www.samajalive.in
Saturday, December 6, 2025
19.1 C
Bhubaneswar

ଭାରତକୁ ସହାୟତା କରିବାକୁ ଆଗେଇ ଆସିଲେ ଫ୍ରାନ୍ସ ଓ ବ୍ରିଟେନ ସମେତ ଏକାଧିକ ରାଷ୍ଟ୍ର

ନୂଆଦିଲ୍ଲୀ: ଭାରତରେ ଅକ୍ସିଜେନ ଚାହିଦା ପ୍ରତି ଘଣ୍ଟାରେ ବଢିଚାଲିଥିବାବେଳେ ବିଭିନ୍ନ ରାଷ୍ଟ୍ର ଏ କ୍ଷେତ୍ରରେ ସହାୟତାର ହାତ ବଢାଇବାକୁ ଭାରତ ଅନୁରୋଧ ଜଣାଇଛି। ଏଭଳି ସଙ୍କଟଜନକ ସମୟରେ ନୂଆଦିଲ୍ଲୀ ‘ଅକ୍ସିଜେନ ମୈତ୍ରୀ’ ଅଭିଯାନ ଅଧୀନରେ ବିଦେଶରୁ ଅକ୍ସିଜେନ ସିଲିଣ୍ଡର ଏବଂ କଣ୍ଟେନର ଆଣିବା ଉଦ୍ୟମ ଆରମ୍ଭ କରିଛି। ଇତିମଧ୍ୟରେ ଭାରତରେ ସୃଷ୍ଟି ହୋଇଥିବା କୋଭିଡ ମହାମାରୀ ସଙ୍କଟର ମୁକାବିଲା କରିବାରେ ଫ୍ରାନ୍ସ୍‍ ଓ ବ୍ରିଟେନ ଭାରତକୁ ସହଯୋଗର ହାତ ବଢାଇଛନ୍ତି। ସାଂପ୍ରତିକ ସ୍ଥିତିରେ ଦିଲ୍ଲୀ, ମହାରାଷ୍ଟ୍ର, ମଧ୍ୟପ୍ରଦେଶ, ଗୁଜରାଟ ସମେତ ଅନ୍ୟ ରାଜ୍ୟଗୁଡିକର ବର୍ଦ୍ଧିତ ଅକ୍ସିଜେନ ଚାହିଦା ପୂରଣ କରିବାକୁ ଅଧିକ ଉତ୍ପାଦନ କରିବା ଏବଂ ତାହା ମହଜୁଦ ରଖିବା ତଥା ପରିବହନ କରିବା ଦେଶପାଇଁ ସବୁଠାରୁ ବଡ ଚାଲେଞ୍ଜ ହୋଇଛି। ଏହାର ମୁକାବିଲା ପାଇଁ ଭାରତ ସରକାର ଅକ୍ସିଜେନ ସିଲିଣ୍ଡର ଏବଂ କଣ୍ଟେନର ଆଣିବାକୁ ବିଭିନ୍ନ ରାଷ୍ଟ୍ର ସହିତ ଯୋଗାଯୋଗ କରୁଛନ୍ତି। ବିଶ୍ୱର ଅନେକ ରାଷ୍ଟ୍ର ଭାରତ ସହିତ ଦୃଢ ଭାବରେ ଛିଡା ହୋଇଥିବା ଏବଂ ସହାୟତା କରିବାକୁ ଆଗେଇ ଆସିଥିବାବେଳେ କେନ୍ଦ୍ର ସରକାର କେତେକ ରାଷ୍ଟ୍ରରୁ ଉଚ୍ଚ କ୍ଷମତାସଂପନ୍ନ ଟ୍ୟାଙ୍କର / କଣ୍ଟେନର ଏବଂ ଅକ୍ସିଜେନ ଗ୍ୟାସ ସିଲିଣ୍ଡର ଆଣିବାକୁ ନିଷ୍ପତ୍ତି ନେଇଛନ୍ତି।
ସଂପ୍ରତି ସିଙ୍ଗାପୁର ଓ ୟୁଏଇ ସହିତ ଏହିଭଳି ଉଚ୍ଚ କ୍ଷମତାସଂପନ୍ନ ଟ୍ୟାଙ୍କର ଭାରତୀୟ ବାୟୁସେନାର ପରିବହନ ବିମାନରେ ଆଣିବାକୁ ପଦକ୍ଷେପ ନିଆଯାଉଛି। ଇତିମଧ୍ୟରେ ଆଦାନି ଗ୍ରୁପ୍‍ ସାଉଦି ଆରବ କର୍ତ୍ତୃପକ୍ଷଙ୍କ ନିକଟକୁ ପତ୍ର ଲେଖି ଅକ୍ସିଜେନ ସିଲିଣ୍ଡର ଯୋଗାଇବାକୁ କହିଛି। ଆସନ୍ତା ମେ ୮ ତାରିଖରେ ୟୁରୋପୀୟ ୟୁନିୟନ-ଭାରତ ବୈଠକ ସମୟରେ ୟୁରୋପୀୟ ୟୁନିୟନ କର୍ତ୍ତୃପକ୍ଷ ଭାରତରେ କୋଭିଡ-୧୯ ପରିସ୍ଥିତି ସମ୍ପର୍କରେ ଆଲୋଚନା କରିବେ ବୋଲି ଜଣାଯାଇଛି। ୟୁରୋପିଆନ କାଉନସିଲ୍‍ ପ୍ରେସିଡେଣ୍ଟ ଚାର୍ଲସ ମିଚେଲ ଟ୍ୱିଟ୍‍ କରି କହିଛନ୍ତି, କୋଭିଡ-୧୯ ସଂକ୍ରମଣ ବୃଦ୍ଧି ଜନିତ ପରିସ୍ଥିତିରେ ଭାରତୀୟ ଜନସାଧାରଣଙ୍କ ସହିତ ଇୟୁ ଦୃଢ ଭାବରେ ଛିଡା ହୋଇଛି। ଆଗାମୀ ବୈଠକରେ ଇୟୁର ସହଯୋଗ ସମ୍ପର୍କରେ ବିସ୍ତୃତ ଭାବରେ ଆଲୋଚନା କରାଯିବ।
ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ମଧ୍ୟ ଭାରତକୁ ନିଜର ସମର୍ଥନ ଜଣାଇଛନ୍ତି। ଏକ ଟ୍ୱିଟ୍‍ରେ ସେ କହିଛନ୍ତି, କୋଭିଡ-୧୯ ବିରୋଧୀ ଲଢେଇରେ ଭାରତୀୟ ଜନସାଧାରଣଙ୍କ ସହିତ ଫ୍ରାନ୍ସ ଦୃଢ ଭାବରେ ଛିଡାହୋଇଛି। ଏହା ନିଜର ସମର୍ଥନ ଯୋଗାଇବାକୁ ପୂର୍ଣ୍ଣ ପ୍ରସ୍ତୁତ ଅଛି। ବ୍ରିଟେନର ସ୍ୱାସ୍ଥ୍ୟ ଓ ସାମାଜିକ ଯତ୍ନ ଦାୟିତ୍ୱରେ ଥିବା ବୈଦେଶିକ ମନ୍ତ୍ରୀ ମାଟ୍ଟ ହାନ୍‍କକ ମଧ୍ୟ ସମାନ କଥା କହିଛନ୍ତି। ଏପରିକି ଚୀନ ଓ ପାକିସ୍ତାନରୁ ମଧ୍ୟ ଭାରତକୁ ସହଯୋଗ ପ୍ରସ୍ତାବ ଆସିବାରେ ଲାଗିଛି। ଚୀନର ବୈଦେଶିକ ମନ୍ତ୍ରଣାଳୟ ମୁଖପାତ୍ର ଝାଓ ଲିଜିଆନ୍‍ କହିଛନ୍ତି, ଭାରତର ବର୍ତ୍ତମାନ ପରିସ୍ଥିତିକୁ ନେଇ ଚୀନ ଗଭୀର ଦୁଃଖିତ। ଚୀନ ସରକାର ଏବଂ ଦେଶର ଜନସାଧାରଣ ଭାରତ ସରକାର ଓ ଭାରତୀୟଙ୍କ ସହିତ ଏହି ଦୁର୍ଦ୍ଦିନରେ ଦୃଢ ଭାବେ ରହିଛନ୍ତି ଏବଂ ଏହା ଭାରତର ଆବଶ୍ୟକତା ଅନୁଯାୟୀ ସାହାଯ୍ୟ ସହଯୋଗ ଯୋଗାଇଦେବାକୁ ପ୍ରସ୍ତୁତ ଅଛି। ପାକିସ୍ତାନର ଇଧି ଫାଉଣ୍ଡେସନର ଅଧ୍ୟକ୍ଷ ଫଇସଲ ଇଧି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ନିକଟକୁ ପତ୍ରଲେଖି ନିଜର ସ୍ୱେଚ୍ଛାସେବୀ ଏବଂ ୫୦ଟି ଆମ୍ବୁଲାନ୍ସ ସହିତ ଭାରତକୁ ପ୍ରବେଶ କରିବାକୁ ଅନୁମତି ମାଗିଛନ୍ତି। ଏଭଳି ମହାମାରୀ ସମୟରେ ସେ ଭାରତବାସୀଙ୍କୁ ସେବା ଯୋଗାଇଦେବାର ସୁଯୋଗ ତାଙ୍କୁ ଦେବାପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି।

