www.samajalive.in
Sunday, December 7, 2025
26.1 C
Bhubaneswar

ପ୍ରତିରକ୍ଷା ସହଯୋଗର ବୃଦ୍ଧି ନେଇ ଭାରତ-ଭିଏତନାମ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର

ହାନୋଇ ​:​‌  ପ୍ରତିରକ୍ଷା ସହଭାଗୀତା ଉପରେ ଭାରତ ଏବଂ ଭିଏତନାମ ଏକ ମିଳିତ ଭିଜନ ଷ୍ଟେଟମେଣ୍ଟରେ ସ୍ବାକ୍ଷର କରିଛନ୍ତି । ଯାହା ୨୦୩୦ସୁଦ୍ଧା ବର୍ତ୍ତମାନର ପ୍ରତିରକ୍ଷା ସହଯୋଗର ପରିସରକୁ ଯଥେଷ୍ଟ ବୃଦ୍ଧି କରିବ। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ବୁଧବାର ହାନୋଇରେ ଭିଏତନାମର ଜାତୀୟ ପ୍ରତିରକ୍ଷା ମନ୍ତ୍ରୀ ଜେନେରାଲ୍ ଫାନ୍ ୱାନ୍ ଜିଆଙ୍ଗଙ୍କ ସହ ଦ୍ୱିପାକ୍ଷିକ ଆଲୋଚନା କରିଛନ୍ତି।

ଦ୍ୱିପାକ୍ଷିକ ପ୍ରତିରକ୍ଷା ସହଯୋଗ ଏବଂ ଆଞ୍ଚଳିକ ତଥା ବିଶ୍ବସ୍ତରୀୟ ପ୍ରସଙ୍ଗକୁ ଆହୁରି ସଂପ୍ରସାରିତ କରିବା ଏବଂ ପ୍ରଭାବଶାଳୀ ଓ  ବ୍ୟବହାରିକ ପଦକ୍ଷେପ ଉପରେ ବ୍ୟାପକ ଆଲୋଚନା କରାଯାଇଥିଲା । ଏହି ଅବସରରେ ପାରସ୍ପରିକ ପଣ୍ୟ ସହାୟତା ଉପରେ ଏକ ବୁଝାମଣାର ପତ୍ର ମଧ୍ୟ ସ୍ବାକ୍ଷରିତ ହୋଇଥିଲା। ଶ୍ରୀ ସିଂହ ଭିଏତନାମକୁ ୩ ଦିନ ସରକାରୀ ଗସ୍ତରେ ଯାଇଛନ୍ତି ।

- Advertisement -

ଭାରତର ପୂର୍ବ ଏସିଆ ନୀତି ଓ ଭାରତ-ପ୍ରଶାନ୍ତ ମହାସାଗର ଅଞ୍ଚଳ ଦୃଷ୍ଟିକୋଣରେ ଭିଏତନାମ ଏକ ଗୁରୁତ୍ୱପୂର୍ଣ୍ଣ ଭାଗିଦାରୀ ରାଷ୍ଟ୍ର ବୋଲି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି। ଶ୍ରୀ ସିଂହ ଭିଏତନାମର ପ୍ରତିଷ୍ଠାତା ତଥା ପୂର୍ବତନ ରାଷ୍ଟ୍ରପତି ହୋ ଚି ମିନ୍‍ ଙ୍କ ମଶୋଲିୟମକୁ ଗସ୍ତ କରିଛନ୍ତି ଓ ତାଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି ।

