bjd gruha runa

କାର୍ତ୍ତିକ କମାଲ୍‌: ଶେଷ ବଲରେ ଭାରତର ରୋମାଞ୍ଚକର ବିଜୟ

BJD Bijuli 480×75 Mob
0

କଲମ୍ବୋ : ଏଠାରେ ଖେଳାଯାଉଥିବା ନିଦାହାସ୍‌ ଟ୍ରଫି ଜିତିଛି ଭାରତ। ଅନ୍ତିମ ବଲ୍‌ରେ ଛକା ମାରି ଭାରତକୁ ଚମ୍ପିଆନ୍‌ କରାଇଥିଲେ ଦିନେଶ କାର୍ତ୍ତିକ। ୧୬୭ ରନ୍‌ର ପିଛା କରୁଥିବା ଭାରତ ୨୦ ଓଭରରେ ୬ ୱିକେଟ୍‌ ହରାଇ ୧୬୮ ରନ୍‌ ସଂଗ୍ରହ କରି ବିଜୟୀ ହୋଇଥିଲା। ଏକଦା ଭାରତ ପରାଜିତ ହେବ ବୋଲି ଆଶଙ୍କା କରାଯାଉଥିବା ବେଳେ ୧୮ ଓଭରରେ ବ୍ୟାଟିଂ କରିବାକୁ ଆସିଥିବା ଦିନେଶ କାର୍ତ୍ତିକ ମ୍ୟାଚ୍‌ର ଗତିପଥ ବଦଳାଇ ଦେଇଥିଲେ। ରୁବେଲ୍‌ ହୁସେନ୍‌ ୧୮ତମ ଓଭରରେ ବୋଲିଂ କରୁଥିବା ବେଳେ କାର୍ତ୍ତିକ ୨ଟି ଛକା, ୨ଟି ଚୌକା ମାରିବା ସହ ୨୨ ରନ୍‌ ସଂଗ୍ରହ କରି ଦଳକୁ ବିଜୟୀ କରାଇବାରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ। ଅନ୍ତିମ ଓଭରରେ ଭାରତକୁ ୬ଟି ବଲ୍‌ରୁ ୧୨ ରନ୍‌ ଆବଶ୍ୟକ ଥିବା ବେଳେ ଅନ୍ୟ ପଟେ ବ୍ୟାଟିଂ କରୁଥିବା ବିଜୟ ଶଙ୍କର ମୂଳରୁ ଦଳକୁ ନିରାଶ କରିଥିଲେ। ସୌମ୍ୟ ପ୍ରଥମ ବଲ୍‌ ୱାଇଡ୍‌ ପକାଇଥିବା ବେଳେ ପରବର୍ତ୍ତୀ ୩ଟି ବଲ୍‌ରୁ ମାତ୍ର ୨ ରନ୍‌ ଦେଇଥିଲେ। ତେବେ ୪ର୍ଥ ବଲ୍‌ରେ ଶଙ୍କର ଚୌକା ମାରିବାକୁ ସକ୍ଷମ ହୋଇଥିଲେ। ୫ମ ବଲ୍‌ରେ ଶଙ୍କର ଆଉଟ୍‌ ହୋଇଥିବା ବେଳେ ଶେଷ ବଲ୍‌ରେ ଭାରତକୁ ବିଜୟ ପାଇଁ ୫ ରନ୍‌ ଆବଶ୍ୟକ ଥିଲା। ଶେଷ ବଲ୍‌ରେ କାର୍ତ୍ତିକ ଛକା ମାରି ଦଳକୁ ବିଜୟୀ କରାଇଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ଅଧିନାୟକ ରୋହିତ ଶର୍ମା ୫୬, କେଏଲ୍‌ ରାହୁଲ୍‌ ୨୪, ମନୀଷ ପାଣ୍ଡେ ୨୮ ରନ୍‌ ସଂଗ୍ରହ କରିଥିଲେ। କାର୍ତ୍ତିକ ୮ଟି ବଲ୍‌ରୁ ୨ଟି ଚୌକା ଓ ୩ଟି ଛକା ସହାୟତାରେ ୨୯ ରନ୍‌ କରି ଅପରାଜିତ ରହିଥିଲେ।
ପୂର୍ବରୁଟସ୍‌ରେ ଜିତି ଭାରତ ପ୍ରଥମେ ବ୍ୟାଟିଂ କରିବାକୁ ବାଂଲାଦେଶକୁ ଆମନ୍ତ୍ରଣ କରିଥିଲା। ବାଂଲାଦେଶ ୨୦ଓଭରରେ ୮ ୱିକେଟ୍‌ ହରାଇ ୧୬୬ରନ୍‌ ସଂଗ୍ରହ କରିଥିଲା। ଦଳ ତରଫରୁ ସବିର ଅହମ୍ମଦ ଅର୍ଦ୍ଧଶତକ ହାସଲ କରିଥିଲେ।

Leave A Reply