www.samajalive.in
Monday, December 15, 2025
17.1 C
Bhubaneswar

କାଲି ଦେଉଥିଲେ ଧମକ, ଆଜି ଦେଶ ଛାଡ଼ିଲେ ବିଲାଓ୍ବଲଙ୍କ ପରିବାର

ସମାଜ ଡିଜିଟାଲ ଡେସ୍କ: କାଲି ଦେଉଥିଲେ, ଆଜି ଦେଶ ଛାଡ଼ିଲେ ପରିବାର। ଭାରତର ଯୁଦ୍ଧାଭ୍ୟାସ ଦେଖି ଛାନିଆ ହୋଇପଡ଼ିଥିବା ପାକ୍ ନେତାମାନେ ଜୀବନ ବଞ୍ଚାଇବାକୁ ଦେଶ ଛାଡ଼ି ପଳାୟନ କରୁଥିବା ଦେଖିବାକୁ ମିଳିଛି। ପୂର୍ବରୁ ପାକ୍ ସେନାଧ୍ୟକ୍ଷ ଆସିଫ ମୁନିର ସପରିବାର ଦେଶ ଛାଡ଼ି ପଳାଇଥିବାବେଳେ ଏବେ ଭାରତକୁ ଧମକ ଦେଇଥିବା ବିଲାଓ୍ବଲ ଭୁଟ୍ଟୋଙ୍କ ପରିବାର ଦେଶ ଛାଡ଼ି କାନାଡ଼ା ପଳାଇଛି।

ଜାମ୍ମୁ-କାଶ୍ମୀରର ପହଲଗାଓଁରେ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ସିନ୍ଧୁ ନଦୀ ଜଳ ଚୁକ୍ତି ରଦ୍ଦ କରିବା ସହିତ ପାଣି ବନ୍ଦ କରିବାକୁ ଘୋଷଣା କରିଥିଲା। ଭାରତର ଏହି ନିଷ୍ପତ୍ତି ପରେ ପାକିସ୍ତାନର ପୂର୍ବତନ ବୈଦେଶିକ ମନ୍ତ୍ରୀ ତଥା ପାକିସ୍ତାନ ପିପୁଲ୍ସ ପାର୍ଟି (ପିପିପି) ନେତା ବିଲାଓ୍ବଲ ଭୁଟ୍ଟୋ ଭାରତକୁ ଧମକ ଦେଇଥିଲେ। ସିନ୍ଧୁ ନଦୀରେ ଜଳ ବୋହିବ, ନଚେତ ଭାରତୀୟଙ୍କ ରକ୍ତ ବୋହିବ ବୋଲି ବିଲାଓ୍ବଲ କହିଥିଲେ। କିନ୍ତୁ ଏହାର ଦିନକ ପରେ ତାଙ୍କ ପରିବାର ପାକିସ୍ତାନ ଛାଡ଼ି କାନାଡ଼ା ପଳାଇଛନ୍ତି। ଭାରତର ଆକ୍ରମଣ ଭୟରେ ଜଣକ ପରେ ଜଣେ ପାକିସ୍ତାନୀ ନେତା ଦେଶ ଛାଡ଼ିବା ଘଟଣା ଏବେ ଅନ୍ତର୍ଜାତୀୟ ସ୍ତରରେ ଚର୍ଚ୍ଚାର ବିଷୟ ପାଲଟିଛି।

Hot this week

ପୂର୍ବତନ ସାଂସଦ ଲକ୍ଷ୍ମଣ ଟୁଡୁଙ୍କ ଅସୁସ୍ଥତା ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ

ସମାଜ ନ୍ୟୁଜ ଡେସ୍କ- ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ ଶ୍ରୀ...

ହଷ୍ଟେଲରୁ ଛାତ୍ରଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର

ସମାଜ ଲାଇଭ ଡ଼େସ୍କ :ଯାଜପୁର ରଗଡ଼ି ସରକାରୀ ପଲିଟେକନିକ୍ କଲେଜ ହଷ୍ଟେଲରୁ...

ତୃତୀୟ T-20କୁ ସହଜରେ ଜିତିଲା ଟିମ୍ ଇଣ୍ଡିଆ; ସିରିଜ୍ ରେ ୨-୧ ରେ ଆଗୁଆ

ସମାଜ ନ୍ୟୁଜ ଡେସ୍କ- ଭାରତ ଦକ୍ଷିଣ ଆଫ୍ରିକା ମଧ୍ୟରେ ଧର୍ମଶାଳାରେ ଚାଲିଥିବା...

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

Related Articles

Popular Categories