ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ ଦ୍ୱାରା କୃଷକମାନଙ୍କର ତାଲିମଦାତାଙ୍କ ପାଇଁ ପ୍ରଶିକ୍ଷଣ

ଭୁବନେଶ୍ୱର: ରାଜ୍ୟ ଜଳ ସମ୍ପଦ ବିଭାଗ ଅଧିନସ୍ଥ କଟକ ଜିଲ୍ଲାର ପ୍ରତାପ ନଗରୀସ୍ଥିତ ଜଳ ଓ ଭୂମି ପରିଚାଳନା ପ୍ରତିଷ୍ଠାନ(ୱାଲମୀ), ଓଡ଼ିଶାଠାରେ କୃଷକମାନଙ୍କୁ ଜଳବାୟୁ ପରିବର୍ତ୍ତନ ଜନିତ କୁପ୍ରଭାବ ହ୍ରାସ କରିବା, ଜଳ ସଂରକ୍ଷଣ ଓ ଜଳ ପରିଚାଳନା, ବୁନ୍ଦା ଓ ସିଞ୍ଚନ ଜଳ ପଦ୍ଧତି, ଓଡ଼ିଶାରେ ହେଉଥିବା ମୁଖ୍ୟ ଫସଲ ଓ ଶ୍ରୀଅନ୍ନର ଆଧୁନିକ ଚାଷ ପଦ୍ଧତି, ଫଳ ଓ ପନି ପରିବା ଚାଷ, କୃଷି ଯନ୍ତ୍ର ପାତିର ବ୍ୟବହାର, ଫସଲ ବୀମା, କୃଷିଜାତ ପଦାର୍ଥର ବିକ୍ରିବଟା, କୃଷକମାନଙ୍କର ଉଜ୍ୱଳ ଭବିଷ୍ୟତ ଗଢ଼ିବା ପାଇଁ ପାଣି ପଂଚାୟତ ଓ କୃଷିଜାତ ପଦାର୍ଥ ଉତ୍ପାଦକ ସଂସ୍ଥା, ସ୍ୱୟଂ ସହାୟକ ଗୋଷ୍ଠୀ ଆଦି ତୃଣମୂଳସ୍ତରରେ କାର୍ଯ୍ୟ କରୁଥିବା ସଂସ୍ଥାମାନଙ୍କର ଭୂମିକା ଓ ସହଯୋଗ ଆଦି ବିଷୟରେ ଗ୍ରାମୀଣ ସମୁଦାୟ ବା କୃଷକମାନଙ୍କୁ ତାଲିମ ଦେବା ନିମନ୍ତେ ତାଲିମଦାତାମାନଙ୍କର ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି ଅନୁଷ୍ଠିତହୋଇଯାଇଛି।
ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାର ଅଗଲପୁର, ପାଟଣାଗଡ଼, ବେଲପଡା ଓ ଖପ୍ରାଖୋଲ ବ୍ଲକର ୪୪ଜଣ ପ୍ରଶିକ୍ଷାର୍ଥୀ ଭାଗ ନେଇଛନ୍ତି।
ଓ୍ୱାଲମୀ, ଓଡ଼ିଶାର ନିର୍ଦ୍ଦେଶକ ରାଜ କିଶୋର ବିଶ୍ୱାଳ ଏହି ପ୍ରଶିକ୍ଷଣ କାର୍ଯ୍ୟକ୍ରମକୁ ଉଦଘାଟନ କରିଥିଲେ।ଓୟୁଏଟିର ଅବସରପ୍ରାପ୍ତ ପ୍ରଫେସର ମନମୋହନ ମିଶ୍ର, ପ୍ରଫେସର ଅରୁଣ କୁମାର ଦାସ, ପ୍ରଫେସର ବାମାଶଙ୍କର ରଥ, ପ୍ରଫେସର ପଦ୍ମଲୋଚନ ପ୍ରଧାନ ଏବଂ କାର୍ଯ୍ୟରତ ପ୍ରଫେସର ସର୍ବନାରାୟଣ ମିଶ୍ର ଏବଂ ୱାଲମୀର ପ୍ରଧାନ ପ୍ରଶିକ୍ଷଣ ସଂଯୋଜକ ପ୍ରଫେସର ସୁଧନ୍ୱାଚନ୍ଦ୍ର ପାତ୍ର ଆଦି ପ୍ରଶିକ୍ଷଣ ପ୍ରଦାନ କରିଥିଲେ।ଓ୍ୱାଲମୀର ଯୁଗ୍ମ ନିର୍ଦ୍ଦେଶକ ଚନ୍ଦ୍ର ଶେଖର ସେଠୀ, ପ୍ରଧ୍ୟାପିକା (ଯାନ୍ତ୍ରିକ) ମନସ୍ୱିନୀ ରାଉତ, ସହଯୋଗୀ ପ୍ରାଧ୍ୟାପିକା ଇତିଶ୍ରୀ ମିଶ୍ର ଓ ଉପନିର୍ଦ୍ଦେଶକା ସୁପ୍ରୀୟା ସାହୁ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।
ଆଗାମୀ ଦିନମାନଙ୍କରେ ରାଜ୍ୟର ୧୫ଟି ଜିଲ୍ଲାର ବିଭିନ୍ନ ବ୍ଲକର ତାଲିମଦାତାମାନଙ୍କର ପ୍ରଶିକ୍ଷଣ ଓ୍ୱାଲମୀ ଦ୍ୱାରା ଆୟୋଜନ କରାଯିବ ବୋଲି ପ୍ରଶୀକ୍ଷାର୍ଥୀମାନଙ୍କୁ ସୂଚନା ଦିଆଯାଇଛି।ଏହି ପ୍ରଶିକ୍ଷଣ ରାଜ୍ୟ ଜଳ ସଂପଦ ବିଭାଗ ଦ୍ୱାରା ରୂପାୟନ କରାଯାଇଥିବା ସବୁଜ ଜଳବାୟୁ ପାଣ୍ଠିର ଆର୍ଥିକ ସହାୟତାରେ ଆୟୋଜନ କରାଯାଇଛି।ବିଭିନ୍ନ ଗ୍ରାମ ପଂଚାୟତର ତାଲିମ ଦାତାମାନେ ୨ଲକ୍ଷ କୃଷକ ସ୍ୱୟଂ ସହାୟକ ଗୋଷ୍ଠୀମାନଙ୍କୁ ତାଲିମ ପ୍ରଦାନ କରିବେ।
Comments are closed.