www.samajalive.in
Tuesday, December 9, 2025
26.1 C
Bhubaneswar

ରେଭେନ୍ସା ସହକାରୀ ପ୍ରାଧ୍ୟାପକ ବିଜୟଲକ୍ଷ୍ମୀ ଦାସଙ୍କୁ ନେଇ ତେଜିଲା ବିବାଦ, ଗିରଫଦାରୀ ଦାବି

କଟକ: ରେଭେନ୍ସା ବିଶ୍ୱବିଦ୍ୟାଳୟ ଓଡ଼ିଆ ବିଭାଗ ସହକାରୀ ପ୍ରାଧ୍ୟାପକ ବିଜୟଲକ୍ଷ୍ମୀ ଦାସଙ୍କୁ ନେଇ ବିବାଦ ତେଜିବାରେ ଲାଗିଛି। ବୁଧବାର କଟକ ଜିଲାପାଳ ନିର୍ବାଚନ ନିୟମ ଉଲ୍ଲଂଘନ ଘଟଣାରେ ବିଜୟଲକ୍ଷ୍ମୀଙ୍କ ବିରୋଧରେ କଟକ ଲାଲବାଗ ଥାନାରେ ଏତଲା ଦେବାପରେ ଗୁରୁବାର ଏହି ଘଟଣାକୁ ନେଇ ସ୍ୱର ଉତ୍ତୋଳନ କରିଛି ଛାତ୍ର କଂଗ୍ରେସ। ମାମଲା ସହ ଜଡ଼ିତ ଥିବା ବିଜୟଲକ୍ଷ୍ମୀଙ୍କୁ ବିଶ୍ୱବିଦ୍ୟାଳୟରୁ ବହିଷ୍କାର କରିବାସହ ତାଙ୍କୁ ଗିରଫ କରିବା ନେଇ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛି ଛାତ୍ର କଂଗ୍ରେସ।

କଟକ ଜିଲା ଛାତ୍ର କଂଗ୍ରେସ ସଭାପତି ଆଶୁତୋଷ ରାଉତଙ୍କ ମତରେ ରେଭେନ୍ସା ବିଶ୍ୱବିଦ୍ୟାଳୟର ଓଡ଼ିଆ ବିଭାଗର ଆସିଷ୍ଟାଣ୍ଟ ପ୍ରଫେସର ଭାବରେ କାର୍ଯ୍ୟରତ ଅଛନ୍ତି ବିଜୟଲକ୍ଷ୍ମୀ ଦାସ। ହେଲେ ଜଣେ ଅଧ୍ୟାପିକା କୌଣସି ମାମଲାରେ ଛନ୍ଦି ହୋଇଥିବାବେଳେ ରେଭେନ୍ସା କୁଳପତି କିଭଳି ତାଙ୍କୁ କାର୍ଯ୍ୟରୁ ବହିଷ୍କାର କରିନାହାନ୍ତି ତାହା ସମସ୍ତଙ୍କୁ ଚକିତ କରିଛି ବୋଲି ସେ କହିଛନ୍ତି। ଯଦି ଦେଖିବା ୨୦୧୯ ନିର୍ବାଚନ ସମୟରେ ବିଜୟଲକ୍ଷ୍ମୀ ଦାସ ରିଫ୍ରେସର କୋର୍ସ କରିବା ପାଇଁ ରାଜସ୍ଥାନର ସେଣ୍ଟ୍ରାଲ ୟୁନିଭର୍ସିଟି ଯିବା ପାଇଁ ରେଭେନ୍ସା ବିଶ୍ୱବିଦ୍ୟାଳୟ କୁଳପତିଙ୍କୁ ନିବେଦନ କରିଥିଲେ। ହେଲେ କୁଳପତି ଏହି ଗସ୍ତ ପ୍ରସଙ୍ଗକୁ ଅଗ୍ରାହ୍ୟ କରିଥିଲାବେଳେ ସେ ଚତୁରତାର ସହ ଡେପୁଟି କଲେକ୍ଟରଙ୍କ ଜାଲ ଦସ୍ତଖତ ଆଣି କୁଳସଚିବଙ୍କୁ ଦେଇ ବେଆଇନ ଭାବରେ ରାଜସ୍ଥାନ ଯାଇଥିଲେ। ପୂର୍ବରୁ କଟକର ଚାଉଳିଆଗଞ୍ଜ ଥାନାରେ ତାଙ୍କ ନାଁରେ ଏକାଧିକ ମାମଲା ରହିଛି। ହେଲେ ଏତେ ମାମଲା ଥାଇ ମଧ୍ୟ ସେ ବିଶ୍ୱବିଦ୍ୟାଳୟରେ ନିଜର ପତିଆରା ଜାରି ରଖିଛନ୍ତି। ତେଣୁ ବର୍ତ୍ତମାନ ଏହି ମାମଲାରେ ରେଭେନ୍ସା କର୍ତ୍ତୃପକ୍ଷ ତାଙ୍କୁ ଶୀଘ୍ର ବହିଷ୍କାର କରିବା ସହ ପୁଲିସ ଏହି ଦିଗରେ ଏକ ନିରପେକ୍ଷ ତଦନ୍ତ କରୁ ବୋଲି ଦାବି କରିଛି କଂଗ୍ରେସ। ଯଦି ଆଗମୀ ଦିନମାନଙ୍କରେ ଏହି ଘଟଣାକୁ ନେଇ କୌଣସି ଠୋସ୍ କାର୍ଯ୍ୟାନୁଷ୍ଠାନ ନିଆ ନ ଯାଏ ତେବେ ଛାତ୍ର କଂଗ୍ରେସ ଏହାର ଉଚିତ ଜବାବ ଦେବ ବୋଲି କହିଛନ୍ତି ସଭାପତି ଆଶୁତୋଷ ରାଉତ।

Hot this week

ଅପରାହ୍ନ ୩ଟା ମୁଖ୍ୟ ଖବର

() ବାରବାଟୀରେ ଭାରତ-ଦକ୍ଷିଣ ଆଫ୍ରିକା ପ୍ରଥମ ଟି-୨୦ ମ୍ୟାଚ୍ କୁ ନେଇ...

କେଉଁ ଡାଲି ଶରୀର ପାଇଁ ଜରୁରୀ: ରକ୍ତଚାପ, କୋଲେଷ୍ଟ୍ରଲ ଏବଂ ଓଜନ ମଧ୍ୟ ହ୍ରାସ ପାଇଥାଏ

ସମାଜ ଡିଜିଟାଲ ଡେସ୍କ: ଡାଲି ପୁଷ୍ଟିସାରରେ ଭରପୂର ରହିଥାଏ। ଏଥିରେ ପ୍ରଚୁର...

ସରିଲା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ...

ବିଦ୍ୟୁତ୍ ତାର ଲାଗି ତାଲିମ ବିମାନ ଦୁର୍ଘଟଣା

ସମାଜ ଲାଇଭ ଡ଼େସ୍କ : ମଧ୍ୟପ୍ରଦେଶର ସିଓନିରେ ଏକ ତାଲିମ ବିମାନ...

ଅଜବ ନିଶା: କାରରେ ଭିଆଇପି ନମ୍ବର ପାଇଁ ୨୭ଲକ୍ଷ ଟଙ୍କାର ନିଲାମ, ଭାଙ୍ଗିଲା ସବୁ ରେକର୍ଡ

ସମାଜ ଡିଜିଟାଲ ଡେସ୍କ: ଉତ୍ତର ପ୍ରଦେଶର ନୋଏଡାରେ ଏକ ଅଜବ ଘଟଣା...

Related Articles

Popular Categories