www.samajalive.in
Tuesday, December 9, 2025
17.1 C
Bhubaneswar

ମହିଳା କ୍ରିକେଟ ବିଶ୍ୱକପ : ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ହରାଇଲା ଭାରତ

ହାମିଲଟନ : ଆଇସିସି ମହିଳା ଦିନିକିଆ କ୍ରିକେଟ ବିଶ୍ବକପ-୨୦୨୨ରେ ଭାରତ ଶନିବାର ଏକ ଦମଦାର ବିଜୟ ହାସଲ କରିଛି । ଓ୍ୱେଷ୍ଟଇଣ୍ଡିଜକୁ ୧୫୫ ରନରେ ପରାସ୍ତ କରି ଭାରତ ପଏଣ୍ଟ ଟେବୁଲର ଶୀର୍ଷରେ ପହଞ୍ଚିଛି । ଭାରତ ପକ୍ଷରୁ ଧାର୍ଯ୍ୟ ୩୧୮ ରନ୍‍ ବିଜୟ ଲକ୍ଷ୍ୟର ପିଛା କରି  ୱେଷ୍ଟଇଣ୍ଡିଜ ୪୦.୩ ଓଭରରେ ସମସ୍ତ ୱିକେଟ ହରାଇ ୧୬୨ ରନ କରିବାକୁ ସକ୍ଷମ ହୋଇଥିଲା। ଏହି ବିଜୟ ସହ ଭାରତ ୩ଟି ମ୍ୟାଚ ଖେଳି ୨ଟି ବିଜୟ ସହିତ ୪ ପଏଣ୍ଟ ହାସଲ କରିଛି । ତେବେ ଉଚ୍ଚ ରନ୍ ହାର ଯୋଗୁଁ ଭାରତ ପଏଣ୍ଟ ତାଲିକାର ଶୀର୍ଷରେ ରହିଛି । ଭାରତ ପକ୍ଷରୁ ସ୍ନେହ ରଣା ୩ ୱିକେଟ ନେଇଥିବା ବେଳେ ମେଘନା ସିଂହ ୨ ୱିକେଟ ଅକ୍ତିଆର କରିଛନ୍ତି।

ପୂର୍ବରୁ ଟସ୍‍ ଜିତି ଭାରତ ପ୍ରଥମେ ବ୍ୟାଟିଂ କରି ଭାରତ ନିର୍ଦ୍ଧାରିତ ୫୦ଓଭରରେ ୮ ୱିକେଟ୍‍ ହରାଇ ୩୧୭ ରନ୍‍ ହାସଲ କରିଥିଲା। ଭାରତର ଦୁଇ ବ୍ୟାଟର ସ୍ମୃତି ମାନ୍ଧାନା ଓ ହରମାନପ୍ରିତ କୌର ଶତକ ହାସଲ କରିଥିଲେ। ମାନ୍ଧାନା ୧୧୯ ବଲରେ ୧୩ଟି ଚୌକା ଓ ଦୁଇଟି ଛକା ସହ ୧୨୩ ରନ୍ ସଂଗ୍ରହ କରିଥିଲେ। ୧୦ଟି  ଚୌକା ଓ ଦୁଇଟି ଛକା ସହ ହରମନପ୍ରୀତ ମଧ୍ୟ ୧୦୭ ବଲରେ ୧୦୯ ରନ୍ ସଂଗ୍ରହ କରିଥିଲେ । ଏହାକୁ ମହିଳା ବିଶ୍ୱକପରେ ଭାରତର ସର୍ବାଧିକ ସ୍କୋର ବୋଲି କୁହାଯାଉଛି ।

- Advertisement -
ପ୍ଳେୟାର ଅଫ ଦ ମ୍ୟାଚ ଟ୍ରଫି ସହ ଶତକୀୟ ପାଳି ଖେଳିଥିବା ସାଥି ଖେଳାଳୀ ହରମାନପ୍ରୀତ କୌରଙ୍କ ସହିତ ସ୍ମୃତି ମାନ୍ଧାନା

