www.samajalive.in
Saturday, December 6, 2025
23.1 C
Bhubaneswar

ଡିଏନ୍‌ଏ ଆଧାରିତ ଟିକା ତିଆରି, ଭାରତ ବିଶ୍ବରେ ପ୍ରଥମ

ନୂଆଦିଲ୍ଲୀ: ଭାରତ ବିଶ୍ବରେ ପ୍ରଥମ ଥର ପାଇଁ ତିଆରି କରିବାକୁ ଯାଉଛି ଡିଏନଏ ଆଧାରିତ କରୋନା ଟିକାର ୩ୟ ପର୍ଯ୍ୟାୟ ପରୀକ୍ଷଣ ସଫଳ ହୋଇଛି। ଏହି ଟିକା ପ୍ରସ୍ତୁତ କରୁଥିବା କମ୍ପାନୀ ଜାଇଡସ କାଡିଲା ବ୍ୟାବହାରିକ ପରୀକ୍ଷଣ ପାଇଁ ସରକାରଙ୍କ ଠାରୁ ଅନୁମତି ଲୋଡ଼ିଛି। ଏହା ଛୁଞ୍ଚି ଦ୍ବାରା ଦିଆ ନଯାଇ ଏକ ବିଶେଷ ଯନ୍ତ୍ର ମାଧ୍ୟମରେ ୩ ବୁନ୍ଦା ଦିଆଯିବ। ଆସନ୍ତା ବର୍ଷ ଭାରତରେ ଏହା ଉପଲବ୍ଧ ହୋଇ ପାରିବ ବୋଲି କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରୀ ମନସୁଖ ମାଣ୍ଡଭୀୟ ମଙ୍ଗଳବାର କରୋନା ସଂକ୍ରାନ୍ତ ଆଲୋଚନାରେ ଉତ୍ତର ରଖି ରାଜ୍ୟ ସଭାରେ ଉପରୋକ୍ତ ସୂଚନା ଦେଇଛନ୍ତି।

ମାଣ୍ଡଭୀୟ କହିଛନ୍ତି, ଜାଇଡସ୍ କାଡିଲା ପ୍ରସ୍ତୁତ କରିଥିବା ଟିକାର ତୃତୀୟ ପର୍ଯ୍ୟାୟ ପରୀକ୍ଷା ଶେଷ ହୋଇଛି। ଏହାର ତଥ୍ୟ ଆଧାରରେ କମ୍ପାନୀ ଟିକାର ବ୍ୟାବହାରିକ ଅନୁମତି ‘ଭାରତୀୟ ଔଷଧ ନିୟାମକ ମହାନିର୍ଦେଶକ (ଡିସିଜିଆଇ)ଙ୍କ ଠାରୁ ଲୋଡିଛି। ଅନୁମତି ମିଳିବା ପରେ ଜାଇଡସ୍ କାଡିଲାର ଟିକା ବିଶ୍ବର ପ୍ରଥମ ଡିଏନଏ ଆଧାରିତ କରୋନା ଟିକା ହେବ। ଏହି କମ୍ପାନୀ ଦ୍ବାରା ପ୍ରସ୍ତୁତ ଟିକାରେ ଅନୁବଂଶୀୟ ପ୍ଲାଜମାକୁ (ଜେନେଟିକାଲି ଇଞ୍ଜିନିୟର୍ଡ ପ୍ଲାଜମା) ଶରୀରରେ ଛଡ଼ାଯିବା ଦ୍ବାରା ଶରୀରରେ କୋଭିଡ-୧୯ ପ୍ରୋଟିନ ସୃଷ୍ଟି ହେବ। ଏହା ଦ୍ବାରା କ୍ରମଶଃ ଆମ ଶରୀର କରୋନା ନିରୋଧୀ ବ୍ୟବସ୍ଥାରେ ରୂପାନ୍ତରିତ ହୋଇପାରିବ।

- Advertisement -

ଏବେ ଅଧିକାଂଶ କମ୍ପାନୀ କରୋନାର ୩ଟି ପାନ ଛୁଞ୍ଚି ସାହାଯ୍ୟରେ ଦେଉଛନ୍ତି। ତେବେ ଜାଇଡସ୍ କାଡିଲା ପ୍ରସ୍ତୁତ ଚଳାଇଥିବା ଏହି ଟିକା ୩ଟି ପର୍ଯ୍ୟାୟରେ ୩ ବୁନ୍ଦା ଦିଆଯିବ। ଏହା ଛୁଞ୍ଚି ଦ୍ବାରା ଦିଆ ଯାଉନ ଥିବାରୁ ଶରୀରରେ କଷ୍ଟ ଅନୁଭୁତ ହେବ ନାହିଁ। ଏହି ଟିକାର ପାର୍ଶ୍ବ ପ୍ରତିକ୍ରିୟା ଅନ୍ୟଟିକା ଠାରୁ କମ୍ ହୋଇ ପାରେ ା ଫାଇଜର ଓ ମଡର୍ଣ୍ଣା ଟିକା ରଖିବାକୁ ଅତ୍ୟନ୍ତ କମ୍‌ ତାପମାତ୍ରା ଆବଶ୍ୟକ। ଏହା ଦ୍ବାରା ଅଧିକ ସଂରକ୍ଷିତ ନ ହୋଇ ଟିକାଗୁଡ଼ିକ ଅକାମୀି ହୋଇଯାଏ। ତେବେ ଜାଇଡସ୍ କାଡିଲା ଦ୍ବାରା ପ୍ରସ୍ତୁତ କରୁଥିବା ଏହି ଟିକା ୨ରୁ ୮ଡିଗ୍ରୀ ତାପମାତ୍ରାରେ ରଖିବା ସମ୍ଭବ ବୋଲି କମ୍ପାନୀ କହିଛି। ଏହାର ପରିବହନ ଓ ରକ୍ଷଣ ବ୍ୟବସ୍ଥା ଅନ୍ୟ ଟିକାଗୁଡ଼ିକ ଠାରୁ ଉତ୍ତମ ବୋଲି ମନେକରାଯାଉଛି।

