www.samajalive.in
Sunday, December 14, 2025
18.1 C
Bhubaneswar

ଯୋଗାଣ ସହାୟକ ନିଯୁକ୍ତି କ୍ଷେତ୍ରରେ ଆଦିବାସୀଙ୍କୁ ମିଳୁ ପ୍ରାଥମିକତା, ଆଦିବାସୀ କନ୍ଧ ସମାଜ ତରଫରୁ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ

ବିଷମ କଟକ: ରାୟଗଡ଼ା ଜିଲା ବିଷମ କଟକ ବ୍ଲକ ଡୁକୁମ୍ ପଞ୍ଚାୟତର ଯୋଗାଣ ସହାୟକ ନିଯୁକ୍ତି ନିମନ୍ତେ ଗତ ୩୦.୧୧.୨୪ ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଡୁକୁମ ପଞ୍ଚାୟତ ଏକ ଆଦିବାସି ଅଧ୍ୟୁଷିତ ଅଞ୍ଚଳ ହୋଇଥିବା ଫଳରେ ଆଜି ଡୁକୁମ୍ ପଞ୍ଚାୟତ ଆଦିବାସି କନ୍ଧ ସମାଜ ତରଫରୁ ବିଷମ କଟକ ଗୋଷ୍ଠୀ ଉନ୍ନୟନ ଅଧିକାରୀଙ୍କୁ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ଦାବି ପତ୍ରରେ ଆଦିବାସୀ କନ୍ଧ ସମାଜ ତରଫରୁ ଉଲ୍ଲେଖ କରାଯାଇଛି ଯେ ଆମ ଅଞ୍ଚଳ ଗୋଟିଏ ପଞ୍ଚମ ଅନୁସୂଚିତ ଅଞ୍ଚଳ ଅଟେ ।

ତେଣୁ ଏହି ନିଯୁକ୍ତି ଉପରେ ଆଦିବାସୀମାନଙ୍କୁ ପ୍ରଥମେ ପ୍ରାଥମିକତା ଦେବାକୁ ବିନମ୍ର ଅନୁରୋଧ କରୁଛୁ । ଆମ ସମାଜ ଶୁଣିବାକୁ ପାଇଲା ଯେ, କିଛି ପ୍ରଭାବ ଶାଳୀ ବ୍ୟକ୍ତି ମନୋନୟନକାରୀ ଅଧିକାରୀଙ୍କୁ ଆର୍ଥିକ ପ୍ରଲୋଭନ ଦେଖାଇ ଏହି ପଦବୀକୁ ହାଟେଇବାକୁ ଚେଷ୍ଟା କରୁଛନ୍ତି । ତେଣୁ ଆପଣଙ୍କୁ ବିନୀତ ଅନୁରୋଧ କରୁଅଛୁ କି ଯେ, ନିରପେକ୍ଷ ଓ ଯୋଗ୍ୟତା ଭିତିରେ ଚୟନ କରାଯାଉ, ଯଦି ଏହି ନିଯୁକ୍ତିରେ ଅନିୟମିତତା ସୃଷ୍ଟି ହୁଏ, ତେବେ ଆମେ ବାଧ୍ୟ ହୋଇ ଉପରିସ୍ଥ ପଦାଧିକାରୀଙ୍କ ଦୃଷ୍ଟି ଆକର୍ଷଣ କରିବୁ ଏବଂ ବଡ଼ ଧରଣର ଜନ ଆନ୍ଦୋଳନ କରିବାକୁ ବାଧ୍ୟ ହେବୁ ,ଏହି ଦାବି ପତ୍ର ପ୍ରଦାନ ସମୟରେ ଆଦିବାସୀ କନ୍ଧ ସମାଜ ସଭାପତି ଫୁଲ ସାମ୍ବୁକା, ସମ୍ପାଦକ ରାଜେନ୍ଦ୍ର ମାଣ୍ଡିକା,ପୂର୍ଣଚନ୍ଦ୍ର କୁଲସିକା, ଜାଗିଲି କୁମ୍ବୁରୁକା ,ଘାସିରାମ ମାଣ୍ଡିଆକା, ବିଶ୍ୱନାଥ ପୀଡ଼ିକାକା, ସୁଶାନ୍ତ ତୁଇକା, ସୁରେଶ ମିଣିଆକା ପ୍ରମୁଖ ଉପସ୍ଥିତ ରହିଥିଲେ।

Hot this week

କୁଲଡିହା ଅଭୟାରଣ୍ୟରୁ ଗାଁକୁ ପଶିଆସିଲେ ହାତୀ ପଲ, ସିସିଟିଭିରେ ଦୃଶ୍ୟ କଏଦ, ଲୋକେ ଭୟଭୀତ

ସମାଜ ନ୍ୟୁଜ ଡେସ୍କ- ବାଲେଶ୍ୱର ଜିଲା ନୀଳଗିରିର କୁଲଡିହା ଅଭୟାରଣ୍ୟରେ ଥିବା...

ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍ କଟକଣା ବୃଦ୍ଧି

ଭୁବନେଶ୍ୱର -  ମାଲକାନଗିରି ଜିଲ୍ଲାରେ ଆଉ ୩୬ ଘଣ୍ଟା ପାଇଁ ଇଣ୍ଟରନେଟ୍...

ଯାତ୍ରା ଅଭିନେତ୍ରୀ ସୋନାଲିଙ୍କ ସାଂଘାତିକ ଅଭିଯୋଗ, ଗିରଫ ହେଲେ ଶ୍ରୀକ୍ଷେତ୍ର ସାମନ୍ତସିଂହାର

ସମାଜ ନ୍ୟୁଜ ଡେସ୍କ- ଯାତ୍ରା ଅଭିନେତ୍ରୀ ସୋନାଲି-ଶ୍ରୀକ୍ଷେତ୍ର କଳିରେ ଏକ ପ୍ରକାର...

ପୁଲିସ୍‌ ଏସ୍‌ଆଇପରୀକ୍ଷା ଦୁର୍ନୀତି ମାମଲା- ୧୧୩ ମୋବାଇଲ୍‌ ଯାଞ୍ଚ୍‌ ପାଇଁ ସିବିଆଇର ଆବେଦନ

ଭୁବନେଶ୍ୱର - ପୁଲିସ ସବ୍ ଇନ୍ସପେକ୍ଟର ପରୀକ୍ଷା ଜାଲିଆତି ଘଟଣାରେ ନୂଆ...

ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ ରିଲିଫ ପାଣ୍ଠିରୁ ୪ ଲକ୍ଷ ଟଙ୍କାର ଅନୁକମ୍ପା

ଭୁବନେଶ୍ୱର-  ରେଢ଼ାଖୋଲର ମୃତ ସାମ୍ବାଦିକ ରମାକାନ୍ତ ମହାନନ୍ଦଙ୍କ ପରିବାରକୁ ଶନିବାର ମୁଖ୍ୟମନ୍ତ୍ରୀ...

Related Articles

Popular Categories