୩୧୮ ରନ୍‍ ବିଜୟ ଲକ୍ଷ୍ୟର ପିଛା କରି ଓ୍ୱେଷ୍ଟଇଣ୍ଡିଜ ମହିଳା ଦଳର ସମସ୍ତ ଖେଳାଳୀ ୧୬୨ ରନରେ ଅଲ ଆଉଟ ହୋଇଯାଇଥିଲେ। ଦଳ ପକ୍ଷରୁ ଡିଣ୍ଡ୍ରା ଡଟିନ ସର୍ବାଧିକ ୬୨ ରନ ସ୍କୋର କରିଥିବାବେଳେ ହେଲି ମାଥ୍ୟୁସ ୪୩ ରନ କରିଥିଲେ। ଦଳର ଅନ୍ୟ କୌଣସି କେଳାଳୀ ଅଧିକ ରନ କରିବାକୁ ସକ୍ଷମ ହୋଇ ନଥିଲେ। ତେବେ ସିମେନ କ୍ୟାମ୍ବେଲ୧୧ ଓ ​ଚେଡେନ ନେସନ ୧୯ ରନ କରିଥିଲେ। ଭାରତର ସ୍ମୃତି ମାନ୍ଧାନା ପ୍ଳେୟାର ଅଫ ଦ ମ୍ୟାଚ ବିବେଚିତ ହୋଇଛନ୍ତି।

ସୂଚନାଯୋଗ୍ୟ, ମିତାଲି ରାଜ୍‌ଙ୍କ ନେତୃତ୍ବାଧିନ ଭାରତୀୟ ଦଳ ମହିଳା ଦିନିକିଆ କ୍ରିକେଟ ବିଶ୍ବକପର ପ୍ରଥମ ମ୍ୟାଚରେ ପାକିସ୍ତାନ ବିପକ୍ଷରେ ବୃହତ ବିଜୟ ହାସଲ କରିଥିବାବେଳେ ଦ୍ବିତୀୟ ମ୍ୟାଚରେ ଘରୋଇ ନ୍ୟୁଜିଲାଣ୍ଡ ନିକଟରୁ ୬୨ରନରେ ପରାଜିତ ହୋଇଥିଲା। ତେବେ ଆଜି ମ୍ୟାଚରେ ଭାରତର ଶୀର୍ଷ ଭାଗ ବ୍ୟାଟର ମାନେ ଚମତ୍କାର ପ୍ରଦର୍ଶନ କରି ସମାଲୋଚକଙ୍କ ମୁହଁ ବନ୍ଦ କରିଦେଇଛନ୍ତି ।

 

Hot this week

ବାରବାଟୀରେ ଭାରତର ବିରାଟ ବିଜୟ

କଟକ -   ବାରବାଟୀରେ ଭାରତର ବିରାଟ ବିଜୟ । ଦକ୍ଷିଣ ଆଫ୍ରିକାକୁ...

ଛାତ୍ରଙ୍କୁ ରାଗିଂ: ଡ୍ରଗ୍ସ ନେବାକୁ ବାଧ୍ୟ କଲେ, ପାଇଖାନା ଚଟାଣ ଚଟାଇଲେ

ପିପିଲି: ରାଜ୍ୟର ଏକ ପ୍ରମୁଖ ଘରୋଇ ବିଶ୍ୱବିଦ୍ୟାଳୟ ଅଧୀନରେ ଥିବା ରାଜଧାନୀ...

ଦକ୍ଷିଣ ଆଫ୍ରିକାକୁ ୧୭୬ ରନର ଟାର୍ଗେଟ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭ୍ରମଣକାରୀ ଦକ୍ଷିଣ ଆଫ୍ରିକାକୁ ୧୭୬...

ଭାରତର ପଞ୍ଚମ ଓ୍ୱିକେଟ ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତର ପଞ୍ଚମ ଓ୍ୱିକେଟ ପତନ...

ଭାରତର ତୃତୀୟ ଓ୍ୱିକେଟର ପତନ

ସମାଜଲାଇଭ ଡେସ୍କ: ବାରବାଟୀ ଟି-୨୦ ମ୍ୟାଚରେ ଭାରତକୁ ତୃତୀୟ ଓ୍ୱିକେଟ୍‌ର ପତନ...

Related Articles

Popular Categories