କମ୍ବଳ ବଣ୍ଟନ କାର୍ଯ୍ୟକ୍ରମ
ପାଟଣା : ସାରା ରାଜ୍ୟରେ ଶୀତ ଲହରୀ ଲାଗି ରହିଛି । ବିଶେଷକରି ଜଙ୍ଗଲ ପାହାଡ଼ ଘେରା କେନ୍ଦୁଝର ଜିଲାରେ କେତେକ ଅଞ୍ଚଳରେ ତାପମାତ୍ରା ହ୍ରାସ ହେବା ସହିତ ପ୍ରବଳ ଥଣ୍ଡା ଅନୁଭୂତ ହେଉଅଛି । ତନ୍ମଧ୍ୟରେ ଅଟେଇ ଜଙ୍ଗଲ ପରିବେଷ୍ଟିତ ଘଟଗାଁ ଅନ୍ୟତମ । ଲୋକମାନେ ଶୀତ ପ୍ରକୋପରୁ ରକ୍ଷା ପାଇବା ପାଇଁ ନାନାଦି ଶୀତ ବସ୍ତ୍ରର ସାହାରା ନେବା ସହିତ ନିଆଁ ଜାଳି ଆରାମ କରିଥାନ୍ତି କିନ୍ତୁ ଗରିବ, ଅସହାୟ ବୃଦ୍ଧବୃଦ୍ଧା, ଓ ଭିକ୍ଷା ବୃତ୍ତି କରି ଚଳୁଥିବା ଲୋକମାନେ ହାଡଭଙ୍ଗା ଶୀତରୁ ରକ୍ଷା ପାଇବା ପାଇଁ କେବଳ ନିଆଁକୁ ଭରସା କରି ସମୟ କାଟିଥାନ୍ତି । ଏହି ପରିପ୍ରେକ୍ଷୀରେ ଘଟଗାଁସ୍ଥିତ ବିଶ୍ୱ ଭ୍ରାତୃତ୍ୱ ଦିବ୍ୟାତ୍ମା ପରିଷଦ କ୍ଷିତିଜ୍ୟୋତିଃ ଆଶ୍ରମ ଘଟଗାଁ କେନ୍ଦ୍ର ଆନୁକୂଲ୍ୟରେ ମାତାରିଣୀ ମନ୍ଦିର ସମ୍ମୁଖରେ ଏକ କମ୍ବଳ ବଣ୍ଟନ ମେଳା କାର୍ଯ୍ୟକ୍ରମ କରାଯାଇଛି ।
ଏଥିରେ ମୁଖ୍ୟ ଅତିଥି ଭାବରେ ୯ ନମ୍ବର ଜୋନ ଜିଲା ପରିଷଦ ସଦସ୍ୟ ସୁରେନ୍ଦ୍ର କୁମାର ଜେନା ଓ ସମ୍ମାନିତ ଅତିଥି ରୂପେ ପ୍ରଗତି ସ୍ବେଛାସେବୀ ସଂଗଠନର ସଭାପତି ତଥା ଅବସରପ୍ରାପ୍ତ ପୁଲିସ ଅଧିକାରୀ ଗଣେଶ୍ୱର ରାଉତ, ଉଠା ଦୋକାନୀ ସଂଘର ସଭାପତି ଗୋଲବାସ ଦେହୁରୀ,ସାମ୍ବାଦିକ ପ୍ରଫୁଲ୍ଲ ରାଉତ ଓ ଭୀମସେନ ବଳ ଯୋଗ ଦେଇ ମାତାରିଣୀ ମନ୍ଦିର ସମ୍ମୁଖରେ ଭିକ୍ଷା କରୁଥିବା ବୃଦ୍ଧବୃଦ୍ଧା, ଅସହାୟ ଦୁଃଖୀରଙ୍କିମାନଙ୍କୁ କମ୍ବଳ ପ୍ରଦାନ କରିବା ସହିତ ସମୟୋପଯୋଗୀ ସେବା କାର୍ଯ୍ୟ କରୁଥିବାରୁ କ୍ଷିତିଜ୍ୟୋତିଃ ଆଶ୍ରମକୁ ଉଚ୍ଚ ପ୍ରଶଂସା କରିଥିଲେ । କ୍ଷତିଜ୍ୟୋତିଃ ଆଶ୍ରମର କେନ୍ଦ୍ର ସଂଗଠକ ବାବାଜୀ ଚରମାନନ୍ଦ ଦାସ ଓ କେନ୍ଦ୍ର ପରିଚାଳକ ଅର୍ଜୁନ ଚରଣ ମହାନ୍ତ କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ । ଆଶ୍ରମର ସଦସ୍ୟ ସଞ୍ଜୟ କୁମାର ପଲେଇ, ଦୀପକ କୁମାର ଦେହୁରୀ ଲଷ୍ମୀଧର ପାତ୍ର ଓ ଶକୁନ୍ତଳା ମହାନ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।
Comments are closed.