ସେ ଭିଏତନାମ ପ୍ରତିରକ୍ଷାମନ୍ତ୍ରୀ ଜେନେରାଲ୍‍ ଫାମ୍‍ ବନ୍‍ ଜିଆଙ୍ଗ୍‍ଙ୍କ ସହ ଦ୍ୱିପକ୍ଷୀୟ ଆଲୋଚନା କରିଛନ୍ତି । ସେ ଭିଏତନାମ ରାଷ୍ଟ୍ରପତି ନୁୟେନ୍‍ ଜୁଆନ୍‍ ଫୁକ୍‍ ଓ ପ୍ରଧାନମନ୍ତ୍ରୀ ଫାମ୍‍ ମିନ୍‍ ଚିନ୍‍ ଙ୍କୁ ସାକ୍ଷାତ କରିବେ । ହଙ୍ଗ୍‍ହା ସିପ୍‍ୟାର୍ଡ ଠାରେ ସେ ୧୨ଟି ହାଇସ୍ପିଡ୍‍ ପଇଁତରା ବୋଟ୍‍ ହସ୍ତାନ୍ତର ଉତ୍ସବରେ ଅଧ୍ୟକ୍ଷତା କରିବେ । ଭାରତରୁ ୧୦୦ନିୟୁତ ଡଲାର ଋଣ ସହାୟତାରେ ସେହି ବୋଟ୍‍ ଗୁଡ଼ିକୁ ନିର୍ମାଣ କରାଯାଇଛି । ଶ୍ରୀ ସିଂହ ଭିଏତନାମ ତାଲିମ ପ୍ରତିଷ୍ଠାନକୁ ଗସ୍ତ କରିବେ। ସେ ମଧ୍ୟ ଟେଲି ଯୋଗାଯୋଗ ବିଶ୍ୱବିଦ୍ୟାଳୟ ଯିବେ । ସେଠାରେ ଭାରତ ସରକାରଙ୍କ ଦ୍ୱାରା ୫ ନିୟୁତ ଡଲାର ଅନୁଦାନ ସହାୟତାରେ ଆର୍ମି ସଫ୍ଟଓୟାର ପାର୍କ ନିର୍ମାଣ
କରାଯାଉଛି । ସେ ମଧ୍ୟ ଏକ ସାମୁଦାୟିକ କାର୍ଯ୍ୟକ୍ରମରେ ଅଂଶ ଗ୍ରହଣ କରିବେ । ହାନୋଇସ୍ଥିତ ଭାରତୀୟ ଦୂତାବାସ ଏହି କାର୍ଯ୍ୟକ୍ରମର ଆୟୋଜନ କରିଛି । ଶ୍ରୀ ସିଂହ ପ୍ରବାସୀ ଭାରତୀୟମାନଙ୍କ ସହ ଆଲୋଚନା କରିବେ ।

Hot this week

ଘଟଗାଁରେ ମୁଖ୍ୟମନ୍ତ୍ରୀ: ‘ମା’ ତାରିଣୀ ପୀଠ ସମନ୍ବିତ ବିକାଶ ପ୍ରକଳ୍ପ’ର କଲେ ଭିତ୍ତିପ୍ରସ୍ତର ସ୍ଥାପନ

କେନ୍ଦୁଝର: ଆଜି କେନ୍ଦୁଝର ଜିଲ୍ଲା ଗସ୍ତ କରିଛନ୍ତି ଓଡ଼ିଶାର ମୁଖ୍ୟମନ୍ତ୍ରୀ ମୋହନ...

ଭୁବନେଶ୍ୱରରେ ବୁମରା

ସମାଜ ଲାଇଭ ଡ଼େସ୍କ : ଭୁବନେଶ୍ୱରେ ପହଞ୍ଚିଲେ ଭାରତୀୟ କ୍ରିକେଟ ଦଳର...

ଆବଶ୍ୟକ ହେଲେ ପୀଡିତାଙ୍କୁ ଏୟାରଲିଫ୍ଟ କରାଯିବ : ମନ୍ତ୍ରୀ

ସୁନ୍ଦରଗଡ଼: ସୁନ୍ଦରଗଡ଼ ଜିଲା ରାଜଗାଙ୍ଗପୁର ଥାନା ଲାଞ୍ଜିବେର୍ନା ଅଞ୍ଚଳର କଲେଜ ଛାତ୍ରୀ...

ହ୍ୟୁମାନ୍‌ ମୃତ୍ୟୁର ତଦନ୍ତ ଲାଗି ମୁଖ୍ୟମନ୍ତ୍ରୀଙ୍କୁ ଅନୁରୋଧ କରିଛି

ଟିଟିଲାଗଡ଼ : ହ୍ୟୁମାନ୍ ସାଗରଙ୍କ ମୃତ୍ୟୁର ତଦନ୍ତ ନେଇ ପ୍ରତିକ୍ରିୟା ରଖିଛନ୍ତି...

ଟ୍ରକ୍‌-ବାଇକ୍ ଧକ୍କା : ସ୍ଵାମୀ ଆଗରେ ଚାଲିଗଲା ସ୍ତ୍ରୀର ଜୀବନ

ହରଭଙ୍ଗା : ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ ପୁରୁଣାକଟକ ଥାନା ଅନ୍ତର୍ଗତ...

Related Articles

Popular Categories