www.samajalive.in
Saturday, December 6, 2025
17.1 C
Bhubaneswar

ଇଣ୍ଡି ମେଣ୍ଟକୁ ୧୦ ଆସନ, ବିଜେପିକୁ ଝଟ୍‌କା

ସମାଜ ଡିଜିଟାଲ ଡେସ୍କ: ୭ ରାଜ୍ୟର ୧୩ ବିଧାନସଭା ଆସନରେ ହୋଇଥିବା ଉପନିର୍ବାଚନର ଭୋଟ ଗଣତି ଜାରି ଶେଷ ହୋଇଛି। ୧୩ ଆସନ ମଧ୍ୟରୁ ୧୦ ଆସନରେ ଇଣ୍ଡି ମେଣ୍ଟ ବାଜି ମାରିଥିବାବେଳେ ବିଜେପିକୁ ଶକ୍ତ ଝଟକା ଲାଗିଛି। ବିଜେପି ମାତ୍ର ୨ଟି ଆସନରେ ବିଜୟୀ ହୋଇଛି। ବିହାରରେ ଗୋଟିଏ ଆସନରେ ସ୍ଵାଧୀନ ପ୍ରାର୍ଥୀ ଉପନିର୍ବାଚନ ଜିତିଛନ୍ତି।

ବିହାର, ପଶ୍ଚିମବଙ୍ଗ, ଉତ୍ତରାଖଣ୍ଡ, ହିମାଚଳପ୍ରଦେଶ, ପଞ୍ଜାବ, ତାମିଲନାଡୁ ଏବଂ ମଧ୍ୟପ୍ରଦେଶର ୧୩ ଆସନରେ ଏହି ଉପନିର୍ବାଚନ ହୋଇଥିଲା। ହିମାଚଳପ୍ରଦେଶର ଡେରା ଆସନରେ ମୁଖ୍ୟମନ୍ତ୍ରୀ ସୁଖବୀନ୍ଦର ସିଂହ ସୁଖୁଙ୍କ ସ୍ତ୍ରୀ କମଲେଶ ଠାକୁର ବିଜୟୀ ହୋଇଛନ୍ତି। ସେ ଇଣ୍ଡି ମେଣ୍ଟରୁ ପ୍ରାର୍ଥୀ ହୋଇଥିଲେ। ଏହା ସହିତ ରାଜ୍ୟର ହମିରପୁର ଆସନରେ ବିଜେପି ପ୍ରାର୍ଥୀ ଆଶିଷ ଶର୍ମା ଏବଂ ନାଲାଗଡ଼ ଆସନରୁ କଂଗ୍ରେସ ପ୍ରାର୍ଥୀ ହରଦୀପ ସିଂହ ବାଓ୍ବା ବିଜୟୀ ହୋଇଛନ୍ତି।

- Advertisement -

ସେହିପରି ଇଣ୍ଡି ମେଣ୍ଟର ଆମ ଆଦମୀ ପାର୍ଟି ପ୍ରାର୍ଥୀ ମୋହିନ୍ଦର ଭଗତ ପଞ୍ଜାବର ଜଳନ୍ଧର ପଶ୍ଚିମ ଆସନରୁ ବିଜୟୀ ହୋଇଛନ୍ତି। ଅନ୍ୟପଟେ ପଶ୍ଚିମବଙ୍ଗର ୪ଟି ଆସନରେ ମମତା ବାନାର୍ଜୀଙ୍କ ଟିଏମସିରୁ ପ୍ରତିଦ୍ଵନ୍ଦ୍ଵିତା କରୁଥିବା ସମସ୍ତ ପ୍ରାର୍ଥୀମାନେ ବିଜୟୀ ହୋଇଛନ୍ତି।

ତାମିଲନାଡୁରେ ଡିଏମକେ ପ୍ରାର୍ଥୀ ଅନ୍ନିୟୁର ଶିବା ବିକ୍ରାବନ୍ଦୀ ଆସନରୁ ବିଜୟଲାଭ କରିଛନ୍ତି। ଉତ୍ତରାଖଣ୍ଡର ୨ଟି ଆସନ ମଧ୍ୟରୁ ମଙ୍ଗଲୌର ଆସନରେ କଂଗ୍ରେସ ପ୍ରାର୍ଥୀ କାଜି ମହମ୍ମଦ ନିଜାମୁଦ୍ଦିନ ଏବଂ ବଦ୍ରିନାଥ ଆସନରୁ ଳଖପତ ସିଂହ ବୁଟୋଲା ବିଜୟୀ ହୋଇଛନ୍ତି। ବିହାରରେ ରୁପୌଲି ଆସନରେ ସ୍ଵାଧୀନ ପ୍ରାର୍ଥୀ ଶଙ୍କର ସିଂହ ବିଜୟୀ ହୋଇଛନ୍ତି। ମଧ୍ୟପ୍ରଦେଶରେ ବିଜେପି ପ୍ରାର୍ଥୀ କମଲେଶ ଶାହ ଅମରଓ୍ବାଡା ଆସନରୁ ନିର୍ବାଚିତ ହୋଇଛନ୍ତି।

Hot this week

ଆମ ବସ ଧକ୍କାରେ ଜଣେ ମୃତ

ଭୁବନେଶ୍ୱର :ରାଜଧାନୀରେ ବଢିଚାଲିଛି ଦୁର୍ଘଟଣା ଜନିତ ମୃତ୍ୟୁ । ପୁଣି ଆମ...

ଭୁବନେଶ୍ଵରରେ ପହଞ୍ଚିଲେ ଦକ୍ଷିଣଆଫ୍ରିକା ଦଳର ୫ ଖେଳାଳି

ସମାଜଲାଇଭ ଡେସ୍କ: ଭୁବନେଶ୍ଵର ବିମାନବନ୍ଦରରେ ପହଞ୍ଚିଛନ୍ତି ଦକ୍ଷିଣଆଫ୍ରିକା କ୍ରିକେଟ ଦଳର ୫...

୧୦ ଗୁଣା ବଢ଼ିଲା ବିମାନ ଟିକେଟ ଦର

ସମାଜଲାଇଭ ଡେସ୍କ: ବିଦେଶ ଯାତ୍ରାଠୁ ମହଙ୍ଗା ହେଲା ଭାରତୀୟ ସହରକୁ ବିମାନ...

Related Articles

Popular Categories