ଗଛକୁ ପିଟିଲା ଅଟୋ, ୨ ଗୁରୁତର

ପାଟଣା : ପାଟଣା ଥାନା ଅଞ୍ଚଳ ପାଟଣା-କେନ୍ଦେଇପଶି ରାସ୍ତାର ମାଧପୁର ନିକଟରେ ଆଜି ପୂର୍ବାହ୍ନରେ ଭାରସାମ୍ୟ ହରାଇ ଏକ ଅଟୋ ରାସ୍ତାକଡ଼ରେ ଥିବା ଏକ ଆକାଶିଆ ଗଛକୁ ଧକ୍କା ଦେବା ଫଳରେ ଅଟୋରେ ଥିବା ଦୁଇ ଜଣ ଗୁରୁତର ହୋଇଛନ୍ତି। ଗୁରୁତର ୨ ବ୍ୟକ୍ତି ହେଉଛନ୍ତି ଏହି ଥାନା ବାଦୁଡ଼ି ଘେରା ଗ୍ରାମର ଦିଲ୍ଲୀପ ନାଏକ (୩୨) ଓ ସଦର ଥାନା କାଠବାରି ଗ୍ରାମର ହୀରାଲାଲ ନାଏକ(୧୮)। ଏକ ବାଇକ ସହ ଦୁର୍ଘଟଣାକୁ ଏଡାଇବାକୁ ଯାଇ ଅଟୋ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି। ଉଭୟଙ୍କ ମୁଣ୍ଡରେ ଗଭୀର ଆଘାତ ଲାଗିଛି। ଗୁରୁତରଙ୍କୁ ଅଗ୍ନିଶମ ବାହିନୀ ଉଦ୍ଧାର କରି ପାଟଣା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ। ଉଭୟଙ୍କ ମୁଣ୍ଡରେ ଗଭୀର କ୍ଷତ ସୃଷ୍ଟି ହୋଇଛି। ଅବସ୍ଥା ସଙ୍କଟାପନ୍ନ ଥିବାରୁ ଉଭୟଙ୍କୁ କେନ୍ଦୁଝର ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି।

Comments are closed.