ଏସିଆ କପ: ଜିତିଲା ଭାରତ, ହାରିଲା ପାକିସ୍ତାନ

୧୪୮ ରନ୍‌ ଟାର୍ଗେଟକୁ ହାସଲ କଲା ଭାରତ, ୫ ୱିକେଟ୍‌​‌ରେ ପାକିସ୍ତାନକୁ ହରାଇଲା ଟିମ ଇଣ୍ଡିଆ

ଦୁବାଇ: ଆଜି ଏସିଆ କପ୍‌ରେ ପାରମ୍ପରିକ ପ୍ରତିଦ୍ବନ୍ଦୀ ଭାରତ ଓ ପାକିସ୍ତାନ ମଧ୍ୟରେ କଡ଼ା ମୁକାବିଲା ଅନୁଷ୍ଠିତ ହୋଇଥିଲା। ଏଥିରେ ଭାରତ ପାକିସ୍ତାନକୁ ୫ୱିକେଟରେ ପରାସ୍ତ କରିଛି। ଆଜି ପ୍ରଥମେ ବ୍ୟାଟିଂ କରି ପାକିସ୍ତାନ ୨୦ ଓଭରରେ ସମସ୍ତ ୱିକେଟ ହରାଇ ୧୪୭ ରନ କରିଥିଲା। ଭାରତୀୟ ବୋଲରମାନେ ବୋଲିଂରେ ଶ୍ରେଷ୍ଠ ପ୍ରଦର୍ଶନ କରିଥିଲେ। ଭାରତୀୟ ବୋଲରଙ୍କ ଘାତକ ବୋଲିଂ ଆଗରେ ପାକିସ୍ତାନ ବ୍ୟାଟରମାନେ ଚକମା ଦେଖାଇ ପାରି ନ ଥିଲେ।
ଆଜି ଭାରତ-ପାକିସ୍ତାନ ଭିତରେ ରୋମାଞ୍ଚକର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚ ଶେଷ ଓଭର ଯାଏଁ ଜବରଦସ୍ତ ଖେଳ ଦେଖିବାକୁ ମିଳିଥିଲା । ଶେଷ ଓଭରରେ ୬ ରନ ଆବଶ୍ୟକତା ଥିବା ବେଳେ ଛକା ମାରି ମ୍ୟାଚ ଜିତାଇଛନ୍ତି ହାର୍ଦ୍ଦିକ ପାଣ୍ଡ୍ୟା । ଏହି ମ୍ୟାଚରେ ଭାରତ ପାକିସ୍ତାନକୁ ୫ ୱିକେଟରେ ପରାସ୍ତ କରିଛି । ଏହାସହ ଏସିଆ କପରେ ଭାରତ ବିଜୟ ସହ ନିଜ ଅଭିଯାନ ଆରମ୍ଭ କରିଛି ।

prayash

ପାକିସ୍ତାନ ପକ୍ଷରୁ ମହମ୍ମଦ ରିଜଓ୍ୱାନ୍ ସର୍ବାଧିକ ୪୩ ଓ ଇଫତିଖାର ଅହମ୍ମଦ ୨୮ ରନ୍ କରିଥିଲେ। ଅନ୍ୟ କୌଣସି ଖେଳାଳି ନିଜର ଶ୍ରେଷ୍ଠ ଖେଳ ଦେଖାଇ ପାରି ନ ଥିଲେ।
ଭାରତ ପକ୍ଷରୁ ଭୁବନେଶ୍ୱର କୁମାର ୪, ହାର୍ଦ୍ଦିକ ପାଣ୍ଡ୍ୟା ୩ଟି, ଅର୍ଶଦୀପ ସିଂହ ଓ ଅଭେସ ଖାନ୍ ଗୋଟିଏ ଲେଖାଏଁ ୱିକେଟ ନେଇଥିଲେ।

kalyan agarbati

Comments are closed.