ଭାରତ-ୱେଷ୍ଟଇଣ୍ଡିଜ୍ ଶେଷ ଟ୍ବେଣ୍ଟି -୨୦; ଇଣ୍ଡିଜକୁ ୭ୱିକେଟରେ ହରାଇ ଭାରତର କ୍ଲିନ ସୁଇପ୍
ପ୍ରୋଭିଡେନ୍ସ : ୱେଷ୍ଟଇଣ୍ଡିଜ୍ ଓ ଭାରତ ମଧ୍ୟରେ ମଙ୍ଗଳବାର ଖେଳାଯାଇଥିବା ୩ୟ ତଥା ଅନ୍ତିମ ଟ୍ବେଣ୍ଟି-୨୦ ମ୍ୟାଚ୍ ରେ ୱେଷ୍ଟଇଣ୍ଡିଜ୍ କୁ ୭ୱିକେଟରେ ପରାସ୍ତ କରିଛି ଭାରତ। ଏହି ବିଜୟ ସହ ଭାରତ ୩ ମ୍ୟାଚ୍ର ଟ୍ବେଣ୍ଟି-୨୦ ସିରିଜ୍କୁ କ୍ଲିନ ସୁଇପ୍ କରିଛି। ସିରିଜରେ ପ୍ରଥମ ୨ଟିଯାକ ଟ୍ବେଣ୍ଟି-୨୦ ମ୍ୟାଚ୍ ଜିତି ଭାରତ ୨-୦ରେ ଆଗୁଆ ରହିଥିଲା। ଫଳରେ ପୂର୍ବରୁ ୩ ମ୍ୟାଚ୍ର ଟ୍ବେଣ୍ଟି-୨୦ ସିରିଜ୍କୁ ଭାରତ ହାତେଇ ନେଇଥିଲା।
ୱେଷ୍ଟଇଣ୍ଡିଜ୍ ପ୍ରଥମେ ବ୍ୟାଟିଂ କରି ଭାରତ ସମ୍ମୁଖରେ ୧୪୭ ରନ୍ ବିଜୟ ଲକ୍ଷ୍ୟ ରଖିଥିଲା। ଲୋକେଶ ରାହୁଲ ଏବଂ ଶିଖର ଧାୱନ ବିଫଳ ହୋଇଥିଲେ ମଧ୍ୟ ବିରାଟ କୋହଲି (୫୯, ୪୫ ବଲ, ୬ ଚୌକା) ଏବଂ ଋଷବ ପନ୍ତ୍ (୬୫ଞ୍ଚ, ୪୨ ବଲ୍, ୪ ଚୌକା, ୪ ଛକା) ଭାରତକୁ ବିଜୟୀ କରାଇଥିଲେ। ନରିନଙ୍କୁ କୋହଲି ଏବଂ କଟ୍ରେଲଙ୍କୁ ଋଷବ ଚୌକା ମାରି ସମାନ ଢ଼ଙ୍ଗରେ ଅର୍ଧଶତକ ପୂର୍ଣ୍ଣ କରିଥିଲେ। ଆକର୍ଷଣୀୟ ପାଳି ଖେଳି ପନ୍ତ୍ ନିଜ ଖେଳ ଜୀବନର ଶ୍ରେଷ୍ଠ ଟ୍ବେଣ୍ଟି-୨୦ ସ୍କୋର୍ କରିଥିଲେ। ବ୍ରାଥୱେଟଙ୍କୁ ତାଙ୍କ ମୁଣ୍ଡ ଉପରେ ଛକା ମାରି ପନ୍ତ୍ ୫ ବଲ୍ ପୂର୍ବରୁ ମ୍ୟାଚ୍କୁ ଶେଷ କରିଥିଲେ।
Comments are closed.