Hot this week

ଜୟସୱାଲଙ୍କ ଶତକ: ମ୍ୟାଚ ସହ ସିରିଜ ଜିତିଲା ଭାରତ, ହିଟ୍‌ମ୍ୟାନଙ୍କ ନୂଆ ରେକର୍ଡ

ସମାଜଲାଇଭ ଡେସ୍କ: ଦକ୍ଷିଣ ଆଫ୍ରିକା ବିପକ୍ଷରେ ୩ୟ ଦିନିକିଆ ମ୍ୟାଚ ସହିତ...

ପୁଟିନଙ୍କୁ ପରସାଗଲା ନିରାମିଷ ଖାଦ୍ୟ: ମଦ, ମାଂସ କାହିଁକି ଦିଆଗଲାନି ବୋଲି ପ୍ରଶ୍ନ ଉଠାଇଲେ କଂଗ୍ରେସ ନେତା

ସମାଜଲାଇଭ ଡେସ୍କ: ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଦୁଇ ଦିନିଆ ଭାରତ...

ଯୁବତୀଙ୍କୁ ଅସଦାଚରଣ, ସମ୍ପର୍କୀୟ ଦାଦା ଗିରଫ

ଗୋପାଳପୁର: ଗୋଳନ୍ଥରା ଥାନା ଅନ୍ତର୍ଗତ ଏକ ଗ୍ରାମରେ ଜଣେ ଯୁବତୀଙ୍କୁ ଅସଦାଚରଣ...

ସମ୍ବଲପୁରୀ ସିନେମା ‘ସୁଟଆଉଟ ଇନ ସୋନପୁର’ର ଶୁଭ ମହୁରତ

ସମ୍ବଲପୁର: ସମ୍ୱଲପୁରର ସେନପାର୍କ ନିକଟ ଓଡିଶା ସାଂସ୍କୃତିକ ଭବନଠାରେ ଶନିବାର ସାଇଦତ୍ତ...

ସ୍ୱାମୀ ହତ୍ୟାକାରୀ ସ୍ତ୍ରୀକୁ ଆଜୀବନ କାରାଦଣ୍ଡ

ଆଠଗଡ: ଆଠଗଡ ସହରରେ ଘଟିଥିବା ଏକ ହତ୍ୟା ମାମଲା ବିଚାର କରି...

Related Articles

Popular Categories