ବିଦ୍ୟାଳୟ କାନ୍ଥରୁ ଖସୁଛି ପ୍ଲାଷ୍ଟର, ବାହାରେ ପଢୁଛନ୍ତି ଛାତ୍ରଛାତ୍ରୀ
ପାଟଣା : ସାହାରପଡା ବ୍ଲକ ଖୁଣ୍ଟାପଡା ପଞ୍ଚାୟତ ଅନ୍ତର୍ଗତ ଚାତରପାଣି ଗ୍ରାମର ବରବେଡା ସାହିରେ ଥିବା ପ୍ରାଥମିକ ବିଦ୍ୟାଳୟଟି ୧୯୫୪ ମସିହାରେ ନିର୍ମିତ ହୋଇଛି। ଦୀର୍ଘ ବର୍ଷରୁ ତିଆରି ହୋଇଥିବା ଉକ୍ତ ବିଦ୍ୟାଳୟଟି ଏକ ମାତ୍ର ଘର ରହିଛି । ପୂର୍ବରୁ ଥିବା ଟାଇଲକୁ ବଦଳାଇ ଛାତ କରାଯାଇଛି । ଆଉ ଦ୍ୱିତୀୟ ଘର ନିର୍ମାଣ ହୋଇନାହିଁ । ଅନେକ ବିଦ୍ୟାଳୟରେ ଆବଶ୍ୟକତାଠାରୁ ଅଧିକ ଘର ଥିଲେ ମଧ୍ୟ ଏଠାରେ କିନ୍ତୁ ସେହି ଏକମାତ୍ର ଘରକୁ ମଝିରେ ମଝିରେ ରଙ୍ଗ ଦିଆ ଯାଇ ବିଦ୍ୟାଳୟ ଚାଲୁଛି l ବର୍ଷା ଦିନେ ଛାତରୁ ପାଣି ପଡୁଛି । ଗତ ତିନି ଚାରି ଦିନ ତଳେ ଛାତ୍ରଛାତ୍ରୀ ପାଠ ପଢୁଥିବା ସମୟରେ ହଟାତ ପଛ ପଟ କାନ୍ଥର କିଛି ଅଂଶ ଖସି ପଡ଼ିଥିଲା । ଛାତ୍ରଛାତ୍ରୀ ଶିକ୍ଷକମାନେ ସଙ୍ଗେ ସଙ୍ଗେ ଶ୍ରେଣୀ ଗୃହରୁ ଦୌଡ଼ି ବାହାରକୁ ଚାଲି ଆସିଥିଲେ । ଉକ୍ତ ଘର ବିପଦ ସଙ୍କୁଳ ଥିବା ଜାଣି ସେବେଠୁ ବାହାରେ ଖୋଲା ପଡିଆରେ ପାଠ ପଢା ଚାଲିଛି । ବିକଳ୍ପ ଘର ନଥିବାରୁ ବାହାରେ ପାଠ ପଢାଇବାକୁ ବାଧ୍ୟ ହେଉଛୁ ବୋଲି ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ କହିଛନ୍ତି । ବିଡିଓ ମହାଶୟ ଆସି ଉକ୍ତ ବିଦ୍ୟାଳୟ ପରିଦର୍ଶନ କରି ଯାଇଥିବା ମଧ୍ୟ ସେ କହିଛନ୍ତି । ଖୁବ ଶୀଘ୍ର ଉକ୍ତ ବିଦ୍ୟଳୟକୁ ମରାମତି କରିବାକୁ ଗ୍ରାମବାସୀ ଦାବି ଜଣାଇଛନ୍ତି ।
Comments are closed.