www.samajalive.in
Tuesday, December 9, 2025
15.1 C
Bhubaneswar

ଟ୍ବେଣ୍ଟି-୨୦ ପରେ ଦିନିକିଆ ସିରିଜ ବିଜୟ ଲକ୍ଷ୍ୟରେ ଭାରତ

ଗୟାନା : ଭାରତ ଓ ଓ୍ୱେଷ୍ଟଇଣ୍ଡିଜ ମଧ୍ୟରେ ଗୁରୁବାର ଠାରୁ ଆରମ୍ଭ ହେବାକୁ ଯାଉଛି  ଦିନିକିଆ କ୍ରିକେଟ ସିରିଜ୍ । ପ୍ରଥମ ଦିନିକିଆ ଗୟାନାର ପ୍ରୋଭିଡେନ୍ସ ଷ୍ଟାଡିୟମରେ ଖେଳାଯିବ ।  ବିରାଟ ବାହିନୀ ଟ୍ବେଣ୍ଟି-୨୦ ସିରିଜ ବିଜୟ ପରେ ଦିନିକିଆ ସିରିଜକୁ ହାତେଇବା  ଲକ୍ଷ୍ୟରେ  ଥିଲାବେଳେ ଘରୋଇ ଦଳ ଓ୍ୱେଷ୍ଟେଣ୍ଡିଜ ଦିନିକିଆ ସରିଜ ଜିତି ଟ୍ବେଣ୍ଟି-୨୦ ସିରିଜ  ପରାଜୟର  ପ୍ରତିଶୋଧ ନେବା ଲକ୍ଷ୍ୟରେ ପଡିଆକୁ ଓହ୍ଲାଇବ । ଭାରତ ପକ୍ଷରୁ ଶ୍ରେଷ୍ଠ କ୍ରମର ବ୍ୟାଟସ ମ୍ୟାନ ରୋହିତ ଶର୍ମା ,ଶିଖର ଧାୱନ ଓ ବିରାଟ କୋହିଲି ଥିଲା ବେଳ ମଧ୍ୟଭାଗରେ  ମନିଷ ପାଣ୍ଡେ, ଶ୍ରେୟଶ ଆୟାର ,କେ ଏଲ ରାହୁଲ ଯୁବ ଓ୍ୱିକେଟ ରକ୍ଷକ ଓ  ବିସ୍ଫୋରକ ବ୍ୟାଟସ୍ ମ୍ୟାନ ଋଷଭ ପନ୍ତଙ୍କ ସହ ଅଲରାଉଣ୍ଡର ରବୀନ୍ଦ୍ର ଜାଡେଜା ଅଛନ୍ତି  । ବୋଲିଂ  ବିଭାଗରେ ଭଲ ଫର୍ମରେ ଅଛନ୍ତି ଯୁବ ପେସ୍ ବୋଲର ନବଦୀପ ସାଇନି । ସ୍ପିନ ବିଭାଗକୁ ସମ୍ଭାଳିବା ପାଇଁ  ଚାଇନା ମ୍ୟାନ କୁଲଦୀପ ଯାଦବ ଓ ୟୁଜୁବେନ୍ଦ୍ର ଚହଲଙ୍କ ଭଳି ଦକ୍ଷ ବୋଲର ଅଛନ୍ତି

ଓ୍ୱେଷ୍ଟେଣ୍ଡିଜର ମଧ୍ୟ  ଶ୍ରେଷ୍ଠ କ୍ରମର ବ୍ୟାଟସ ମ୍ୟାନ ବିସ୍ଫୋରକ ବ୍ୟାଟସମାନ କ୍ରିସ୍ ଗେଲ , ଇଭିନ ଲୁଇସଙ୍କ ସହ ହେଟମାୟର ଅଛନ୍ତି । ମଧ୍ୟଭାଗକୁ ସମ୍ଭାଳିବା ପାଇଁ  ପୋରାନ ,କାର୍ଲୋସ ବ୍ରାଥଓ୍ୱେଟଙ୍କ ଭଳି ବ୍ୟାଟ୍ସ ମ୍ୟାନ ଥିଲାବେଳେ । ବୋଲିଂ ବିଭାଗରେ  କେମୋର ରୋଚ, ଓସେନ ଥୋମାସ, କେମୋ ପାଉଲ, ସେଲଡନ କଟ୍ରେଲ ଭଳି ବହୁ ଦକ୍ଷ ବୋଲର ଅଛନ୍ତି । ସିରିଜରେ କଡା ମୁକାବିଲା ହେବ ବୋଲି ଅନୁମାନ କରାଯାଉଛି । ତେବେ ଦ୍ୱିତୀୟ ଓ ତୃତୀୟ  ଦିନିକିଆ ଯଥାକ୍ରମେ ୧୧ଓ୧୪ ତାରିଖରେ ଓଭାଲ ଠାରେ ଖେଳାଯିବ ।

Hot this week

ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ

 ଭୁବନେଶ୍ୱର - ରାଜ୍ୟର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ୍  ବିଧାନସଭାରେ ପାରିତ...

ସମ୍ବଲପୁର ସାମ୍ବାଦିକମାନଙ୍କ ପାଇଁ କଳା ବର୍ଷ ସାଜିଛି ୨୦୨୫-ପ୍ରାଣ ହରାଇଲେଣି ୩ ଜଣ ଯୁବ ସାମ୍ବାଦିକ

ସମ୍ବଲପୁର : ସୋମବାର ଏକ ମର୍ମଦୁନ୍ତ ସଡକ ଦୁର୍ଘଟଣାରେ ରେଢ଼ାଖୋଲର କାର୍ଯ୍ୟରତ...

ବିଜିୟୁ ପକ୍ଷରୁ ୮ମ ସମାବର୍ତ୍ତନ ଉତ୍ସବ ପାଳିତ

ଭୁବନେଶ୍ୱର: ବିର୍ଲା ଗ୍ଲୋବାଲ ୟୁନିଭରସିଟି (ବିଜିୟୁ) ପକ୍ଷରୁ ଏହାର ୮ମ ସମାବର୍ତ୍ତନ...

ରାଜ୍ୟସ୍ତରୀୟ ବାହୁକୁସ୍ତି ପ୍ରତିଯୋଗିତା: କଟକର ଚନ୍ଦନ, ଆଦିତ୍ୟ ଚମ୍ପିଆନ

ଆଠଗଡ: ଆଠଗଡ ବାହୁକୁସ୍ତି ଆସୋସିଏସନ ଆନୁକୂଲ୍ୟରେ ସ୍ଥାନୀୟ ବିଜୁ ପଟ୍ଟନାୟକ କଲ୍ୟାଣ...

Related Articles

Popular Categories