www.samajalive.in
Monday, December 8, 2025
16.1 C
Bhubaneswar

ପ୍ରଥମଥର ଲାଗି ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶ୍ରେଷ୍ଠ ୫୦ରେ ପହଞ୍ଚିଲା ଭାରତ

ନୂଆଦିଲ୍ଲୀ: ବୁଧବାର ଜାରି ହୋଇଛି ୨୦୨୦ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ । କରୋନା ମହାମାରୀ ମଧ୍ୟରେ ସାରା ବିଶ୍ବ ଓ ଦେଶ ଜୁଝୁଥିବାବେଳେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସର ଶ୍ରେଷ୍ଠ ୫୦ତମ ଦେଶ ମଧ୍ୟରେ ଭାରତ ପହଞ୍ଚି ପାରିଛି । କେବଳ ସେତିକି ନୁହେଁ, ଦକ୍ଷିଣ ଏସୀୟ ଦେଶମଧ୍ୟରେ ଭାରତ ଶ୍ରେଷ୍ଠସ୍ଥାନ ଦଖଲ କରିଛି ।

- Advertisement -

୨୦୧୫ରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସରେ ଭାରତ ୮୧ତମ ସ୍ଥାନରେ ରହିଥିଲା । ମାତ୍ର ଏବେ ଭାରତ ୪୮ତମ ସ୍ଥାନରେ ପହଞ୍ଚିଛି । ସୂଚନା ଅନୁସାରେ ଭାରତ, ଚୀନ, ଫିଲିପାଇନ୍ସ ଓ ଭିଏତନାମ ନିଜ ଜିଆଇଆଇ ଇନୋଭେସନ ରାଙ୍କିଂରେ ସବୁଠାରୁ ମହତ୍ବପୂର୍ଣ୍ଣ ଅଗ୍ରଗତି ହାସଲ କରିଛନ୍ତି । ଏହି ୪ ଦେଶ ମଧ୍ୟ ଶ୍ରେଷ୍ଠ ୫୦ ଦେଶ ମଧ୍ୟରେ ସାମିଲ ହୋଇଛନ୍ତି ।

ପ୍ରତିବର୍ଷ ବିଶ୍ବ ବୌଦ୍ଧିକ ସମ୍ପଦା ସଙ୍ଗଠନ (ଡ଼ବ୍ଲୁଆଇପିଓ) ଆନ୍ତର୍ଜାତିକସ୍ତରରେ ଗ୍ଲୋବାଲ ଇନୋଭେସନ ଇଣ୍ଡେକ୍ସ (ଜିଆଇଆଇ) ଜାରି କରିଥାଏ ।  ଜିଆଇଆଇ ବିଶ୍ବର ୧୩୧ ଦେଶ ଓ ଏହାର ଅର୍ଥବ୍ୟବସ୍ଥାରେ ଇନୋଭେସନ ସଂପର୍କରେ ବିସ୍ତୃତ ସୂଚୀ ପ୍ରସ୍ତୁତ କରିଥାଏ । ରାଜନୈତିକ ବାତାବରଣ, ଶିକ୍ଷା, ପାରମ୍ପରିକ ବ୍ୟବସ୍ଥା, ବ୍ୟବସାୟିକ ସହଜତାକୁ ଆଧାର କରି ଏହା ପ୍ରସ୍ତୁତ ହୋଇଥାଏ ।

ଗତ ୫ ବର୍ଷ ମଧ୍ୟରେ ଭାରତର ପ୍ରଗତି ଜିଆଇଆଇରେ ଅଭୂତପୂର୍ବ ରହିଛି ।  ୨୦୧୫ରେ ଭାରତ ୮୧ତମ ସ୍ଥାନରେ ଥିବାବେଳେ ୨୦୧୬ରେ ୧୫ ପାହାଚ ଅତିକ୍ରମ କରି ୬୬ତମ ସ୍ଥାନରେ ପହଞ୍ଚିଥିଲା । ୨୦୧୭ରେ ପୁଣି ୬ଟି ପାହାଚ ଡ଼େଇଁ ୬୦ତମ ସ୍ଥାନରେ, ୨୦୧୮ରେ ୫୭ତମ ସ୍ଥାନ, ୨୦୧୯ରେ ୫୨ତମ ସ୍ଥାନ ପରେ ୨୦୨୦ରେ ଭାରତ ୪୮ତମ ସ୍ଥାନ ଅଧିକାର କରି ଶୀର୍ଷ ୫୦ ଦେଶ ମଧ୍ୟରେ ସ୍ଥାନ ପାଇଛି ।

Hot this week

ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ ।

ଭୁବନେଶ୍ୱର-ପ୍ରସିଦ୍ଧ ଯାତ୍ରା ହାସ୍ୟ ଅଭିନେତା ଗୁରୁ ପୃଷ୍ଟିଙ୍କ ପରଲୋକ । ଦୁର୍ଘଟଣାରେ...

ଭୁବନେଶ୍ବରରେ ପହଞ୍ଚିଲେ ସୂର୍ଯ୍ୟକୁମାର, ସଞ୍ଜୁ ଏବଂ ଉପଅଧିନାୟକ ଗିଲ୍, କାଲି ନେଟ୍ ପ୍ରାକ୍ଟିସ୍

ସମାଜ ନ୍ୟୁଜ ଡେସ୍କ- ରାତି ପ୍ରାୟ ୯ଟା ସମୟରେ ଭୁବନେଶ୍ବର ବିମାନବନ୍ଦରରେ...

ଗହୀରମଥାରେ ବେଆଇନ ମାଛ ମାରି ୩୪ ମତ୍ସ୍ୟଜୀବୀ ଗିରଫ, ୨ ଟ୍ରଲର ଜବତ

ସମାଜଲାଇଭ ଡେସ୍କ: ଗହୀରମଥାରେ ବେଆଇନ ମାଛ ମାରୁଥିବା ୩୪ ମତ୍ସ୍ୟଜୀବୀଙ୍କୁ ଗିରଫ...

ହାତୀ ପେଟରେ ଚାଷୀଙ୍କ ଫସଲ, ବନଖଣ୍ଡ କାର୍ଯ୍ୟାଳୟ ଘେରିଲେ ଗ୍ରାମବାସୀ

ଆଠଗଡ: ଆଠଗଡ଼ ବ୍ଲକ ଅନ୍ତର୍ଗତ କନ୍ଦରପୁର ଗ୍ରାମରେ ହାତୀପଲଙ୍କ ଉପଦ୍ରବରେ ଚାଷୀକୂଳ...

୩ ଶିଶୁଙ୍କ ସହ ୭ ଦାଦନ ଶ୍ରମିକ ଉଦ୍ଧାର, ୨ ଗିରଫ

କଣ୍ଟାବାଞ୍ଜି: ତୁରେକେଲା ପୁଲିସ ଶନିବାର ମଧ୍ୟ ରାତ୍ରରେ ହଳନଭଟା ଛକ ନିକଟରୁ...

Related Articles

Popular Categories