www.samajalive.in
Saturday, December 6, 2025
23.1 C
Bhubaneswar

ଓଡିଶା ପୁଲିସ ହାଇସ୍କୁଲର ବାର୍ଷିକ କ୍ରୀଡ଼ା ଉତ୍ସବ

କଟକ: କଟକ ବକ୍ସିବଜାରସ୍ଥିତ ଓଡିଶା ପୁଲିସ ହାଇସ୍କୁଲର ୧୭ତମ ବାର୍ଷିକ କ୍ରୀଡ଼ାଉତ୍ସବ ଗତ ଦୁଇ ଦିନ ଧରି ଅନୁଷ୍ଠିତ ହୋଇ ଆଜି ଉଦଯାପିତ ହୋଇଯାଇଛି। ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଉଦଯାପନ ଉତ୍ସବ ପ୍ରଧାନ ଶିକ୍ଷୟତ୍ରୀ ମମତା କରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା।
ପ୍ରଧାନ ଶିକ୍ଷୟତ୍ରୀ ସ୍ବାଗତ ସୂଚନା ତଥା ଅତିଥି ପରିଚୟ ପ୍ରଦାନ କରିଥିଲେ।

ପୁରସ୍କାର ବିତରଣ ଉତ୍ସବରେ ମୁଖ୍ୟ ଅତିଥି ଭାବେ ପୁଲିସ ମୁଖ୍ୟାଳୟର ଏସ.ପି ବିଜୟ ଲକ୍ଷ୍ମୀ ଆଚାର୍ଯ୍ୟ ଯୋଗ ଦେଇ ଛାତ୍ର ଛାତ୍ରୀ ମାନଙ୍କୁ ଶିକ୍ଷା ସହ କ୍ରୀଡ଼ା ଉପରେ ମନୋନିବେଶ କରି ଶୃଙ୍ଖଳା ଓ ସଂସ୍କାର କୁ ଗ୍ରହଣ କରି ଜୀବନରେ ଉନ୍ନତି କରିବାକୁ ପରାମର୍ଶ ଦେଇଥିଲେ। ଏଥିରେ ସମ୍ମାନିତ ଅତିଥି ଭାବେ ପୁଲିସ ମୁଖ୍ୟାଳୟର ମଙ୍ଗଳ ଅଧିକାରୀ ରବୀନ୍ଦ୍ରନାଥ ମହାନ୍ତି, ବିଶିଷ୍ଟ ସମାଜସେବୀ ସରୋଜ କୁମାର ଶତପଥି, ମୁଖ୍ୟବକ୍ତା ଭାବେ ସି. ଆର. ସି. ସି. ରେନୀ ନନ୍ଦ ଯୋଗଦାନ କରି ପ୍ରତିଯୋଗୀ ଓ ଛାତ୍ରଛାତ୍ରୀ ମାନଙ୍କୁ କ୍ରୀଡ଼ା ପ୍ରତି ଉଚିତ ଧ୍ୟାନ ଦେବା ପାଇଁ ଉତ୍ସାହିତ କରିଥିଲେ।

- Advertisement -

କ୍ରୀଡ଼ା ଶିକ୍ଷକ ଦିଲ୍ଲୀପ କୁମାର ପରିଡାଙ୍କ ତତ୍ତ୍ବାବଧାନରେ ଦୁର୍ଯ୍ୟୋଧନ ସାହୁ, ଗୀତାଞ୍ଜଳି ମିଶ୍ର, ଅମିତା ପ୍ରଜ୍ଞା ପଣ୍ଡା ଶିକ୍ଷକ ଓ ଶିକ୍ଷୟତ୍ରୀ ମାନେ କ୍ରୀଡ଼ା କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏହି ଉତ୍ସବରେ ପ୍ରାକ୍ତନ ଦୁଇ ପ୍ରଧାନ ଶିକ୍ଷୟତ୍ରୀ ତରୁବାଳା ନନ୍ଦ ଓ ସାଗରିକା ନନ୍ଦ ଉପସ୍ଥିତ ଥିଲେ। ବରିଷ୍ଠ ବାଳକ ବିଭାଗର ଓମ କୁମାର ନାୟକ, କନିଷ୍ଠ ବିଭାଗର ରକି ବେହେରା ଓ ବାଳିକା ବିଭାଗର ସୁସ୍ମିତା ବେହେରା ତଥା ଅନ୍ୟ ପ୍ରତିଯୋଗୀ ମାନଙ୍କୁ ଅତିଥି ମାନେ ପୁରସ୍କୃତ କରିଥିଲେ। କାର୍ଯ୍ୟକ୍ରମର ସଫଳତା ପାଇଁ ହିନ୍ଦୀ ଶିକ୍ଷକ ଶେଖ ଜହୁରୁଦ୍ଦିନ ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ।

Hot this week

ଚାଷୀଙ୍କ ଦାବି ନେଇ କଳାହାଣ୍ଡିରୁ ଭୁବନେଶ୍ୱର ସାଇକେଲ ଯାତ୍ରା

ବୋଲଗଡ: ଚାଷୀଙ୍କ ବିଭିନ୍ନ ସମସ୍ୟାର ସମାଧାନ ପାଇଁ ଅଣ୍ଟା ଭିଡ଼ିଛି କଳାହାଣ୍ଡି...

ନିଖୋଜ ମହିଳାଙ୍କ ମୁଣ୍ଡବିହୀନ ଶବ ମିଳିବା ଘଟଣାରେ ବଢିଲା ଉତ୍ତେଜନା

କୋରୁକୋଣ୍ଡା : ମାଲକାନଗିରି ଜିଲ୍ଲା କୋରୁକୋଣ୍ଡା ବ୍ଲକ ରାଖେଲଗୁଡା ଗାଁରେ ନିଖୋଜ...

ଏହି ଗୁଣ ଥିବା ମହିଳାଙ୍କୁ ମିଳେ ଲକ୍ଷ୍ମୀଙ୍କ ଆଶୀର୍ବାଦ: ଘର ହୁଏ ସ୍ୱର୍ଗ

ଚାଣକ୍ୟ ନୀତି: ନୀତି, ଜ୍ଞାନ ଓ ଜୀବନ ପ୍ରବନ୍ଧର ମହାନ ପଣ୍ଡିତ...

ଦୁଇ ବାଇକ୍‌ ଆରୋହୀଙ୍କ ମୁଣ୍ଡରେ ଚଢିଗଲା ଟ୍ରଲର

ବଣାଇ: ୧୪୩ ନମ୍ବର ଜାତୀୟ ରାଜପଥର ଗମଲେଇ ଛକ ନିକଟରେ ମର୍ମନ୍ତୁଦ...

ବିଜେପିରେ ମିଶିବେ ବିଜେଡିର ଦୁଇ ନେତା !

ଭୁବନେଶ୍ଵର: ବିଜେଡିର ଦୁଇ ନେତା ବିଜେପିରେ ମିଶିବାକୁ ଯାଉଛନ୍ତି। ପୂର୍ବତନ ମନ୍ତ୍ରୀ...

Related Articles

Popular Categories