www.samajalive.in
Sunday, December 14, 2025
19.1 C
Bhubaneswar

ବଡଦିନ ଓ ନୂଆବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ ପାଇଁ ବୈଠକ

ଜି ଉଦୟଗିରି : ଆଗାମୀ ଡ଼ିସେମ୍ବର ୨୫ ବଡଦିନ ଓ ନୂଆବର୍ଷ ଶାନ୍ତି ଶୃଙ୍ଖଳାର ସହ ପାଳନ କରିବା ପାଇଁ ଉପଖଣ୍ଡ ପୁଲିସ ଅଧିକାରୀ ବିଜୟ କୁମାର ବିଶିଙ୍କ ଅଧ୍ୟକ୍ଷତାରେ ବିଭିନ୍ନ ପଞ୍ଚାୟତର ଜନପ୍ରତିନିଧି, ବିଭିନ୍ନ ସମ୍ପ୍ରଦାୟର ମୁଖିଆ, ଗଣମାଧ୍ୟମ ପ୍ରତିନିଧି ଓ ବିଜ୍ଞାପିତ ଅଞ୍ଚଳ ପରିଷଦ ୱାର୍ଡ ସଭ୍ୟ ଓ ସଭ୍ୟାଙ୍କୁ ନେଇ ପଞ୍ଚାୟତ ସମିତି ପ୍ରେକ୍ଷାଳୟରେ ଆଲୋଚନା ଅନୁଷ୍ଠିତ ହୋଇଯାଇଛି। ଉକ୍ତ ଶାନ୍ତି କମିଟିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁଷମା ପ୍ରଧାନ, ଅତିରିକ୍ତ ତହସିଲଦାର ଫାଲଗୁନି କୁମାର, ଗ୍ରାମପଞ୍ଚାୟତ ସମ୍ପ୍ରସାରଣ ଅଧିକାରୀ କୁମର ମଣି ମଲ୍ଲିକ, ଓ ଥାନା ଅଧିକାରୀ ଭଗବାନ ପୁଜାରୀ ଉପସ୍ଥିତ ରହି ଶାନ୍ତି ଶୃଙ୍ଖଳା ପାଇଁ ୪ ପ୍ଲାଟୁନ ପୁଲିସ ଫୋର୍ସ, ୪ଟି ଗାଡି, ବିଭିନ୍ନ ସ୍ଥାନରେ ନାକା ଚେକିଂ, ଅପ୍ରୀତିକର ସୃଷ୍ଟି କରୁଥିବା ବ୍ୟକ୍ତି ବିଷୟରେ ତୁରନ୍ତ ଜଣାଇବା ପାଇଁ ଏକ ହ୍ୱାଟସ ଆପ୍ ଗ୍ରୁପ ଖୋଲାଯାଇଥିବା, ପେଟ୍ରୋଲିଂ କଡ଼ାକଡ଼ି କରାଯିବା, ଅତି ସମ୍ବେଦନଶୀଳ ଥିବା ୪ଟି ଚର୍ଚ୍ଚ ଓ ପର୍ଯ୍ୟଟକଙ୍କ ଉପରେ ତୀକ୍ଷଣ ନଜର ରଖିବା ସହ ବରିଷ୍ଠ ପଦାଧିକାରୀମାନେ ଉପସ୍ଥିତ ରହିବା ନେଇ କମିଟିରେ ଆଲୋଚନା ହୋଇଥିଲା ।

Hot this week

୬୯ତମ ରାଜ୍ୟ ସ୍ତରୀୟ ବିଦ୍ୟାଳୟ ସମୂହ ବୀଚ ଭଲିବଲ ଉଦଘାଟିତ

ସମାଜ ଡେସ୍କ : କେନ୍ଦ୍ରପଡା ଜିଲାର ରାଜନଗର ବ୍ଲକ ପେଣ୍ଠ ବେଳାଭୂମି...

ପ୍ରଣବ ବଳବନ୍ତରାୟଙ୍କ ଘରେ ପଶି ଭଙ୍ଗାରୁଜା ଅଭିଯୋଗ, ଡିଜିପିଙ୍କ କ୍ୟାମ୍ପ ଅଫିସ ଘେରାଉ

ସମାଜଲାଇଭ ଡେସ୍କ: ଧର୍ମଶାଳାର ପୂର୍ବତନ ବିଧାୟକ ପ୍ରଣବ ବଳବନ୍ତରାୟଙ୍କ ଘରେ ଭଙ୍ଗାରୁଜା...

ସୋରାବାଡି ଜଙ୍ଗଲରେ ଗୋହତ୍ୟା, ୩ ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ପୁରୁଣାପାଟଣା ନିକଟ ସୋରାବାଡି ଜଙ୍ଗଲରେ ଗତ...

ମାଲକାନଗିରି ହିଂସା: ୧୨ ଗିରଫ

ସମାଜଲାଇଭ ଡ଼େସ୍କ: ମହିଳାଙ୍କ ମୃତ୍ୟୁ ଘଟଣାକୁ ନେଇ ମାଲକାନଗିରିରେ ସୃଷ୍ଟି ହୋଇଥିବା...

ଭାରତର ଦମଦାର ବୋଲିଂ: ଦକ୍ଷିଣ ଆଫ୍ରିକା ୧୧୭ରେ ଅଲଆଉଟ

ସମାଜଲାଇଭ ଡେସ୍କ: ୩ୟ ଟି-୨୦ରେ ଭାରତୀୟ ବୋଲରଙ୍କ ଦମଦାର ବୋଲିଂ ଦକ୍ଷିଣଆଫ୍ରିକାକୁ...

Related Articles

Popular Categories