ଭାରତ-ୱେଷ୍ଟଇଣ୍ଡିଜ୍ ମହିଳା ଟି-୨୦ କ୍ରିକେଟ, ଭାରତ ୬ ଓଭରରେ ୬୨

ଡେସ୍କ: ମହିଳା ଟି-୨୦ କ୍ରିକେଟରେ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ତୃତୀୟ ତଥା ଅନ୍ତିମ ମ୍ୟାଚ୍ ନବୀ ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ଚାଲିଛି। ଭାରତ ପ୍ରଥମେ ବ୍ୟାଟିଂ କରୁଛି। ବର୍ତ୍ତମାନ ସୁଦ୍ଧା ଭାରତ ୬ ଓଭରରେ ଗୋଟିଏ ଉଇକେଟ ହରାଇ ୬୨ ରନ ସ୍କୋର କରିଛି। ଉମା ଛେତ୍ରୀ କୌଣସି ରନ ସ୍କୋର ନ କରି ଆଉଟ ହୋଇଛନ୍ତି। ଏବେ କ୍ରିଜରେ ଅଧିନାୟକ ସ୍ମୃତି ମାନ୍ଧାନା ୩୯ ରନ କରି ବ୍ୟାଟିଂ କରୁଛନ୍ତି। ଆଜିର ମ୍ୟାଚରେ ୱେଷ୍ଟଇଣ୍ଡିଜ୍ ଟସ୍ ଜିତି ପ୍ରଥମେ ବୋଲିଂ ନିଷ୍ପତ୍ତି ନେଇଥିଲା।

Comments are closed.