉତ୍ତରାଖଣ୍ଡ ପୁଲିସ ୯-୦ ଗୋଲରେ ଚଣ୍ଡିଗଡ଼ ପୁଲିସକୁ, ଦ୍ବିତୀୟ ମ୍ୟାଚରେ ଆଇଟିବିପି ୮-୩ ଗୋଲରେ ରାଜସ୍ଥାନ ପୁଲିସକୁ, ତୃତୀୟ ମ୍ୟାଚରେ ମଣିପୁର ପୁଲିସ ୩-୧ ଗୋଲରେ ଝାଡ଼ଖଣ୍ଡ ପୁଲିସକୁ ଓ ଚତୁର୍ଥ ମ୍ୟାଚରେ ପଶ୍ଚିମବଙ୍ଗ ପୁଲିସ ୬-୩ ଗୋଲରେ ଛତିଶଗଡ଼ ପୁଲିସକୁ ପରାସ୍ତ କରିଛି। ମହିଳା ବିଭାଗରେ ଏସ୍‌ଏସ୍‌ବି ୧୭-୦ ଗୋଲରେ ଗୁଜରାଟ ପୁଲିସକୁ, ଉତ୍ତରପ୍ରଦେଶ ପୁଲିସ ୨-୧ ଗୋଲରେ ଓଡ଼ିଶା ପୁଲିସକୁ ଓ ଜାମ୍ମୁ କାଶ୍ମୀର ପୁଲିସ ୧୮-୦ ଗୋଲରେ ଗୁଜରାଟ ପୁଲିସ ଦଳକୁ ପରାସ୍ତ କରିଛି। ଅତିଥି ଭାବେ ଉଚ୍ଚଶିକ୍ଷା ବିଭାଗ ସଚିବ ଅରବିନ୍ଦ ଅଗ୍ରୱାଲ, ଭିଜିଲାନ୍ସ ନିର୍ଦ୍ଦେଶକ ୟଶୱନ୍ତ ଜେଠୱା, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ (ମୁଖ୍ୟାଳୟ) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ଦୟାଲ ଗଙ୍ଗୱାର, ଅତିରିକ୍ତ ଆରକ୍ଷୀ ମହାନିର୍ଦ୍ଦେଶକ(ସଶସ୍ତ୍ର) ତଥା ଆୟୋଜନ କମିଟିର ଉପାଧ୍ୟାକ୍ଷ ରାଜେଶ କୁମାର, ଆଇଜି (ତାଲିମ) ତଥା ଆୟୋଜନ କମିଟିର ସମ୍ପାଦକ ଅନୁପ କୁମାର ସାହୁ ଯୋଗ ଦେଇଥିଲେ।

Comments are closed.