ଦେଶରେ ଉତ୍ପାଦନ ହେଉଥିବା ଟିକା ସମ୍ପର୍କରେ ସୂଚନା ଦେଇ ମାଣ୍ଡଭୀୟ କହିଛନ୍ତି ଯେ ସିରମ୍ ଇନଷ୍ଟିଚ୍ୟୁଟ୍‌ ମାସକୁ ୧୧ରୁ ୧୨ କୋଟି ପାନ ଟିକା (କୋଭିସିଲ୍ଡ) ଯୋଗାଉ ଥିବାବେଳେ ଭାରତ ବାୟୋଟେକ ଜୁଲାଇ ମାସରେ ୨.୫ କୋଟି ଓ ଅଗଷ୍ଟରେ ୩.୫ କୋଟି ପାନ (କୋଭାକ୍ସିନ) ଟିକା ଯୋଗାଇବ। ସେହିପରି ଶିଶୁଙ୍କ ନିମନ୍ତେ ଟିକା ପ୍ରସ୍ତୁତ ସମ୍ପର୍କରେ ମନ୍ତ୍ରୀ କହିଛନ୍ତି ଯେ ଏହି ପ୍ରକାର ଟିକାର ପରୀକ୍ଷା ଚାଲିଛି। ଆଶା କରାଯାଉଛି ଶିଶୁଙ୍କୁ ଖୁବ୍‌ଶୀଘ୍ର ଟିକାକରଣ କରାଯିବ। ତେବେ ଟିକା ନେବାରେ କୌଣସି ପ୍ରକାର ସନ୍ଦେହ ନ କରି ବିଜ୍ଞାନ ଉପରେ ଭରସା ରଖିବାକୁ ସେ କହିଛନ୍ତି।

କରୋନାର ଦ୍ବିତୀୟ ଲହରରୁ ସରକାର ଯେଉଁ ଶିକ୍ଷା ପାଇଛନ୍ତି ତାକୁ ଆଧାର କରି ସ୍ବାସ୍ଥ୍ୟ ଭିତ୍ତିଭୂମିର ବିକାଶ ଉପରେ ଗୁରୁତ୍ବ ଦିଆଯାଉଛି। ସେଥିପାଇଁ ସରକାର ୨୩,୦୦୦ କୋଟି ଟଙ୍କାର ପାଣ୍ଠି ଘୋଷଣା କରିଛନ୍ତି। ଶେଷରେ କରୋନା ମହାମାରୀକୁ ମୁକାବିଲା ନିମନ୍ତେ କେନ୍ଦ୍ର ଓ ରାଜ୍ୟ ସରକାର ମିଳିମିଶି କାମ କରୁଥିବା ମନ୍ତ୍ରୀ ମାଣ୍ଡଭୀୟ କହିଛନ୍ତି।

Hot this week

ଇଣ୍ଡିଗୋ ବିମାନ ଅଚଳାବସ୍ଥା : ଚିଠି ଲେଖିଲା କଂଗ୍ରେସ

ସମାଜ ଲାଇଭ ଡ଼େସ୍କ : ଇଣ୍ଡିଗୋ ବିମାନ ସେବାରେ ବ୍ୟାପକ ବାଧା...

ମୁମ୍ବଇ, ଦିଲ୍ଲୀ… ଆଜି ଏହି ସହରରେ ବି ଇଣ୍ଡିଗୋ ବିମାନ ଉଡାଣ ବାତିଲ

ସମାଜ ଡିଜିଟାଲ ଡେସ୍କ: ଦେଶର ସର୍ବବୃହତ ବିମାନ କମ୍ପାନୀ ଇଣ୍ଡିଗୋରେ ହୋଇଥିବା...

ଭାରତ-ଦକ୍ଷିଣ ଆଫ୍ରିକା ନିର୍ଣ୍ଣାୟକ ଦିନିକିଆ ଆଜି

ବିଶାଖାପାଟଣା : ଘରୋଇ ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଦିନିକିଆ...

ରାଶିଫଳ: ଏହି ଦୁଇ ରାଶିଙ୍କୁ କର୍ମକ୍ଷେତ୍ରରୁ ଅପୂର୍ବ ସଫଳତା ମିଳିବ

ମେଷ: ଅଧ୍ୟାପନାର ପ୍ରସ୍ତୁତି ସ୍ବରୂପ ଅଧ୍ୟୟନରତ ହୋଇପାରନ୍ତି। କର୍ମକ୍ଷେତ୍ର ସହିତ ଅନ୍ୟାନ୍ୟ ବିଭିନ୍ନ...

ବଦଳିବ ପ୍ରଥମରୁ ଦ୍ବାଦଶ ପାଠ୍ୟପୁସ୍ତକ

ସ୍ଥାନିତ ହେବ ସ୍ଥାନୀୟ ପ୍ରସଙ୍ଗ ଭୁବନେଶ୍ବର : ଆଗାମୀ ଦିନରେ ପିଲା ଆଉ...

Related Articles

Popular Categories